Advertisment

ପାର୍ସଲ ଖୋଲି ଚକିତ ହେଲେ ମହିଳା: ମିଳିଲା ମୃତଦେହ ଓ ୧.୩ କୋଟିର ଧମକପୂର୍ଣ୍ଣ ଚିଠି

ପାର୍ସଲ ଭିତରୁ ବାହାରିଛି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଏଥିସହ ମୃତଦେହ ପାଖରେ ରହିଛି ଗୋଟିଏ ଧମକପୂର୍ଣ୍ଣ ଚିଠି। ଏଥିରେ ୧.୩ କୋଟି ଟଙ୍କା ତୁରନ୍ତ ଦେବାକୁ ଧମକ ଦିଆଯାଇଛି।

ଅଦ୍ୟତନ ହୋଇଛି
AP

AP

Advertisment

ଘରକୁ ପାର୍ସଲ ଆସିଥିଲା। ସମସ୍ତେ ଭାବୁଥିଲେ ପାର୍ସଲ ଭିତରେ ଘରର ବୈଦ୍ୟୁତିକ ଉପକରଣ ରହିଛି। ଘରର ଜଣେ ମହିଳା ମଧ୍ୟ ପାର୍ସଲ ପାଇବା ପରେ ଏହାକୁ ଉତ୍ସାହର ସହ ଖୋଲିଥିଲେ। କିନ୍ତୁ ପାର୍ସଲ ଭିତରୁ ବାହାରିଥିବା ଜିନିଷ ଦେଖି ମହିଳା ଜଣଙ୍କ ପୂରା ଚକିତ ହୋଇଯାଇଛନ୍ତି।

Advertisment

କାରଣ ପାର୍ସଲ ଭିତରୁ ବାହାରିଛି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଏଥିସହ ମୃତଦେହ ପାଖରେ ରହିଛି ଗୋଟିଏ ଧମକପୂର୍ଣ୍ଣ ଚିଠି। ଏଥିରେ ୧.୩ କୋଟି ଟଙ୍କା ତୁରନ୍ତ ଦେବାକୁ ଧମକ ଦିଆଯାଇଛି।

ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଉଣ୍ଡି ମଣ୍ଡଳରେ ଥିବା ୟେନଡାଗଣ୍ଡି ଗାଁରେ ଏପରି ଘଟଣା ଘଟିଛି। ପାର୍ସଲ ଖୋଲି ମୃତଦେହ ପାଇଥିବା ମହିଳା ଜଣଙ୍କ ହେଲେ ନାଗା ତୁଳସୀ। ସେ ଜଣେ ଗରିବ ଶ୍ରେଣୀର ମହିଳା। ତେବେ ସେ ନିଜର ଘର ନିର୍ମାଣ ପାଇଁ କ୍ଷେତ୍ରୀୟ ସେବା ସମିତିକୁ ଆର୍ଥିକ ସହାୟତା ମାଗିଥିଲେ। ସମିତି ମଧ୍ୟ ମହିଳାଙ୍କ ପାଖକୁ ପୂର୍ବରୁ ଟାଇଲ୍ସ ପଠାଇଥିଲା।

Advertisment

ସେ ପୁଣିଥରେ କ୍ଷେତ୍ରୀୟ ସେବା ସମିତିଙ୍କୁ ଆଉ କିଛି ସହଯୋଗ ପାଇଁ ଅନୁରୋଧ କରିଥିଲେ। ସମିତି ପକ୍ଷରୁ ତାଙ୍କୁ ଘର ପାଇଁ ଆବଶ୍ୟକ ବୈଦ୍ୟୁତିକ ଉପକରଣ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମହିଳାଙ୍କୁ କିଛି ଦିନ ପରେ ହ୍ୱାଟସଆପରେ ଗୋଟିଏ ମେସେଜ ଆସିଥିଲା ଓ ତାଙ୍କୁ ଲାଇଟ, ଫ୍ୟାନ ଓ ସୁଇଚ୍‌ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା।

ଏହି ମେସେଜର କିଛି ଦିନ ପରେ ଅର୍ଥାତ ଗୁରୁବାର ରାତିରେ ଜଣେ ବ୍ୟକ୍ତି ମହିଳାଙ୍କ ଘର ବାହାରେ ପାର୍ସଲ ବକ୍ସ ରଖିଥିଲେ ଓ ଏଥିରେ ବୈଦ୍ୟୁତିକ ଉପକରଣ ରହିଥିବା କହି ଚାଲି ଯାଇଥିଲେ। ଶୁକ୍ରବାର ସକାଳେ ତୁଳସୀ ଏହାକୁ ଖୋଲିବା କ୍ଷଣି ପୂରା ଚକିତ ହୋଇଯାଇଥିଲେ। କାରଣ ପାର୍ସଲ ଭିତରେ ରହିଥିଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ମୃତଦେହ ଦେଖି ପରିବାର ଲୋକ ଆତଙ୍କିତ ହୋଇ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ଏସ୍‌ପି ଆନନ୍ଦ ନୟୀମ ଅସିମ ନିଜେ ଗାଁରେ ପହଞ୍ଚି ତଦନ୍ତ ଆରାମ୍ଭ କରିଛନ୍ତି।

ପାର୍ସଲ ଭିତରୁ ଗୋଟିଏ ଚିଠି ମଧ୍ୟ ମିଳିଛି। ଚିଠିରେ ପରିବାର ବର୍ଗଙ୍କୁ ୧.୩୦ କୋଟି ଟଙ୍କା ଦେବାକୁ କୁହାଯାଇଛି। ଯଦି ସେମାନେ ଟଙ୍କା ନ ଦେବେ, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦିଆଯାଇଛି।

ପୁଲିସ୍‌ ଏବେ ପାର୍ସଲ ବକ୍ସ ମହିଳାଙ୍କୁ ଦେଇଥିବା ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଛି। ସେହିପରି ସମିତିର ପ୍ରତିନିଧିଙ୍କୁ ମଧ୍ୟ ସମନ କରିଛି। ପୁଲିସ୍‌ର କହିବା କଥା ଯେ ମୃତ ଅଚିହ୍ନା ବ୍ୟକ୍ତିଙ୍କ ବୟସ ୪୫ ବର୍ଷ ହେବ। ତାଙ୍କର ମୃତ୍ୟୁ ୪ରୁ ୫ ଦିନ ତଳେ ହୋଇଛି। ତେବେ ରିପୋର୍ଟ ଆସିବା ପରେ ସବୁ କଥା ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe