Advertisment

Domestic Dispute: ୧୦ ମାସର ପୁଅକୁ ବିଷ ଦେବା ପରେ ଜୀବନ ହାରିଲେ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସ୍ୱାମୀଙ୍କ ସହ ଲାଗି ରହିଥିବା ତିକ୍ତତା ଯୋଗୁ ୨୭ ବର୍ଷୀୟ ମହିଳା ଜଣଙ୍କ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମହିଳାଙ୍କ ମା’ ମଧ୍ୟ ନିଜ ଝିଅ ଓ ନାତିର ମୃତ୍ୟୁ ଦେଖି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

Hyderabad

ସୁଷମା ଓ ପୁଅ (ଫାଇଲ ଫଟୋ)

Advertisment

ନିଜର ଜନ୍ମ କଲା ପୁଅକୁ ନିଜ ହାତରେ ବିଷ ଦେଇ ହତ୍ୟା କରିଛନ୍ତି ଜଣେ ମା’। ପୁଅକୁ ବିଷ ଦେଇ ମାରିବା ପରେ ୨୭ ବର୍ଷୀୟ ମା’ ଜଣଙ୍କ ମଧ୍ୟ ଜୀବନ ହାରି ଦେଇଛନ୍ତି। ହାଇଦ୍ରାବାଦ(Hyderabad)ରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏପରି ଘଟଣା ପଛର କାରଣ ହେଉଛି ପାରିବାରିକ ବିବାଦ।

Advertisment

ସ୍ୱାମୀଙ୍କ ସହ ଲାଗି ରହିଥିବା ତିକ୍ତତା ଯୋଗୁ ୨୭ ବର୍ଷୀୟ ମହିଳା ଜଣଙ୍କ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମହିଳାଙ୍କ ମା’ ମଧ୍ୟ ନିଜ ଝିଅ ଓ ନାତିର ମୃତ୍ୟୁ ଦେଖି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। 

୨୭ ବର୍ଷୀୟ ମହିଳା ଜଣଙ୍କ ହେଲେ ସୁଷମା। ସେ ୪ ବର୍ଷ ତଳେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଯଶବନ୍ତ ରେଡ୍ଡୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ୧୦ ମାସର ପୁଅ ହେଉଛନ୍ତି ଯଶବର୍ଦ୍ଧନ ରେଡ୍ଡୀ। ବାହାଘର ପରେ ସବୁ କିଛି ଠିକ ରହିଥିଲା। କିନ୍ତୁ କିଛି ମାସ ହେଲାଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିବା ପରିବାର ଲୋକ କହିଛନ୍ତି। 

Advertisment

ପୁଲିସ୍‌ର କହିବା କଥା ଯେ ସୁଷମା ଘଟଣା ଦିନ ପରିବାରର ଗୋଟିଏ କାର୍ଯ୍ୟକ୍ରମ ପାଇଁ ଶପିଂ ଉଦ୍ଦେଶ୍ୟରେ ତାଙ୍କ ୪୪ ବର୍ଷୀୟ ମା’ ଲଳିତାଙ୍କ ପାଖକୁ ଯାଇଥିଲେ। ଘରେ ଥିବା ବେଳେ ସୁଷମା ନିଜର ପୁଅକୁ ଧରି ଗୋଟିଏ ରୁମକୁ ଯାଇଥିଲେ। ସେଠାରେ ସେ ପୁଅକୁ ବିଷ ଦେବା ସହ ନିଜେ ବିଷ ଦେଇଥିଲେ।

ରାତି ପ୍ରାୟ ୯.୩୦ରେ ଯଶବନ୍ତ ରେଡ୍ଡୀ କାମରୁ ଘରୁ ଫେରିଥିଲେ। ବେଡରୁମ ଭିତରକୁ ଲକ ଥିବାରୁ ସେ ଏହାକୁ ଭାଙ୍ଗି ଧସେଇ ପଶିଥିଲେ। ହେଲେ ବେଡ ଉପରେ ନିଜର ପତ୍ନୀ ଓ ପୁଅଙ୍କୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା ଓ ପୁଲିସ୍‌ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା।

ନିଜର ଝିଅ ଓ ନାତିର ମୃତଦେହ ଦେଖି ଲଳିତା ପୂରା ଭାଙ୍ଗି ପଡ଼ିଥିଲେ। ସେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ତାଙ୍କୁ ଉଦ୍ଧାର କରି ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। 

ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଦମ୍ପତିଙ୍କ ମଧ୍ୟରେ ଥିବା ଘରୋଇ ବିବାଦ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ଅନୁମାନ କରାଯାଉଥିବା ପୁଲିସ କହିଛି। 

Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe