Advertisment

ପତ୍ନୀ ଯାହା ସହ ପଳେଇଥିଲେ, ତାଙ୍କ ସ୍ତ୍ରୀଙ୍କୁ ବାହା ହେଲେ ସ୍ୱାମୀ

ପତ୍ନୀ ଯେଉଁ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଥିଲେ ସେ ମଧ୍ୟ ବିବାହିତ ଥିଲେ। ତେଣୁ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ବିବାହ କରି ଏହି ଘଟଣାର ପ୍ରତିଶୋଧ ନେଇଛନ୍ତି।

Woman

Woman

Advertisment

ଯେଶାକୁ ତେଶା ନୀତି ଆପଣାଇଛନ୍ତି ଜଣେ ବ୍ୟକ୍ତି। ପତ୍ନୀ ପର ପୁରୁଷ ସହ ଚାଲିଯିବାରୁ ଦୁଃଖରେ ଭାଙ୍ଗି ପଡ଼ିଥିବା ବ୍ୟକ୍ତି ଜଣଙ୍କ ଜବରଦସ୍ତ ଢଙ୍ଗରେ ଏହା ପ୍ରତିଶୋଧ ନେଇଛନ୍ତି। ପତ୍ନୀ ଯେଉଁ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଥିଲେ ସେ ମଧ୍ୟ ବିବାହିତ ଥିଲେ। ତେଣୁ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ବିବାହ କରି ଏହି ଘଟଣାର ପ୍ରତିଶୋଧ ନେଇଛନ୍ତି। ପ୍ରେମ, ଫେରାର ଓ ଦ୍ୱିତୀୟ ବିବାହ ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ବିହାରର ଖାଗାରିଆ ଜିଲ୍ଲାରେ ଏପରି ଘଟଣା ଘଟିଛି। ଫେରାର ହୋଇଯାଇଥିବା ମହିଳାଙ୍କ ନାଁ ରୁବୀ ଦେବୀ। ୨୦୦୯ରେ ସେ ନୀରଜ ନାମଙ୍କ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେମାନଙ୍କର ୪ଟି ପିଲା ମଧ୍ୟ ରହିଛନ୍ତି। ତେବେ ବାହାଘରର କିଛି ବର୍ଷ ପରେ ନୀରଜ ଜାଣିବାକୁ ପାଇଥିଲେ ଯେ ରୁବୀଙ୍କ ସମ୍ପର୍କ ମୁକେଶ ନାମ ଜଣେ ବ୍ୟକ୍ତିଙ୍କ ସହ ରହିଛି। 

୨୦୨୨ ଫେବୃଆରୀରେ ମୁକେଶ ଓ ରୁବୀ ପରସ୍ପରକୁ ବିବାହ କରିଥିଲେ। ଏକଥା ଜାଣିବା ପରେ ନୀରଜ ପୁଲିସରେ ଅଭିଯୋଗ କରିବା ସହ ମୁକେଶଙ୍କ ତାଙ୍କ ପତ୍ନୀଙ୍କୁ ଅପହରଣ କରି ନେଇଥିବା କହିଥିଲେ। ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ ମୁକେଣ ଓ ରୁବୀଙ୍କ ମଧ୍ୟରେ ଥିବା ସମ୍ପର୍କର ସମାଧାନ କରିବାକୁ ଗ୍ରାମପଞ୍ଚାୟତ ବସିଥିଲା। ହେଲେ ପଞ୍ଚାୟତ ନେଇଥିବା ନିଷ୍ପତ୍ତିକୁ ମୁକେଶ ମାନିବାକୁ ରାଜି ହୋଇ ନଥିଲେ। ସେବାଠାରୁ ସେ ଫେରାର ହୋଇଯାଇଥିଲେ।

Advertisment

ମୁକେଶ ମଧ୍ୟ ବିବାହିତ ଓ ତାଙ୍କର ଦୁଇଟି ପିଲା ରହିଛନ୍ତି। ସବୁଠାରୁ କୌତହଳର ବିଷୟ ହେଉଛି ଯେ ମୁକେଶଙ୍କ ପତ୍ନୀଙ୍କ ନାଁ ମଧ୍ୟ ରୁବୀ। ମୁକେଶ ଯେହେତୁ ପତ୍ନୀଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲେ, ଏହାର ପ୍ରତିଶୋଧ ନେବାକୁ ନୀରଜ ଯୋଜନା କରିଥିଲେ। ଯୋଜନା ଅନୁସାରେ ସେ ମଧ୍ୟ ମୁକେଶଙ୍କ ପିତ୍ନୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ଆରମ୍ଭ କରିଥିଲେ।

ଶେଷରେ ନୀରଜ ଓ ମୁକେଶଙ୍କ ପତ୍ନୀ ରୁବୀ ପରସ୍ପରକୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୩ ଫେବୃଆରୀ ୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ନୀରଜ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗାଁରେ ରହୁଛନ୍ତି। ହେଲେ ମୁକେଶ ଓ ନୀରଜଙ୍କ ପୂର୍ବତନ ପତ୍ନୀ ରୁବୀ ଗାଁରୁ ଫେରାର ହୋଇଯାଇଛନ୍ତି।

ନୀରଜ ଟାଟା କମ୍ପାନୀରେ କାମ କରୁଥିବା ବେଳେ ମୁକେଶ ହେଉଛନ୍ତି ଜଣେ ଦିନ ମୁଜୁରିଆ। ଏପରି ଏକ ବିରଳ ଘଟଣା ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

Bihar Wife Eloped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe