Advertisment

ଟ୍ରେନରୁ ମିଳିଲା ୨ଟି ବ୍ୟାଗରେ ଥିବା ଖଣ୍ଡବିଖଣ୍ଡିତ ମୃତଦେହ, ନାହିଁ ହାତ ଓ ଗୋଡ଼

ପୁଲିସ୍‌ ସନ୍ଦେହ କରିଛି ଯେ ମହିଳାଙ୍କୁ କୌଣସି ଏକ ଅଜଣା ସ୍ଥାନରେ ପ୍ରଥମେ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ ବିକୃତ କରାଯିବା ସହ ଦୁଇ ଖଣ୍ଡ କରି ଟ୍ରେନରେ ରଖି ଦିଆଯାଇଛି।

author-image
Hemant Lenka
Train

Train

ସାମ୍ନାକୁ ଆସିଛି ଭୟଙ୍କର ଘଟଣା। ଟ୍ରେନ ଭିତରକୁ ମିଳିଛି ଖଣ୍ଡବିଖଣ୍ଡିତ ମୃତଦହ। ଜଣେ ମହିଳାଙ୍କୁ ଦୁଇ ଖଣ୍ଡ କରି କେହି ୨ଟି ବ୍ୟାଗରେ ଭର୍ତ୍ତି କରି ଟ୍ରେନରେ ରଖି ଦେଇଛି। ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଦୁଇ ଖଣ୍ଡ ହୋଇ ସାରିଥିବା ମୃତଦେହର ହାତ ଓ ଗୋଡ଼ର ପତ୍ତା ମିଳିନି। ମଧ୍ୟପ୍ରଦେଶର ଇନ୍ଦୋରରୁ ଜିଆରପି ପୁଲିସ୍‌ତ ଏପରି ଗୋଟିଏ ମୃତଦେହ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ପୁଲିସ୍‌ ସନ୍ଦେହ କରିଛି ଯେ ମହିଳାଙ୍କୁ କୌଣସି ଏକ ଅଜଣା ସ୍ଥାନରେ ପ୍ରଥମେ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ ବିକୃତ କରାଯିବା ସହ ଦୁଇ ଖଣ୍ଡ କରି ଟ୍ରେନରେ ରଖି ଦିଆଯାଇଛି।

ଡ ଆମ୍ବେଦକର ନଗର- ଇନ୍ଦୋର ପ୍ୟାସେଞ୍ଜର ଟ୍ରେନର ଜଣେ ସଫେଇ କର୍ମଚାରୀ ପ୍ରଥମେ ଦୁଇଟି ବ୍ୟାଗ ସନ୍ଦେହଜନକ ଅବସ୍ଥାରେ ରହିଥିବା ଦେଖି ଜିଆରପିକୁ ସୂଚନା ଦେଇଥିଲେ। ଏହାପରେ ଜିଆରପି ଷ୍ଟେସନର ଇନଚାର୍ଜ ସଞ୍ଜୟ ଶୁକ୍ଳା ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ବ୍ୟାଗକୁ ଜବତ କରିଥିଲେ।

Advertisment

ଶୁକ୍ଳା କହିଛନ୍ତି, ମହିଳାଙ୍କ ପରିଚୟ ମିଳିନାହିଁ। କିନ୍ତୁ ତାଙ୍କ ବୟସ ୨୦ରୁ ୨୫ ବର୍ଷ ହେବ। ମହିଳାଙ୍କ ଅଣ୍ଟା ଠାରୁ ମୁଣ୍ଡ ଯାଏ ଶରୀର ଗୋଟିଏ ଟ୍ରଲୀ ବ୍ୟାଗରେ ରହିଥିଲା। ସେହିପରି ଅଣ୍ଟା ଠାରୁ ତଳକୁ ଥିବା ଶରୀରର ଗୋଟିଏ ପ୍ଲାଷ୍ଟିକ ବ୍ୟାଗରୁ ମିଳିଛି।

ମହିଳାଙ୍କ ହାତ ଓ ଗୋଡ଼ର ପତ୍ତା ମିଳିନି। ଦୁଇ ଦିନ ତଳେ ମହିଳାଙ୍କୁ କୌଣସି ଏକ ସ୍ଥାନରେ ହତ୍ୟା କରାଯାଇଥିଲା। ଶନିବାର ରାତିରେ ଟ୍ରେନରେ ଏହାକୁ ରଖାଯାଇଛି। ଏବେ ମହିଳାଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

Madhya Pradesh Indore