Advertisment

ଗାର୍ଲଫ୍ରେଣ୍ଡକୁ ମାରି ଆଲମାରୀରେ ରଖିଲା ଲିଭ୍‌-ଇନ୍‌ ପାର୍ଟନର୍‌

ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ। ସିସିଟିଭି ଫୁଟେଜ ଆଧାରରେ ପୁଲିସ ତାକୁ ଧରିବା ପାଇଁ ଚେଷ୍ଟା ଚଳାଇଛି।

Dead Body

Dead Body

Advertisment

ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ଲିଭ୍‌ଇନ୍‌ ପାର୍ଟନରଙ୍କୁ ହତ୍ୟା କରିବା ମାମଲା। ଏବେ ପୁଣି ଥରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ନିଜ ଗାର୍ଲଫ୍ରେଣ୍ଡଙ୍କୁ ନିର୍ମମ ଭାବେ ହତ୍ୟା କରି ଆଲମାରୀ ଭିତରେ ମୃତଦେହକୁ ରଖିଛି ଲିଭ୍‌ଇନ୍‌ ପାର୍ଟନର। ଏହା ପରେ ସେଠାରୁ ଫେରାର ହୋଇଯାଇଛି। ଏଭଳି କିଛି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ଦିଲ୍ଲୀ ଦ୍ୱାରକ ଜିଲ୍ଲରା ଡାବରୀ ଥାନା ଅଞ୍ଚଳ। ଏଠାକାର ଏକ ଫ୍ଲାଟରେ ରୁଖସାର ରାଜପୁତ ଓ ବିପଲ ଟେଲର ନାମକ ଦମ୍ପତି ପ୍ରାୟ ଦେଢ଼ ମାସ ହେଲ ଲିଭ୍‌ଇନ୍‌ରେ ରହୁଥିଲେ। ତେବେ ୨୬ ବର୍ଷୀୟ ରୁଖସାର ରାଜପୁତଙ୍କ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୁଲିସକୁ ସୂଚନା ଦେଇଛନ୍ତି। ଝିଅର ଲିଭଇନ୍‌ ପାର୍ଟନର ବିପଲ ହିଁ ତାକୁ ହତ୍ୟା କରିଥିବା ବାପା ମୁସ୍ତକିନ୍‌ ପୁଲିସରେ କହିଛନ୍ତି।

ରୁଖସାରଙ୍କ ବାପାଙ୍କ କହିବା ମୁତାବକ, ବିପଲ ତାଙ୍କୁ ମାଡ ମାରୁଥିବା ରୁଖସାର ଶେଷ ଥର ପାଇଁ ଫୋନ୍‌ କରି କହିଥିଲେ। ଏପରିକି ସେ ତାଙ୍କୁ ହତ୍ୟା କରିପାରେ ବୋଲି ମଧ୍ୟ ରୁଖସର ଆଶଙ୍କା ପ୍ରକଟ କରିଥିଲେ। ଉଭୟ ଭଡା ଘରେ ପାଖାପାଖି ଦେଢ଼ ମାସ ହେବ ଏକାଠି ରହୁଥିଲେ। 

Advertisment

ସେପଟେ ପୁଲିସ କହିଛି ଯେ, ତାଙ୍କୁ ବୁଧବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ଝିଅକୁ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ହତ୍ୟା କରିଥିବା ନେଇ ବାପା ମୁସ୍ତକିନ୍‌ ଅଭିଯୋଗ କରିଥିଲେ। ଏହାରେ ପୁଲିସର ଏକ ଟିମ୍‌ ବିପଳ ଓ ରୁଖସାର ରହୁଥିବା ଫ୍ଲାଟରେ ପହଞ୍ଚି ଝାନଭିନ୍‌ କରିଥିଲା। ଏହି ସମୟରେ ଆଲମାରୀ ଭିତରୁ ରୁଖସାରଙ୍କ ମୃତଦେହ ମିଳିଛି।

ପୁଲିସ ମୃତଦେହକୁ ଜବତ କରି ଡିଡିୟୁ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଫେରାର ଅଭିଯୁକ୍ତ ବିପଲକୁ ଧରିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି। ଫ୍ଲାଟ ପରିସରେ ଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଇଛି। ବିପଲ ଗୁଜରାଟ ସୁରଟର ବାସିନ୍ଦା ବୋଲି ପୁଲିସ କହିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Delhi Murder Case Live In Partner Kills Girl Friend Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe