Rani
ଜଣେ ୩୫ ବର୍ଷୀୟ ମହିଳାଙ୍କୁ ତାଙ୍କ ଫ୍ଲାଟ ମେଟ୍ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଉତ୍ତର ଦିଲ୍ଲୀରେ ଆୟୋଜିତ ଗୋଟିଏ ପାର୍ଟିରେ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଏପରି ଘଟଣା ଘଟିଛି।
ପୁଲିସ୍ ମଜନୁ କା ଟିଲ୍ଲା ଠାରେ ଥିବା ଫ୍ଲାଟର ଛାତ ଉପରୁ ୩୫ ବର୍ଷୀୟ ରାଣୀଙ୍କ ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରିଛି। ତାଙ୍କୁ ସପନା ନାମକ ଜଣେ ମହିଳା ଛୁରୀ ଭୁଷି ହତ୍ୟା କରିଛନ୍ତି।
ଉତ୍ତର ଜିଲ୍ଲାର ଡିସିପି ସାଗର କାଲସି କହିଛନ୍ତି, ରାଣୀ ଗୁରୁଗ୍ରାମରେ ଥିବା ଗୋଟିଏ ପାର୍ଲରରେ କାମ କରୁଥିଲେ। ସପନା ଓ ରାଣୀ ଗୋଟିଏ ଫ୍ଲାଟରେ ଭଡ଼ାରେ ରହୁଥିଲେ। ଉଭୟ ଗତକାଲି ରାତିରେ ଗୋଟିଏ ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ ୩୬ ବର୍ଷୀୟ ସପନା ପ୍ରବଳ ମଦ ପିଇଥିଲେ।
ନିଶାସକ୍ତ ଅବସ୍ଥାରେ ସେ ତାଙ୍କ ବାପାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ରାଣୀ ବିରୋଧ କରିବାରୁ ଦୁଇ ମହିଳାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଉକ୍ତ ପାର୍ଟିରେ ଆଉ ୬ ଜଣ ଲୋକ ମଧ୍ୟ ଉପସ୍ଥିତ ଥିଲେ। ରାତିର ଝଗଡ଼ା ପରେ ସବୁ କିଛି ଥଣ୍ଡା ପଡ଼ି ଯାଇଥିଲା।
ହେଲେ ଆଜି ଭୋରରୁ ପୁଣି ଉକ୍ତ ଘଟଣାକୁ ନେଇ ରାଣୀ ଓ ସପନାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ସପନା ଭୋର ପ୍ରାୟ ୪.୩୦ରେ ରୋଷେଇ ଘରେ ଥିବା ଛୁରୀ ଆଣି ଏକାଧିକ ଥର ରାଣୀଙ୍କୁ ଭୁଷି ଚାଲିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ସପନା ବିବାହିତ ହୋଇଥିଲେ ମଧ୍ୟ ତାଙ୍କର ଛାଡ଼ପତ୍ର ହୋଇ ସାରିଛି। ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛନ୍ତି। ବିଭିନ୍ନ ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ୱେଟର ଭାବେ କାମ କରୁଥିବା ସପନା ପୁଲିସ୍ର ଜେରା ବେଳେ ନିଜର ଦୋଷକୁ ସ୍ୱୀକାର କରି ନେଇଛନ୍ତି। ପୁଲିସ ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rani_1685449526.jpg)