Advertisment

ମୁହଁ ପୋଡ଼ି ଦେଲା ଅଧିକ ମେକଅପ୍, ବାହା ହେବାକୁ ମନା କରିଦେଲା ବର

ବିବାହ ପୂର୍ବରୁ ଅଧିକ ସଜେଇ ହେବାର ନିଶା ତାଙ୍କ ବାହାଘରକୁ ଭାଙ୍ଗି ଦେଇଛି।

author-image
Tapas Behera
ଅଦ୍ୟତନ ହୋଇଛି
The woman’s family has registered a police complaint against the owner of the beauty parlour

The woman’s family has registered a police complaint against the owner of the beauty parlour

ଦିନକ ପରେ ହୋଇଥାନ୍ତା ବାହାଘର। ବେଦୀରେ ବସିଥାନ୍ତେ। ଆଉ ସାତଜନମର ସାଥୀ ଆସି ତାଙ୍କ ସିନ୍ଥିରେ ସିନ୍ଦୂର ଦେଇ ନେଇଯାଇଥାନ୍ତେ। ଏଥିପାପଇଁ କେତେ ଆନନ୍ଦ ଉଲ୍ଲାସ ପୁଣି କେତେ ଖୁସି। ତାସହିତ କେତେ ଆୟୋଜନ ପୁଣି କେତେ ସାଜସଜ୍ଜା। ହେଲେ ଏମିତି ରଙ୍ଗିନ ଏକ ଉତ୍ସବକୁ ଗୋଟିଏ ଘଟଣା ଫିକା ପକାଇ ଦେଇଛି। ବିବାହ ପୂର୍ବରୁ ଅଧିକ ସଜେଇ ହେବାର ନିଶା ତାଙ୍କ ବାହାଘରକୁ ଭାଙ୍ଗି ଦେଇଛି। ବିବାହ ଉତ୍ସବରେ ଅଧିକ ସୁନ୍ଦର ଦେଖାଯିବାର ପାଇଁ ମେକପ ନେବାକୁ ଯାଇଥିବା ଜଣେ ଯୁବତୀଙ୍କ ମୁହଁ ପୋଡ଼ି ହୋଇ କଳା ପଡ଼ିଯିବାରୁ ବର ବାହା ହେବାକୁ ମନା କରିଦେଇଛନ୍ତି। ଏମିତି ଏକ ଘଟଣା କର୍ଣ୍ଣାଟକର ହାସନ ଜିଲ୍ଲାର ଆରାସିୟୋର ଗ୍ରାମରେ ଘଟିଛି। ବିବାହ ପୂର୍ବରୁ ସମ୍ପୃକ୍ତ ଯୁବତୀ ଜଣକ ମୁହଁକୁ ଅଧିକ ସୁନ୍ଦର କରିବା ପାଇଁ ମେକପ ନେବାକୁ ଏକ ପାର୍ଲର ଯାଇଥିଲେ।

Advertisment

ସେଠାରେ ତାଙ୍କ ମୁହଁରେ ଅତ୍ୟଧିକ କ୍ୟାମିକାଲ ମିଶା ସାମଗ୍ରୀ ବ୍ୟବହାର କରାଯାଇଥିଲା। ଫଳରେ ଯୁବତୀ ଜଣକର ମୁହଁ ପୋଡ଼ି ହେବାକୁ ଲାଗିଥିଲା। ଆଉ ତାଙ୍କ ମୁହଁ କଳା ପଡ଼ି ଯାଇଥିଲା । କେଳବ ସେତିକି ନୁହଁ ମୁହଁ କଳା ନୁହଁ ବରଂ ଫୁଲିଯାଇ ଅଧିକ ଅସୁନ୍ଦର ହୋଇଥିଲା। ଯୁବତୀ ଜଣକ କିଛି ଅଭିନବ ଢଙ୍ଗରେ ତାଙ୍କ ମୁହଁକୁ ସଜେଇବାକୁ ଚାହୁଁଥିଳେ। କିନ୍ତୁ ଅଧିକ ଗୋରା ହେବା ପରିବର୍ତ୍ତେ ସେଇ ମେକପ୍ ସାମଗ୍ରୀ ତାଙ୍କ ପାଇଁ କାଳ ହୋଇଛି।

ଯୁବତୀଙ୍କ ମୁହଁ ଅସୁନ୍ଦର ହୋଇଥିବା ଜାଣିବା ପରେ ବିବାହ କରିବାକୁ ମନା କରିଦେଇଥିଲେ ବର । ଫଳରେ ବାହାଘର ଭାଙ୍ଗିଯାଇଥିଲା। ଯୁବତୀ ଜଣକ ଏବେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ଯୁବତୀଙ୍କ ପରିବାରୁ ତରଫରୁ ସମ୍ପୃକ୍ତ ବ୍ୟୁଟିପାର୍ଲର ମାଲିକଙ୍କ ବିରୋଧରେ ଥାନାରେ ମାମାଲା ରୁଜୁ କରାଯାଇଛି। ପୁଲିସ ଏହି ଘଟଣାରେ ତଦନ୍ତ ଚଳାଇଛି।

Advertisment
India