Advertisment

୩ ବର୍ଷ ହେଲା ନିଖୋଜ ଥିଲେ ମହିଳା, ଏବେ ପାଇଖାନା ଟାଙ୍କିରୁ ମିଳିଲା କଙ୍କାଳ

୨୦୨୦ ମାର୍ଚ୍ଚ ମାସରେ ଟୁମ୍ପା ମଣ୍ଡଳ ନାମକ ଜଣେ ମହିଳା ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କ ବାପା ଲକ୍ଷ୍ମଣ ହାଲଦାର ସ୍ଥାନୀୟ ପୁଲିସରେ ଝିଅର ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ।

author-image
Hemant Lenka
WB

WB

ଦୀର୍ଘ ୩ ବର୍ଷ ପରେ ଜଣେ ମହିଳାଙ୍କ ହତ୍ୟା ମାମଲାର ଖୁଲାସା କରିଛି ପଶ୍ଚିମବଙ୍ଗ ସିଆଇଡି। ୩ ବର୍ଷ ତଳେ ନିଖୋଜ ହୋଇଥିବା ମହିଳାଙ୍କ କଙ୍କାଳକୁ ସିଆଇଡି ଅଧିକାରିମାନେ ଗୋଟିଏ ପାଇଖାନା ଟାଙ୍କିରୁ ଉଦ୍ଧାର କରିଛନ୍ତି। କଙ୍କାଳ ମିଳିବା ପରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି।

Advertisment

୨୦୨୦ ମାର୍ଚ୍ଚ ମାସରେ ଟୁମ୍ପା ମଣ୍ଡଳ ନାମକ ଜଣେ ମହିଳା ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କ ବାପା ଲକ୍ଷ୍ମଣ ହାଲଦାର ସ୍ଥାନୀୟ ପୁଲିସରେ ଝିଅର ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଏପ୍ରିଲ ୨୦୨୦ରେ ପୁଲିସ୍‌ ମହିଳାଙ୍କ ସ୍ୱାମୀ ଭୂମବଳ ମଣ୍ଡଳଙ୍କୁ ଗିରଫ କରିଥିଲା। କିନ୍ତୁ ସ୍ଥାନୀୟ ପୁଲିସ୍‌ ତାଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ କୋର୍ଟରେ ଦାଖଲ କରି ପାରିନଥିଲା। ଫଳରେ କୋର୍ଟ ତାଙ୍କୁ ଜାମିନରେ ଖଲାସ କରିଥିଲା।

ଟୁମ୍ପାଙ୍କ ବାପା ଲକ୍ଷ୍ମଣ କିନ୍ତୁ ହାର ମାନି ନଥିଲେ। ସେ କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆବେଦନ କରିଥିଲେ। ଏହି ଆବେଦନକୁ ଗ୍ରହଣ କରି ପଶ୍ଚିମବଙ୍ଗ ସିଆଇଡିକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜୁନ ୧୩ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିଆଇଡି ତଦନ୍ତ ଭାର ହାତକୁ ନେଇଥିଲା।

Advertisment

ସିଆଇଡି ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ସ୍ୱାମୀଙ୍କୁ ପୁଣି ଜେରା କରିଥିଲା। ତଦନ୍ତର ୧୦ ଦିନ ମଧ୍ୟରେ ଭୂମବଳ ମଣ୍ଡଳ ତାଙ୍କ ପତ୍ନୀଙ୍କୁ ମାରିଥିବା ସ୍ୱୀକାର କରିଥିଲେ। ଏଥିସହ ଗୋଟିଏ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚାଇ ରଖିଥିବା କଥା ମଧ୍ୟ ଅଧିକାରୀମାନଙ୍କୁ ଜଣାଇଥିଲେ।

ଭୂମବଳ ଓ ଟୁମ୍ପା ୨୦୨୦ରେ ବେଙ୍ଗଲର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ରହୁଥିଲେ। ଏହି ସମୟରେ ଭୂମବଳ ତାଙ୍କ ପତ୍ନୀ ଟୁମ୍ପାଙ୍କୁ ତକିଆରେ ଅଣନିଃଶ୍ୱାସ କରି ହତ୍ୟା କରିଥିଲେ।

ଏହାପରେ ମୃତଦେହକୁ ଗୋଟିଏ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲେ। ଏବେ ତାଙ୍କ ଠାରୁ ସୂଚନା ପାଇ ସିଆଇଡି ପକ୍ଷରୁ ପାଇଖାନା ଟାଙ୍କିରେ ଖୋଜାଖୋଜି କରିଥିଲେ। ଏହି ସମୟରେ ମହିଳାଙ୍କ ଅଳଙ୍କାର ସହ କଙ୍କାଳ ମିଳିଥିଲା।

West Bengal