Advertisment

ଜୋରରେ ବାଜୁଥିବା ଗୀତକୁ ବିରୋଧ କରିବାରୁ ଗର୍ଭବତୀଙ୍କୁ ଗୁଳି, ନଷ୍ଟ ହୋଇଗଲା ପିଲା

ପୁଲିସ୍‌ ଗୁଳିମାଡ଼ କରିଥିବା ହରିଶ ଓ ବନ୍ଧୁକ ଦେଇଥିବା ଅମିତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସେହିପରି ଗୁଳିମାଡ଼ର ଶିକାର ହୋଇଥିବା ମହିଳାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି।

Gun

GUN

Advertisment

ଦେଶର ରାଜଧାନୀ ଦିଲ୍ଲୀର ସିରାସପୁରରେ ହୋଇଛି ଗୁଳିମାଡ଼। ପଡ଼ୋଶୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ଗର୍ଭବତୀ। ଗୁଳିମାଡ଼ ଯୋଗୁ ମହିଳାଙ୍କ ପେଟରେ ଥିବା ପିଲାଟି ନଷ୍ଟ ହୋଇଯାଇଛି। ଗର୍ଭବତୀ ଜଣଙ୍କ ଜୋର୍‌ରେ ବାଜୁଥିବା ଗୀତର ସାଉଣ୍ଡକୁ କମ କରିବାକୁ କହିବାରୁ ଏତେ ବଡ଼ ଘଟଣା ଘଟିଛି।

Advertisment

ପୁଲିସ୍‌ ଗୁଳିମାଡ଼ କରିଥିବା ହରିଶ ଓ ବନ୍ଧୁକ ଦେଇଥିବା ଅମିତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସେହିପରି ଗୁଳିମାଡ଼ର ଶିକାର ହୋଇଥିବା ମହିଳାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି।

ରାତି ପ୍ରାୟ ୧୨.୧୫ରେ ପିସିଆରକୁ ଗୁଳିମାଡ଼ ସମ୍ପର୍କରେ ସୂଚନା ମିଳିଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ଗୁଳିମାଡ଼ରେ ଆହତ ହୋଇଥିବା ରଞ୍ଜୁଙ୍କୁ ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସାରିଥିଲା। ଗୁଳିଟି ତାଙ୍କ ବେକରେ ମାଡ଼ ହୋଇଥିବାରୁ ସେ ପୁଲିସ୍‌ ଆଗରେ କୌଣସି ବୟାନ ଦେଇ ପାରି ନାହାନ୍ତି। ତେବେ ପୁଲିସ୍‌ ରଞ୍ଜୁଙ୍କ ଜଣେ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଛି।

Advertisment

ରବିବାର ହରିଶ ତାଙ୍କ ପୁଅର କୁଆଁନ ପୂଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ଡିଜେ ବଜା ଯାଇଥିଲା। ଡିଜେ ଜୋରରେ ଶବ୍ଦ କରୁଥିବାରୁ ରଞ୍ଜୁ ତାଙ୍କ ବାଲକୋନୀକୁ ଆସି ସାଉଣ୍ଡ କମ କରିବାକୁ କହିଥିଲେ। ବାସ୍‌ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ହରିଶ ତାଙ୍କ ବନ୍ଧୁ ଅମିତଙ୍କ ଠାରୁ ବନ୍ଧୁକ ଆଣି ରଞ୍ଜୁଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ସିଧା ତାଙ୍କ ବେକରେ ମାଡ଼ ହୋଇଥିଲା।

ରଞ୍ଜୁଙ୍କ ମା’ ସନ୍ଧ୍ୟା ଦେବୀ କହିଛନ୍ତି, “ଡାକ୍ତରମାନେ ଆମକୁ କହିଛନ୍ତି ଯେ ଝିଅର ପେଟରେ ଥିବା ପିଲା ନଷ୍ଟ ହୋଇଯାଇଛି। ସେହିପରି ରଞ୍ଜୁ ଅବସ୍ଥା ମଧ୍ୟ ଭଲ ନାହିଁ। ତା’ର ଚିକିତ୍ସା ଚାଲିଛି ଓ ଅଧିକ ସର୍ଜରୀ ମଧ୍ୟ ହେବ। ତା’ର ୩ଟି ପିଲା ଅଛନ୍ତି। ଏବେ ସେମାନେ କ’ଣ କରିବେ?”

ଧାରା ୩୦୭, ୩୪ ସମେତ ଆର୍ମସ ଆକ୍ଟର ଧାରା ୨୭ ଅନୁଯାୟୀ ପୁଲିସ୍‌ ମାମଲା ରୁଜୁ କରିବା ସହ ହରିଶ ଓ ଅମିତଙ୍କୁ ଗିରଫ କରିଛି। ହରିଶ ଡେଲିଭରୀ ବୟ ଭାବେ କାମ କରୁଥିବା ବେଳେ ଅମିତ ମୋବାଇଲ ମରାମତି ଦୋକାନ କରିଛନ୍ତି। ସେହିପରି ମହିଳାଙ୍କ ସ୍ୱାମୀ ଜଣେ ଶ୍ରମିକ। ତାଙ୍କ ଘର ବିହାରରେ ହୋଇଥିବା ବେଳେ ସେ ପରିବାର ସହ ଏଠାରେ ଭଡ଼ାରେ ରହୁଥିଲେ।

Delhi Bullets & Guns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe