Advertisment

ମଣିପୁର ହିଂସା: ସ୍କୁଲ ବାହାରେ ମହିଳାଙ୍କୁ ଗୁଳି କରି ହତ୍ୟା

ଆଜି ସ୍କୁଲ ସାମ୍ନାରେ ହିଁ ଜଣେ ମହିଳାଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ପଶ୍ଚିମ ଇମ୍ଫାଲରେ ଏପରି ଘଟଣା ଘଟିଛି। ଏହାକୁ ନେଇ ପୁଣିଥରେ ପୂରା ଇମ୍ଫାଲରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Manipur

Manipur

Advertisment

ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟର ସଂଘର୍ଷ ଯୋଗୁ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁନି। ମେ’ ୩ରୁ ଆରମ୍ଭ ହୋଇଥିବା ହିଂସା ପାଇଁ ମଣିପୁରରେ ଜୀବନଯାତ୍ରା ଠପ ହୋଇଯାଇଛି। ଚଳିତ ମାସରୁ ସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ବୁଧବାର ସ୍କୁଲ ଗୁଡ଼ିକ ଖୋଲିଥିଲା।

Advertisment

କିନ୍ତୁ ଆଜି ସ୍କୁଲ ସାମ୍ନାରେ ହିଁ ଜଣେ ମହିଳାଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ପଶ୍ଚିମ ଇମ୍ଫାଲରେ ଏପରି ଘଟଣା ଘଟିଛି। ଏହାକୁ ନେଇ ପୁଣିଥରେ ପୂରା ଇମ୍ଫାଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ପୁଲିସ୍‌ ମହିଳା ଜଣଙ୍କ ନାଁ କିମ୍ବା ସେ କେଉଁ ସଂପ୍ରଦାୟର, ସେକଥା ସ୍ପଷ୍ଟ ହୋଇନି।

ପୁଲିସ୍‌ କହିଛି ଯେ ଇମ୍ଫାଲର ଶିଶୁ ନିଶଥା ନିକେତନ ସ୍କୁଲ ବାହାରେ ଆଜି ସକାଳୁ ଏପରି ଘଟଣା ଘଟିଛି। ମହିଳା ଜଣଙ୍କ ସ୍କୁଲ ବାହାରେ ଛିଡ଼ା ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି।

Advertisment

ଗୁଳିମାଡ଼ ଯୋଗୁ ମହିଳା ଜଣଙ୍କ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାର ଆଶଙ୍କା ରହିଛି। ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଇଛି।

ଦିନକ ତଳେ କାଙ୍ଗପୋକପି ଜିଲ୍ଲାରେ ମାପାଓ ଓ ଅୱାଙ୍ଗ ସେକମାଇ ରିଜ୍‌ନର ଦୁଇ ସଶସ୍ତ୍ର ଗ୍ରୁପ୍‌ ମଧ୍ୟରେ ଲଢ଼େଇ ହେବାକୁ ଯାଉଥିଲା। ଏହାକୁ ସୁରକ୍ଷାକର୍ମୀମାନେ ଅଟକାଇବାରେ ସଫଳ ହୋଇଥିଲେ। ଉକ୍ତ ଘଟଣା ପରେ ଆଜି ମହିଳାଙ୍କୁ ଗୁଳିମାଡ଼ ହୋଇଛି।

ଅନ୍ୟପକ୍ଷରେ ଥୌବାଲ ଜିଲ୍ଲାରେ କିଛି ଲୋକ ଜଣେ ଆଇଆରବି ଅଧିକାରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ୱାଙ୍ଗବାଲରେ ଥିବା ତୃତୀୟ ଆଇଆରବି କ୍ୟାମ୍ପରେ କିଛି ଲୋକ ବଳପୂର୍ବକ ପଶି ଅସ୍ତ୍ରଶସ୍ତ୍ର ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନଙ୍କୁ ଆଇଆରବି ଯବାନ ଓ ଅଧିକାରୀମାନେ ଅଟକାଇଥିଲେ। ସେମାନଙ୍କ ମଧ୍ୟରେ ଥିବା ଜଣେ ଅଧିକାରୀଙ୍କ ଘରେ ହିଁ ଲୋକମାନେ ନିଆଁ ଲଗାଇ ଦେଇଛନ୍ତି।

Bjp Manipur Manipur Violence Biren Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe