Advertisment

Woman Slits Wrist: ଭଣଜା ସହ ଅନୈତିକ ସମ୍ପର୍କ ରଖିଥିଲେ ୨ ଛୁଆର ମା’, କାହିଁକି ଥାନାରେ କାଟିଲେ ରିଷ୍ଟ୍‌?

ଥାନାରେ ଭଣଜା ସମ୍ପର୍କ ଆଗକୁ ବଢ଼ାଇବାକୁ ମନା କରିବାରୁ ମହିଳା ଜଣଙ୍କ ନିଜର ରିଷ୍ଟ କା ହାତର କଚଟି କାଟି ଦେଇଛନ୍ତି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଏବେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଯାଇଛି।

author-image
Hemant Lenka
alok

ପୂଜା ଓ ଆଲୋକ

ଦୀର୍ଘ ୯ ବର୍ଷ ତଳେ ବିବାହ କରିଥିଲେ। ଦୁଇଟି ଛୁଆର ମା’ ମଧ୍ୟ ହୋଇଛନ୍ତି। ଗୋଟିଏ ପୁଅର ବୟସ ୭ ଓ ଆଉ ଗୋଟିଏର ବୟସ ୬। ତଥାପି କିଛି ମାସ ହେଲା ଭଣଜାଙ୍କ ସହ ରଖିଥିଲେ ଅନୈତିକ ସମ୍ପର୍କ। ତାଙ୍କ ସହ ରହିବାକୁ ଘର ମଧ୍ୟ ଛାଡ଼ି ଦେଇଥିଲେ। ହେଲେ ଦୀର୍ଘ ମାସ ହେଲା ଚାଲିଥିବା ଅନୈତିକ ସମ୍ପର୍କକୁ ଓହରିବାକୁ ଚାହିଁଥିଲେ ଭଣଜା।

Advertisment

ମାମଲା ଥାନାରେ ବି ପହଞ୍ଚିଥିଲା। ଥାନାରେ ଭଣଜା ସମ୍ପର୍କ ଆଗକୁ ବଢ଼ାଇବାକୁ ମନା କରିବାରୁ ମହିଳା ଜଣଙ୍କ ନିଜର ରିଷ୍ଟ କା ହାତର କଚଟି କାଟି ଦେଇଛନ୍ତି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଏବେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଯାଇଛି। ଏପରି ଗୋଟିଏ ଘଟଣା ଉତ୍ତର ପ୍ରଦେଶ(Uttar Pradesh)ର ସୀତାପୁରରୁ ଆସିଛି।

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳା ଜଣଙ୍କ ହେଲେ ପୂଜା ମିଶ୍ରା। ତାଙ୍କ ଘର ଦିଲ୍ଲୀରେ। ସେ ପ୍ରାୟ ୯ ବର୍ଷ ତଳେ ସୀତାପୁରର ଲଲିତ କୁମାର ମିଶ୍ରାଙ୍କୁ ବିବାହ କରିଥିଲେ। ପୂଜା ଓ ଲଳିତଙ୍କ ଦୁଇଟି ପୁଅ ମଧ୍ୟ ରହିଛନ୍ତି। 

Advertisment

କିଛି ମାସ ତଳେ ଲଳିତ କାମରେ ସହାୟତା କରିବାକୁ ତାଙ୍କ ଭଣଜା ଆଲୋକ ମିଶ୍ରାଙ୍କୁ ଘରକୁ ଆଣିଥିଲେ। ସେ ମାମୁ ଘରେ ରହିବା ସହ ଲଳିତଙ୍କୁ କାମରେ ସହାୟତା କରୁଥିଲେ। କିନ୍ତୁ ଘରେ ରହିବା ସମୟରେ ପୂଜା ତାଙ୍କ ଠାରୁ ୧୫ ବର୍ଷ ସାନ ଆଲୋକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ରୋମାଣ୍ଟିକ ସମ୍ପର୍କ। ବେଶ କିଛି ମାସ ଧରି ଏପରି ସମ୍ପର୍କ ଲୁଚାଛପାରେ ଚାଲିଥିଲା।

୨ଟି ପୁଅ ଓ ସ୍ୱାମୀ ଥାଇ ମଧ୍ୟ ପୂଜା ତାଙ୍କ ଠାରୁ ୧୫ ବର୍ଷ ସାନ ଭଣଜା ସହ ଅନୈତିକ ସମ୍ପର୍କ ରଖିବାକୁ ଆଦୌ କୁଣ୍ଠାବୋଧ ପ୍ରକାଶ କରି ନଥିଲେ। ଏକଥା ଲଳିତ ଜାଣିବା ପରେ ଆଲୋକଙ୍କୁ ଘରୁ ବିଦା କରିଦେଇଥିଲେ। ହେଲେ ପୂଜା ନିଜର ପିଲା ଓ ସ୍ୱାମୀଙ୍କୁ ଛାଡ଼ି ଆଲୋକ ରହୁଥିବା ବରେଲୀକୁ ଚାଲି ଯାଇଥିଲେ। ସେଠାରେ ଉଭୟ ୭ ମାସ କାଳ ଏକାଠି ରହିଥିଲେ। ସେଠାରେ ଆଲୋକ ଅଟୋ ଚଳାଉଥିଲେ। 

ତେବେ ଏକାଠି ରହିବା ସମୟରେ ପୂଜା ଓ ଆଲୋକଙ୍କ ମଧ୍ୟରେ ପାଟତୁଣ୍ଡ ହୋଇଥିଲା। ପୂଜାଙ୍କୁ ଛାଡ଼ି ଆଲୋକ ସୀତାପୁରରେ ଥିବା ନିଜ ଗାଁ ମଢ଼ିଆକୁ ଚାଲି ଆସିଥିଲେ। ତାଙ୍କ ପଛେପଛେ ପୂଜା ମଧ୍ୟ ସେଠାରେ ପହଞ୍ଚିଥିଲେ। ଆଲୋକଙ୍କ ସହ ରହିବାକୁ ସେ ଜିଦ କରିବାକୁ ମାମଲା ଥାନାରେ ପହଞ୍ଚିଥିଲା। ଥାନା ଅଧିକାରୀ ବିବାଦର ବୁଝାମଣା କରିବାକୁ ଉଭୟଙ୍କୁ ଥାନାକୁ ଡାକିଥିଲେ। 

ଥାନାରେ ଆଲୋକ ସିଧାସିଧା ପୂଜାଙ୍କ ସହ ସେ ରହିବାକୁ ଚାହୁଁ ନଥିବା କହିଥିଲେ। ଏଥିରେ ରାଗି ଯାଇ ପୂଜା ନିଜ ପାଖରେ ରଖିଥିବା ବ୍ଲେଡ ବାହାର କରିଥିଲେ। କେହି କିଛଇ ବୁଝିବା ଆଗରୁ ସେ ଥାନା ଭିତରେ ନିଜ ରିଷ୍ଟ କାଟି ଦେଇଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଳକ୍ଷ୍ନୌ ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

Uttar Pradesh