/odisha-reporter/media/media_files/2026/01/16/murder-2026-01-16-17-26-25.jpg)
representational image
ପୁଣି ପ୍ରେମ ଓ ପ୍ରତାରଣା ଯୋଗୁ ଘଟିଛି ହତ୍ୟାକାଣ୍ଡ। ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପୂର୍ବତନ ପ୍ରେମିକା ନିଜର ନୂଆ ପ୍ରେମିକ ସହ ମିଶି ଅତ୍ୟନ୍ତ ନିର୍ମମ ଭାବେ କରିଛନ୍ତି ହତ୍ୟା। ପ୍ରେମିକା ଜଣଙ୍କ ୮ଥର ପୁରୁଣା ପ୍ରେମକଙ୍କ ଦେହରେ ଛୁରୀ ଭୁଷିବାରୁ ଘଟଣା ସ୍ଥଳରେ ହିଁ ସେ ଆଖି ବୁଜିଛନ୍ତି। ଗୁଜରାଟର ରାଜକୋଟରୁ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।
ମକର ସଂକ୍ରାନ୍ତିରେ ହତ୍ୟା(Murder)ର ଶିକାର ହୋଇଥିବା ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ହେଲେ ସାୱନ ଗୋସ୍ୱାମୀ। ପୁଲିସ୍ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ ହେଁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ବର୍ଷା ନାମକ ଜଣେ ମହିଳାଙ୍କ ୪ ମାସ ତଳେ ଗୋସ୍ୱାମୀଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ୪ ମାସର ପ୍ରେମ ସମ୍ପର୍କ ଝଗଡ଼ା ଯୋଗୁ ଶେଷ ହୋଇ ଯାଇଥିଲା। ଗୋସ୍ୱାମୀଙ୍କୁ ଛାଡ଼ି ବର୍ଷା ଆଉ ଜଣେ ନୂଆ ପ୍ରେମିକ ସହ ରହିବା ଆରମ୍ଭ କରିଥିଲେ।
ଏପଟେ ବର୍ଷାଙ୍କ ବିନା ଗୋସ୍ୱାମୀଙ୍କୁ କିଛି ଭଲ ଲାଗୁ ନଥିଲା। ନୂଆ ପ୍ରେମିକ ସହ ବର୍ଷାଙ୍କୁ ଦେଖି ସହି ପାରୁ ନଥିଲେ ଗୋସ୍ୱାମୀ। ଏଥିପାଇଁ ସେ ପ୍ରାୟତଃ ବର୍ଷା ରହୁଥିବା ଘରକୁ ଯାଇ ପାଟିତୁଣ୍ଡ କରୁଥିଲେ। ଏପରି କି ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ଗୋସ୍ୱାମୀ ଝଗଡ଼ା କରିବାରୁ ବର୍ଷା ପୁଲିସ୍ର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।
ପୁଲିସ୍ ଅଭିଯୋଗ ସତ୍ତ୍ୱେ ମକର ସଂକ୍ରାନ୍ତିରେ ଗୋସ୍ୱାମୀ ପୁଣି ବର୍ଷାଙ୍କ ଠିକଣାରେ ପହଞ୍ଚିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏତିକି ବେଳେ ବର୍ଷା ନିଜର ନୂଆ ପ୍ରେମିକଙ୍କ ସହ ମିଶି ଗୋସ୍ୱାମୀଙ୍କୁ ଆକ୍ରମଣ କରିଥିଲେ। ଗୋଟିଏ ଛୁରୀକୁ ବର୍ଷା ରାଗରେ ୮ ଥର ଗୋସ୍ୱାମୀଙ୍କ ଦେହରେ ଭୁଷି ପକାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଗୋସ୍ୱାମୀଙ୍କ ମୃତ୍ୟୁ ହୋଇ ଯାଇଥିଲା।
ପୁଲିସ୍ ଏହି ଘଟଣାରେ ବର୍ଷା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
