Advertisment

ଅଧିକ ଉତ୍ସାହିତ ହୋଇ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଉପରକୁ ମୋବାଇଲ ଫୋନ ଫିଙ୍ଗି ଦେଲେ ମହିଳା

ଏସ୍‌ପିଜିର କର୍ମଚାରୀମାନେ ଉକ୍ତ ମହିଳାଙ୍କୁ ତାଙ୍କ ମୋବାଇଲ ଫେରାଇ ଦେଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
PM's Rally

PM's Rally

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ଣ୍ଣାଟକାର ମହୀଶୂରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିବା ବେଳେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଗାଡ଼ି ଉପରକୁ ଜଣେ ମହିଳା ତାଙ୍କ ମୋବାଇଲ ଫୋନ୍‌କୁ ଫିଙ୍ଗି ଦେଇଥିଲେ। ମୋବାଇଲ ଫୋନଟି ମୋଦିଙ୍କର ଖୁବ୍ ନିକଟରେ ଗାଡ଼ି ଉପରେ ପଡ଼ିଥିଲା। ତେବେ ଉକ୍ତ ମହିଳା ଜଣଙ୍କ ଅଧିକ ଉତ୍ସାହିତ ହୋଇ ତାଙ୍କ ମୋବାଇଲ ଫୋନ୍‌ଟିକୁ ଫୋପାଡ଼ି ଦେଇଥିଲେ ବୋଲି କର୍ଣ୍ଣାଟକା ପୁଲିସ ପକ୍ଷରୁ କୁହାଯାଇଛି।

Advertisment

କର୍ଣ୍ଣାଟକାର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଆଲୋକ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସ୍‌ପିଜିର ସୁରକ୍ଷା ବଳୟ ମଧ୍ୟରେ ଥିଲେ। ଯେଉଁ ମହିଳା ଜଣଙ୍କ ମୋବାଇଲ ଫିଙ୍ଗି ଥିଲେ ସେ ଜଣେ ବିଜେପି କର୍ମୀ। ମୋବାଇଲ ଫିଙ୍ଗିବା ପଛରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ସେ ଅଧିକ ଉତ୍ସାହିତ ହୋଇ ତାଙ୍କ ମୋବାଇଲ ଫୋନ୍‌ଟିକୁ ଫିଙ୍ଗି ଦେଇଥିଲେ। ଏସ୍‌ପିଜିର କର୍ମଚାରୀମାନେ ଉକ୍ତ ମହିଳାଙ୍କୁ ତାଙ୍କ ମୋବାଇଲ ଫେରାଇ ଦେଇଥିଲେ। ତଥାପି ଆମେ ଉକ୍ତ ମହିଳାଙ୍କୁ ସମନ ଜାରି କରିଛୁ। ସେ ମଙ୍ଗଳବାର ଥାନାରେ ପହଞ୍ଚିବା ପରେ ତାଙ୍କ ବୟାନ ରେକର୍ଡ କରାଯିବ। 

ଏହି ଘଟଣା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମହୀଶୂର-କୋଡ଼ାଗୁ ସାଂସଦ ପ୍ରତାପ ସିମ୍‌ହା, ପୂର୍ବତନ ମନ୍ତ୍ରୀ କେ ଏସ୍ ଈଶ୍ୱରପ୍ପା ଓ ଏସ୍‌ ଏ ରାମଦାସ ପ୍ରମୁଖ ଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ ଓ ବିଜେପି କର୍ମୀ ଉପସ୍ଥିତ ରହିଥିଲେ। ଲୋକେ ବିଜେପି ପତାକା ଧରିଥିବା ବେଳେ ଫୁଲ ଫିଙ୍ଗୁ ଥିଲା। ଆଉ ତା’ ଭିତରେ ଉକ୍ତ ମହିଳା ଜଣଙ୍କ ତାଙ୍କ ମୋବାଇଲ ଫୋନଟି ଫୋପାଡ଼ି ଦେଇଥିଲେ। ମୋବାଇଲ ଫୋନ୍‌ଟି ଗାଡ଼ି ଉପରେ ପଡ଼ିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଇଟିକୁ ଦେଖିଥିଲେ। କିଛି ଜିନିଷ ପଡ଼ିଲା ବୋଲି ସେ ଏସ୍‌ପିଜି କର୍ମଚାରୀଙ୍କୁ ଇଙ୍ଗିତ କରିଥିଲେ।

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ। 

Narendra Modi PM Modi PM Security Breach Karnataka Polls 2023