Advertisment

ଅଟକିଲାନି ବସ୍‌, ପଥର ମାଡ଼ କରି ୫ ହଜାର ଗଣିଲେ ମହିଳା

ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ। ସେ କର୍ଣ୍ଣାଟକାର କୋପ୍ପାଲ ଜିଲ୍ଲାର ହୁଲିଗିକୁ ଯାଇ ସେଠାରେ ଥିବା ହୁଲିଗେମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

author-image
Hemant Lenka
BUS

BUS

ବସ୍‌ ଷ୍ଟପ ବା ବସ୍‌ ଷ୍ଟାଣ୍ଡରେ ବସ୍‌ ନ ଅଟକିବାରୁ ଏହା ଉପରକୁ ପଥର ମାଡ଼ କରିଛନ୍ତି ଜଣେ ମହିଳା। ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କାର ଫାଇନ ମଧ୍ୟ ଦେବାକୁ ପଡ଼ିଛି।

Advertisment

ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ। ସେ କର୍ଣ୍ଣାଟକାର କୋପ୍ପାଲ ଜିଲ୍ଲାର ହୁଲିଗିକୁ ଯାଇ ସେଠାରେ ଥିବା ହୁଲିଗେମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ଯୋଜନା କରିଥିଲେ। କିନ୍ତୁ ବସ୍‌ ଷ୍ଟାଣ୍ଡରେ ସେ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିଥିଲେ ମଧ୍ୟ କୌଣସି ବସ୍‌ ସେଠାରେ ଅଟକି ନଥିଲା। ଏଥିରେ ବିରକ୍ତ ହୋଇ ସେ କୋପ୍ପାଲ-ହୋସାପେଟେ ନନଷ୍ଟପ ବସ୍‌ ଉପରକୁ ପଥର ମାଡ଼ କରିଥିଲେ। ପଥର ମାଡ଼ରେ ବସ୍‌ର ଗୋଟିଏ ଝରକା ଭାଙ୍ଗି ଯାଇଛି।

ପଥର ମାଡ଼ ପରେ ବସ୍‌ ଡ୍ରାଇଭର ଗାଡ଼ି ଅଟକାଇ ଦେଇଥିଲେ। ଏହାପରେ ଲକ୍ଷ୍ମୀ ଏଥିରେ ଚଢ଼ିଥିଲେ। କିନ୍ତୁ ବସ୍‌ ଡ୍ରାଇଭର ଘଟଣା ସ୍ଥଳରୁ ଗାଡ଼ିକୁ ସିଧା ମୁନିରବାଦ ପୁଲିସ୍‌ ଷ୍ଟେସନକୁ ନେଇ ଯାଇଥିଲେ। ସେଠାରେ ପୁଲିସ୍‌ ତାଙ୍କୁ ଅଟକ ରଖିବା ସହ ଜେରା କରିଥିଲା। ଏଥିରେ ଭାଙ୍ଗି ପଡ଼ି ଲକ୍ଷ୍ମୀ କ୍ଷମା ମାଗିଥିଲେ ଓ ୫ ହଜାର ଟଙ୍କାର ଫାଇନ ଦେଇଥିଲେ।

Advertisment

ଏହାପରେ ଉକ୍ତ ବସ୍‌ରେ ସେ ନିଜ ଗାଁ ଇଲକାଲକୁ ଯାଇଥିଲେ। ଲକ୍ଷ୍ମୀଙ୍କ ସହ ଆଉ ଜଣେ ମହିଳା ଓ ୨ ଜଣ ପିଲା ଥିଲେ। ସେମାନେ ମଧ୍ୟ ଇଲକାଲ ଯାଇଛନ୍ତି।

ବସ୍‌ର ଡ୍ରାଇଭର କହିଛନ୍ତି, ଲକ୍ଷ୍ମୀ ଓ ତାଙ୍କ ସହ ଥିବା ଲୋକମାନେ ବିପରୀତ ଦିଗରେ ଛିଡ଼ା ହୋଇଥିଲେ। ସେମାନେ ଇଲକାଲ ଯିବାର ଥିବା ବେଳେ ହୋସାପେଟେ ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲେ। ସେମାନେ ବିପରୀତ ଦିଗରେ ଛିଡ଼ା ହୋଇ ବସ୍‌କୁ ଅପେକ୍ଷା କରିଥିଲା।

ଆମ ବସ୍‌ ନନଷ୍ଟପ ହୋଇଥିବାରୁ ଆମର ସେଠାରେ ଅଟକିବାର ନଥିଲା। ଆମେ ଉକ୍ତ ରାସ୍ତା ଅତିକ୍ରମ କରୁଥିବା ବେଳେ ଲକ୍ଷ୍ମୀ ପଥର ମାଡ଼ କରିଥିଲେ। ଏହାପରେ ମାମଲା ପୁଲିସ୍‌ ପାଖରେ ପହଞ୍ଚିଥିଲା ବୋଲି ଡ୍ରାଇଭର ଜଣଙ୍କ କହିଛନ୍ତି।

Karnataka