Advertisment

ମହିଳାଙ୍କ ଚୁଟି କାଟି କଳା ବୋଳିଦେଲେ, ଗଛରେ ବାନ୍ଧି ଦେଲେ ଗରମ ଚେଙ୍କ

ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିଦେଲେ। ମୁହଁରେ କଳା ବୋଳିଦେଲେ। ସେତିକିରେ ସରିଲାନି ନିର୍ଯାତନାର କାହାଣୀ।  ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ କାଳ ଦେଇ ଚାଲିଲେ ଗରମ ଚେଙ୍କ ।

author-image
Niharika Rout
Torture

Torture

ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିଦେଲେ। ମୁହଁରେ କଳା ବୋଳିଦେଲେ। ସେତିକିରେ ସରିଲାନି ନିର୍ଯାତନାର କାହାଣୀ।  ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ କାଳ ଦେଇ ଚାଲିଲେ ଗରମ ଚେଙ୍କ । ଏପରି ବର୍ବର କାଣ୍ଡ ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ।

Advertisment

ଡାହାଣୀ ସନ୍ଦେହରେ କିଛି ଲୋକ ଘଟାଇଲେ ନୃଶଂସ କାଣ୍ଡ। ଦୁଇ ଦିନ କାଳ ଜଣେ ମହିଳାଙ୍କୁ ଦେଇ ଚାଲିଲେ ଗରମ ଚେଙ୍କ । ଶେଷରେ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

ମହିଳାଙ୍କ ଶରୀରରେ ଡାହାଣୀ ପଶିଥିବା ଶୁଣି ଖରାପ ଆତ୍ମାରୁ ତାଙ୍କୁ ମୁକ୍ତ କରିବାକୁ କିଛି ଲୋକ ଏପରି ଅମାନବୀୟ କାଣ୍ଡ ଘଟାଇ ଚାଲିଥିଲେ। ଶାହପୁର ନିବାସୀ ଉକ୍ତ ମହିଳାଙ୍କୁ ଗୁଣ୍ଡାଗୋକୁଳପୁରା ଗାଁ ନିକଟରେ ଥିବା ଏକ ପୂଜା ସ୍ଥଳକୁ ନିଆଯାଇଥିଲା।

Advertisment

ସେଠାରେ ତାଙ୍କୁ ଗଛରେ ବାନ୍ଧି ଦୁଇ ଦିନ ପର୍ଯ୍ୟନ୍ତ ଅମାନବୀୟ ଭାବେ ନିର୍ଯାତନା ଦିଆଯାଇଥିଲା। ତାଙ୍କ ଗଛରେ ବାନ୍ଧି ଗରମ ଲୁହାକୁ ତତାଇ ଚେଙ୍କ ପରେ ଚେଙ୍କ ଦିଆଯାଇଛି। ସମସ୍ତେ ଏହା ଦେଖୁଥିବା ବେଳେ ମହିଳାଜଣକ ଛାଡ଼ିଦେବାକୁ କାକୁତିମିନତି ହେଉଥିଲେ। ମାତ୍ର ଜଣେ ଅସହାୟ, ନିରୁପାୟ ମହିଳାଙ୍କ ବିକଳ ଚିତ୍କାର କାହାକୁ ଦୋହଲାଇ ପାରିଲାନି। ସମସ୍ତେ ପଥର ପାଲଟି ଯାଇଥିବା ବେଳେ ଚେଙ୍କ ଦେବା ବନ୍ଦ ହୋଇ ନ ଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ପୀଡ଼ିତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗରମ ଚେଙ୍କ ଚିହ୍ନ ଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏନେଇ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Rajasthan Black Magic