Advertisment

ଛୁଆକୁ କ୍ଷୀର ପିଆଉଥିଲେ ମହିଳା, ଦୁର୍ବୃତ୍ତଙ୍କ ଗୁଳିରେ ଟଳି ପଡ଼ିଲେ

ବ୍ୟକ୍ତିଙ୍କ ଉପରେ ଥିବା ରାଗ ଶୁଝାଇବାକୁ ତାଙ୍କ ଘରେ ପଶିଲେ ଦୁର୍ବୃତ୍ତ। ମାତ୍ର ତାଙ୍କୁ ନ ପାଇ ଚାରି ମାସର ଛୁଆକୁ କ୍ଷୀର ପିଆଉଥିବା ତାଙ୍କ ପତ୍ନୀଙ୍କ ଉପରକୁ ଚଳାଇଲେ ଗୁଳି।

Lady Dead

Lady Dead

Advertisment

ଦୁଇ ଗୋଷ୍ଠି ମଧ୍ୟରେ କନ୍ଦଳ ନେଲା ସାଂଘାତିକ ରୂପ । ବିରୋଧି ଭୁଲିଗଲେ ମାନବିକତା। ବ୍ୟକ୍ତିଙ୍କ ଉପରେ ଥିବା ରାଗ ଶୁଝାଇବାକୁ ତାଙ୍କ ଘରେ ପଶିଲେ। ମାତ୍ର ତାଙ୍କୁ ନ ପାଇ ଚାରି ମାସର ଛୁଆକୁ କ୍ଷୀର ପିଆଉଥିବା ତାଙ୍କ ପତ୍ନୀଙ୍କ ଉପରକୁ ଚଳାଇଲେ ଗୁଳି। ମହିଳାଜଣକ ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ ଗୁଳି ମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛି ତାଙ୍କ ଛୁଆ। ଏପରି ଏକ ଲୋମଟାଙ୍କୁରା ଘଟଣା ପଞ୍ଜାବର ଅମୃତସରର ରାଜାସାଂସୀ ଗାଁରେ ଘଟିଛି। ମୃତ ମହିଳାଜଣକ ହେଲେ ମନ୍ନା କୌରଙ୍କ ପତ୍ନୀ ୩୦ ବର୍ଷୀୟ ହରଜିନ୍ଦର କୌର ।

Advertisment

ଘଟଣା ଦିନ ହରଜିନ୍ଦର କୌର ନିଜ ଘରେ ଏକୁଟିଆ ଥିବା ବେଳେ ଛୁଆକୁ କ୍ଷୀର ପିଆଉଥିଲେ। ଉକ୍ତ ସମୟରେ ତାଙ୍କ ଘରେ ଦୁଇ ଯୁବକ ଜୋରଜବରଦସ୍ତ ଘରେ ପଶିଥିଲେ। ଏନେଇ ହରଜିନ୍ଦର ତୁରନ୍ତ ନିଜ ସ୍ୱାମୀଙ୍କୁ ଫୋନ୍‌ କରି ଜଣାଇଥିଲେ।

ଦୁଇ ଯୁବକ ଘରେ ପଶି ହରଜିନ୍ଦରଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ପଚାରିଥିଲେ। ଘରେ ସ୍ୱାମୀ ନ ଥିବା ନେଇ ହରଜିନ୍ଦର କହିବା ପରେ ଉକ୍ତ ଯୁବକଦ୍ୱୟ ହଠାତ୍‌ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଜଣକ ସେଠାରେ ପଡ଼ି ଯାଇଥିଲେ ।

Advertisment

ଖବର ପାଇ ପୁଲିସ୍‌ ତୁରନ୍ତ ପହଞ୍ଚି ହରଜିନ୍ଦରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ତୁରନ୍ତ ଛାନଭିନ ଆରମ୍ଭ କରି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଉ ୬ ଜଣଙ୍କ ଅଟକ ରଖିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦିନ ହେଲା ଛକାପଞ୍ଝା ଲାଗି ରହିଥିଲା। ଦୁଇ ଦିନ ପୂର୍ବରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉକ୍ତ ସମୟରେ ଅଭିଯୁକ୍ତମାନେ ହରଜିନ୍ଦରଙ୍କ ସ୍ୱାମୀ ମନ୍ନାଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ପୂର୍ବ ଯୋଜନା କରି ସେମାନେ ମନ୍ନାଙ୍କ ଘରେ ପଶିଥିଲେ। ମାତ୍ର ସେଠାରେ ତାଙ୍କୁ ନ ପାଇବାକୁ ସେମାନେ ତାଙ୍କ ପତ୍ନୀଙ୍କୁ ଗୁଳି କରି ମାରି ଦେଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Murder Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe