Advertisment

ଦିନକର ଛୁଆକୁ ଧରି ଫେରୁଥିଲେ ମହିଳା, ପିଟି ଦେଲା ବସ୍‌

ଦିନକ ପୂର୍ବରୁ ମା’ ହୋଇଥିଲେ। କୋଳକୁ ଆସିଥିଲା ନବଜାତ । ଖୁସିରେ ଗୋଡ଼ ତଳେ ଲାଗୁ ନ ଥିବା ବେଳେ ଛୁଆକୁ ଧରି ଘରକୁ ଫେରୁଥିଲେ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା।

Tension in Hospital

Tension in Hospital

Advertisment

ଦିନକ ପୂର୍ବରୁ ମା’ ହୋଇଥିଲେ। କୋଳକୁ ଆସିଥିଲା ନବଜାତ । ଖୁସିରେ ଗୋଡ଼ ତଳେ ଲାଗୁ ନ ଥିବା ବେଳେ ଛୁଆକୁ ଧରି ଘରକୁ ଫେରୁଥିଲେ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ଫେରିବା ବାଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ମା’ ଆଖି ବୁଜିଥିବା ବେଳେ କୋଳରେ ଥିବା ନବଜାତ କିନ୍ତୁ ସୁରକ୍ଷିତ ଅଛି। ଏପରି ଏକ ହୃଦୟ ବିଦାରକ ଘଟଣା ରାଜସ୍ଥାନର ନାଗୌରରେ ଘଟିଛି।

Advertisment

ଗାୟତ୍ରୀ ବାବରୀ ନାମ୍ନୀ ୨୨ ବର୍ଷୀୟା ମହିଳାଙ୍କର ପ୍ରବସକାଳୀନ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡତା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରସବ ହୋଇଥିବା ବେଳେ ଉଭୟ ମା’, ଛୁଆ ସୁସ୍ଥ ଥିଲେ।

ଗତକାଲି ଗାୟତ୍ରୀଙ୍କୁ ତାଙ୍କ ବାପ ଘର ଲୋକେ ଏକ ଭ୍ୟାନ୍‌ରେ ନିଜ ଘରକୁ ନେଉଥିଲେ। ସମସ୍ତେ ମନ ଖୁସିରେ ଯାଉଥିବା ବେଳେ ମଝି ବାଟରେ ଘଟିଲା ଅଘଟଣ। ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବସ୍‌ଟି ମଝି ରାସ୍ତାରେ ଦୁଇ ଥର ଓଲଟି ପଡ଼ିଥିଲା।

Advertisment

ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଓ ଆହତମାନଙ୍କୁ ନିକଟସ୍ଥ ମେଡତା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଗାୟତ୍ରୀ ଓ ଭ୍ୟାନ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଅଜମେର ରେଫର କରି ଦିଆଯାଇଥିଲା। ସେଠାରେ ଉଭୟଙ୍କ ମୃତ୍ୟ ହୋଇ ଯାଇଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ସେମାନେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ସବୁଠୁ ଆଶ୍ଚର୍ଯ୍ୟର କଥା ଏତେ ବଡ଼ ଦୁର୍ଘଟଣାରୁ ନବଜାତ ରକ୍ଷା ପାଇ ଯାଇଛି। ସେ ଏବେ ସୁରକ୍ଷିତ ଥିବା ଜଣାଯାଇଛି।

Accident Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe