Advertisment

୬ ମାସର ଝିଅକୁ ଧରି ୧୬ ମହଲାରୁ ଡେଇଁ ପଡ଼ିଲେ ମହିଳା

ମହିଳାଜଣକ ନିଜ ୬ ମାସର ଝିଅକୁ ଧରି ୧୬ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବଦିନ ସେ ନିଜ ୪ ବର୍ଷ ପୁଅର ଜନ୍ମଦିନ ବେଶ୍‌ ଧୁମଧାମରେ ପାଳନ କରିଥିଲେ।

author-image
Niharika Rout
Building

Building

କିଛି ଦିନ ପୂର୍ବେ ସୂଚନା ସେଠ୍‌ ନାମ୍ନୀ ମହିଳା ନିଜ ପୁଅକୁ ହତ୍ୟା କରି ମୃତଦେହ ସୁଟ୍‌କେଶ୍‌ରେ ନେଇ ଯାଉଥିବା ଖବର ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏବେ ପୁଣି ଥରେ ଏକ ଛାତିଥରା ଘଟଣା ସାମନାକୁ ଆସିଛି। ମହିଳାଜଣକ ନିଜ ୬ ମାସର ଝିଅକୁ ଧରି ୧୬ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବଦିନ ସେ ନିଜ ୪ ବର୍ଷ ପୁଅର ଜନ୍ମଦିନ ବେଶ୍‌ ଧୁମଧାମରେ ପାଳନ କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡାରେ ସାରିକା ନାମ୍ନୀ ୩୩ ବର୍ଷୀୟା ମହିଳା ନିଜ ୪ ବର୍ଷର ପୁଅ ଓ ୬ ମାସର ପୁଅ ସହ ରୁହନ୍ତି। ତାଙ୍କ ନିକଟରେ ତାଙ୍କ ମା’, ଭାଇ ବି କିଛି ଦିନ ହେବ ଆସି ରହୁଥିଲେ। ମହିଳାଙ୍କ ସ୍ୱାମୀ ଆମେରିକାରେ ଚାକିରି କରୁଥିଲେ।

ମହିଳାଜଣକ ସୋମବାର ନିଜ ୪ ବର୍ଷ ପୁଅର ଜନ୍ମ ଦିନ ବେଶ୍‌ ଧୁମଧାମରେ ପାଳନ କରିଥିଲେ। ଏହି ପାର୍ଟିରେ ତାଙ୍କ ଶାଶୁ ଘର ଲୋକ ବି ସାମିଲ ହୋଇଥିଲେ। ମାତ୍ର ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ ମହିଳାଜଣକ ନିଜ ରୁମ୍‌ରୁ ବାହାରକୁ ଆସିଥିଲେ। ଏହାପରେ ୬ ମାସର ଝିଅକୁ ଧରି ୧୬ ମହଲା ତଳକୁ ଡେଇଁ ପଡ଼ିଥିଲେ।

Advertisment

ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ସାରିକା କିଛି ଦିନ ହେବ ମାନସିକ ଅବସାଦରେ ରହୁଥିବା ତାଙ୍କ ଭାଇ ପୁଲିସ୍‌ ସମ୍ମୁଖରେ ପ୍ରକାଶ କରିଛନ୍ତି। ପୁଲିସ୍‌ ସାରିକାଙ୍କ ମୋବାଇଲ କଲ୍‌ ଡିଟେଲ୍ସ ବି ଯାଞ୍ଚ କରୁଥିବା ଜଣାଯାଇଛି। ଏନେଇ ତାଙ୍କ ସ୍ୱାମୀଙ୍କୁ ସୂଚନା ଦିଆଯାଇଥିବା ବେଳେ ସେ ପହଞ୍ଚି ନ ଥିବା ଜଣାଯାଇଛି।

Delhi