Advertisment

ନିଜକୁ ନିଜେ ବାହା ହୋଇଥିଲେ, ଏବେ ଛାଡ଼ପତ୍ର ନିଷ୍ପତ୍ତି ନେଲେ

କ’ଣ କସ୍ମା ବିନ୍ଦୁଙ୍କ ନାଁ ଆପଣଙ୍କର ମନେ ଅଛି? କସ୍ମା ହେଉଛନ୍ତୀ ଗୁଜରାଟର ଜଣେ ୨୪ ବର୍ଷୀୟ ଯୁବତୀ। ସେ ନିଜକୁ ନିଜେ ବାହା ହୋଇଥିଲେ।

sofi

sofi

Advertisment

କ’ଣ କସ୍ମା ବିନ୍ଦୁଙ୍କ ନାଁ ଆପଣଙ୍କର ମନେ ଅଛି? କସ୍ମା ହେଉଛନ୍ତୀ ଗୁଜରାଟର ଜଣେ ୨୪ ବର୍ଷୀୟ ଯୁବତୀ। ସେ ନିଜକୁ ନିଜେ ବାହା ହୋଇଥିଲେ। ଏହି ଘଟଣା ସେତେବେଳେ ବେଶ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଥିଲା। ଭାରତରେ ପ୍ରଥମଥର ପାଇଁ ଏପରି ଏକ ବାହାଘର ଦେଖାଯାଇଥିଲା। ବର୍ତ୍ତମାନ ସାମାନ ଏକ ଘଟଣା ସାମ୍ନାକୁ ଆସିଛି।

Advertisment

ସୋଫି ମାଉରେ ନାମକ ଜଣେ ୨୫ ବର୍ଷୀୟ ଯୁବତୀ ନିଜକୁ ନିଜେ ବାହା ହୋଇଛନ୍ତି। ବିନ୍ଦୁ ଏବେ ନିଜକୁ ନିଜେ ବାହା ହୋଇ ରହିଥିଲେ ମଧ୍ୟ ସୋଫି ବାହା ହେବା ପରେ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ନିଜକୁ ନିଜେ ବାହା ହେବାର ୨୪ ଘଣ୍ଟା ପରେ ଏପରି ଛାଡ଼ପତ୍ର ଦେବାକୁ ମନ ବଳାଇଛନ୍ତି। ହଁ ଆପଣ ଠିକ କଥା ହିଁ ଶୁଣୁଛନ୍ତି ଓ ପଢ଼ୁଛନ୍ତି।

ପୂରା କାହାଣୀ ବିଷୟରେ ଜାଣନ୍ତୁ। ୨୫ ବର୍ଷୀୟ ସୋଫି ଫେବୃଆରୀ ମାସରେ ନିଜକୁ ନିଜେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ଏପରି କି ସେ ସଜେଇ ହୋଇ ଧଳା ରଙ୍ଗର ଗାଉନ ପିନ୍ଧି ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ବାହାଘର ପାଇଁ ସେ ଉତ୍ସାହିତ ରହିବା ସହ କେକ ମଧ୍ୟ ତିଆରି କରିଥିଲେ। ସେ ନିଜର ଫଟୋ ପୋଷ୍ଟ କରି କହିଥିଲେ ଯେ “ଆଜି ମୋ ଜୀବନର ସବୁଠାରୁ ବଡ଼ ମୁହୂର୍ତ୍ତ। ମୁଁ ଗୋଟିଏ ବାହାଘର ଡ୍ରେସ ଆଣିଛି। ଏଥିସହ ନିଜକୁ ନିଜେ ବାହା ହେବାକୁ ଯାଉଥିବାରୁ ବାହାଘର କେକ ମଧ୍ୟ ତିଆରି କରିଛି।”

Advertisment

ଏହି ପୋଷ୍ଟ ଭାଇରାଲ ହୋଇଥିବା ବେଳେ ଅନେକ ତାଙ୍କୁ ତାଚ୍ଛଲ୍ୟ କରିଥିଲେ ଓ ଅନେକ ସମର୍ଥନ ମଧ୍ୟ କରିଥିଲେ। ଫେବୃଆରୀ ୨୦ରେ ସେ ନିଜକୁ ନିଜେ ବିବାହ କରିଥିବା କଥା କହିଥିବା ବେଳେ ୨୪ ଘଣ୍ଟା ପରେ ଛାଡ଼ପତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ସେ ଏହି ବାହାଘରକୁ ଆଉ ସହ୍ୟ କରିପାରୁ ନାହାନ୍ତି ଓ ଛାଡ଼ପତ୍ର ନେବାକୁ ଚାହୁଁଥିବା ମଧ୍ୟ କହିଛନ୍ତି। ଆପଣଙ୍କୁ ବିଶ୍ୱାସ ନ ହେଲେ ମଧ୍ୟ ସୋଫି ଟ୍ୱିଟ କରିଛନ୍ତି ଯେ “ଅପଡେଟ- ଗୋଟିଏ ଦିନ ତଳେ ମୁଁ ମୋ ନିଜକୁ ବିବାହ କରିଥିଲି। ହେଲେ ଏବେ ଆଉ ମୁଁ ଏହାକୁ ସହ୍ୟ କରିପାରୁନି। ଛାଡ଼ପତ୍ର ମାମଲା କେମିତି ହୁଏ, ସେକଥା ମୁଁ ଜାଣିବାକୁ ଚାହୁଁଛି।”

ଏପରି ଏକ ବାହାଘର ଓ ଛାଡ଼ପତ୍ର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe