Advertisment

ଭୌତିକ ସୁଖସୁବିଧା ତୁଚ୍ଛ ଲାଗିଲା; ପୁଅ ସହ ଜୈନ ଭିକ୍ଷୁ ପାଲଟିଲେ ମହିଳା

ଭୌତିକ ସୁଖସୁବିଧା ତୁଚ୍ଛ ଲାଗିଲା। ସବୁ ପ୍ରକାର ସୁଖସୁବିଧା ଥାଇ ବି ମନରେ ଶାନ୍ତି ନ ଥିଲା। ଶେଷରେ ସାଂସାରିକ ଜୀବନକୁ ତ୍ୟାଗ କରି ମହିଳାଜଣକ ପାଲଟିଲେ ଜୈନ ଭିକ୍ଷୁ । ମହିଳାଙ୍କ ସହ ତାଙ୍କ ୧୧ ବର୍ଷର ପୁଅ ବି ପାଲଟି ଯାଇଛନ୍ତି ଜୈନ ଭିକ୍ଷୁ।

author-image
Niharika Rout
Mother & Son

Mother & Son

ଭୌତିକ ସୁଖସୁବିଧା ତୁଚ୍ଛ ଲାଗିଲା। ସବୁ ପ୍ରକାର ସୁଖସୁବିଧା ଥାଇ ବି ମନରେ ଶାନ୍ତି ନ ଥିଲା। ଶେଷରେ ସାଂସାରିକ ଜୀବନକୁ ତ୍ୟାଗ କରି ମହିଳାଜଣକ ପାଲଟିଲେ ଜୈନ ଭିକ୍ଷୁ । ମହିଳାଙ୍କ ସହ ତାଙ୍କ ୧୧ ବର୍ଷର ପୁଅ ବି ପାଲଟି ଯାଇଛନ୍ତି ଜୈନ ଭିକ୍ଷୁ। ଏପରି ଏକ ଘଟଣାର ଭିଡିଓ ଏକ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ମହିଳାଜଣକ ୩୦ ବର୍ଷୀୟା ସ୍ୱିଟି ଓ ତାଙ୍କ ପୁଅ ହୃଦନ ବୋଲି ଜଣାଯାଇଛି। ସ୍ୱିଟିଙ୍କ ସ୍ୱାମୀ କର୍ଣ୍ଣାଟକାରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ସେ ନିଜ ପତ୍ନୀଙ୍କୁ ସବୁ ପ୍ରକାର ସୁଖ ସ୍ୱଚ୍ଛନ୍ଦ ଯୋଗାଇ ଚାଲିଥିଲେ। ମାତ୍ର ଗର୍ଭବତୀ ଥିବା ବେଳେ ସ୍ୱିଟିଙ୍କୁ ଭୌତିକ ଜୀବନ ତୁଚ୍ଛ ଲାଗିଥିଲା ଓ ସେ ଆଧ୍ୟାତ୍ମିକତା ଆଡ଼କୁ ଅଗ୍ରସର ହୋଇଥିଲେ। ଇତି ମଧ୍ୟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ଭବିଷ୍ୟତରେ ସଂସାର ମୋହ ତ୍ୟାଗ କରି ନିଜ ପୁଅ ସହ ଜୈନ ଧର୍ମ ଗ୍ରହଣ କରିବେ ବୋଲି ସ୍ୱିଟି ସ୍ୱାମୀ ତଥା ପରିବାରବର୍ଗଙ୍କୁ ଜଣାଇଥିଲେ। ଏହାକୁ ପରିବାରବର୍ଗ ସମର୍ଥନ କରିଥିଲେ।

Advertisment

ଏହାପରେ ଗୁଜରାଟର ସୁରଟରେ ଖୁବ୍‌ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ଏକ ଉତ୍ସବରେ ମା’ ପୁଅ ଜୈନ ଧର୍ମ ଗ୍ରହଣ କରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଉକ୍ତ ଭିଡିଓରେ ସ୍ୱିଟି ଓ ତାଙ୍କ ପୁଅ ଜୈନ ଧର୍ମ ଗ୍ରହଣ ନିମନ୍ତେ ବିଭିନ୍ନ ରୀତିନୀତି ପାଳନ କରୁଥିବା ଦେଖିବାକୁ ମିଳୁଛି। ସ୍ୱିଟି ନିଜ ପୁଅ ସହ ବେଶ୍‌ ଭାବୁକ ହୋଇ ଯାଇଥିବା ବେଳେ ତାଙ୍କ ଆଖିର ଲୁହର ଧାର ଝରି ପଡ଼ୁଥିବା ଦେଖିବାକୁ ଭିଡିଓରେ ମିଳୁଛି।

ଏହା ପୂର୍ବରୁ ଗୁଜରାଟର ଏକ ଦମ୍ପତି ନିଜର ୨ଶହ କୋଟିର ସମ୍ପତ୍ତି ତ୍ୟାଗ କରି ଜୈନ ଧର୍ମ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ।

Gujarat Monk