Advertisment

ଚଳନ୍ତା ଆମ୍ବୁଲାନ୍ସରୁ ରୋଗିଣା ସ୍ୱାମୀକୁ ଫିଙ୍ଗିଦେଲେ, ସ୍ତ୍ରୀକୁ ଅସଦାଚରଣ

ପୀଡିତାଙ୍କ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Ambulance

Ambulance

Advertisment

ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ଦୁଷ୍କର୍ମ ଓ ଅସଦାଚରଣ ମାମଲା। ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ। ଚଳନ୍ତା ଆମ୍ବୁଲାନ୍ସରେ ଘଟିଛି ଲଜ୍ଜା। ଜଣେ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ ରୋଗିଣା ସ୍ୱାମୀଙ୍କୁ ବାହାରକୁ ଫିଙ୍ଗି ଦେଇ ମହିଳାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଅସଦଚରଣ କରିଥିବା ଅଭିଯୋଗ ହୋଇଛି।

Advertisment

ଅଗଷ୍ଟ ୩୦। ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲ୍ଲାର ଗୋନହାତଲ ଅଞ୍ଚଳ। ଦୀର୍ଘ ଦିନ ଧରି ସ୍ୱାମୀଙ୍କ ଦେହ ଖରାପ ଥିଲା। ଏଥିଲାଗି ଏଠାକାର ଜଣେ ମହିଳା ଏକ ଘରୋଇ ଆମ୍ବୁଲାନ୍ସରେ ଲକ୍ଷ୍ନୌରୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ତାଙ୍କ ସହ ଆମ୍ବୁଲାନ୍ସ କର୍ମଚାରୀ ଅସଦାଚରଣ କରିଥିଲେ। ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର ଓ ତାଙ୍କ ସହାୟକ ସାମିଲ ଥିଲେ।

ପୀଡିତାଙ୍କ ଅଭିଯୋଗ ମୁତାବକ, ଆମ୍ବୁଲାନ୍ସ ଡ୍ରାଇଭର ଜଣକ ତାଙ୍କୁ ପୁଲିସ ଚେକିଂ ଆଳରେ ଅଗ ସିଟ୍‌ରେ ବସିବାକୁ ବାଧ୍ୟ କରିଥିଲେ।  ସେ ଆଗ ସିଟ୍‌ରେ ବସିବା ପରେ ତାଙ୍କ ସହ ଅସଦାଚରଣ କରିଥିଲେ ଡ୍ରାଇଭର। ଏହାପରେ ମହିଳା ଜଣକ ଚିଲ୍ଲେଇବାକୁ ଲାଗିଥିଲେ। ଏହାକୁ ଦେଖି ତାଙ୍କ ରୋଗୀଣା ସ୍ୱାମୀଙ୍କ ମୁହଁରୁ ଅକ୍ସିଜେନ୍‌ ବାହାର କରି ଦେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ। କେବଳ ସେତିକି ନୁହେଁ ଆମ୍ବୁଲାନ୍ସରୁ ତାଙ୍କ ସ୍ୱାମୀଙ୍କୁ ବସ୍ତିଠାରୁ କିଛି ଦୂରରେ ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇଥିଲେ। ସାଙ୍ଗରେ ଥିବା ପୀଡିତା ମହିଳାଙ୍କ ଭାଇକୁ ମଧ୍ୟ ଆମ୍ବୁଲାନ୍ସରୁ ଜୋର ଜବରଦସ୍ତି ତଳକୁ ଓହ୍ଲାଇ ଦେଇଥିଲେ। ତାଙ୍କର ଟଙ୍କା ଓ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ।

Advertisment

ତାଙ୍କ ଅସୁସ୍ଥ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ଅକ୍ସିଜେନ୍‌ ବାହାର କରିଦେବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହେବାକୁ ଲାଗିଥିଲା। ଏହା ପରେ ତାଙ୍କ ଭାଇ ତୁରନ୍ତ ୧୧୨କୁ ଡାଏଲ କରି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ତୁରନ୍ତ ଅନ୍ୟ ଆମ୍ବୁଲାନ୍ସକୁ ଡାକି ପୀଡିତାଙ୍କ ସ୍ୱାମୀଙ୍କୁ ଗୋରଖପୁର ମେଡିକାଲ କଲେଜରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏହାକୁ ନେଇ ଲକ୍ଷ୍ନୌର ଗାଜିପୁର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ପୀଡିତା ମହିଳା ଅଭିଯେଗ ଆଣିଛନ୍ତି ଯେ, ବସ୍ତିରେ ଉପସ୍ଥିତ ଥିବା ପୁଲିସ ମଧ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ କରିବା ପାଇଁ କୌଣସି ଉଦ୍ୟମ କରିନାହିଁ।

ସେପଟେ ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଆଖିଳେଶ ଯାଦବ ଉତ୍ତରପ୍ରଦେଶ ସରକାରଙ୍କୁ ନିନ୍ଦା କରିଛନ୍ତି। ଉତ୍ତରପ୍ରଦେଶରେ କେଉଁଠି ସରକାର ଅଛନ୍ତି ନା ନାହିଁ ବୋଲି ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶ୍ନ କରିଛନ୍ତି। 

Molestation In Ambulance Woman Molested Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe