Advertisment

ଇଂଲିଶ ମିଡିୟମ ସ୍କୁଲରେ ଛୁଆଙ୍କୁ ପଢ଼ାଇ ହେଲାନି... ଝିଅ ସହ କୂଅକୁ ଡେଇଁଲେ ମହିଳା

ଇଂଲିଶ ମିଡିୟମ ସ୍କୁଲରେ ଛୁଆଙ୍କୁ ପଢ଼ାଇ ନ ପାରିବାର ଦୁଃଖ ମା’ ମନକୁ ଘାରୁଥିଲା। ସ୍ୱାମୀଙ୍କ ଆର୍ଥିକ ସ୍ଥିତି ଏଥିପାଇଁ ଅନୁମତି ଦେଉ ନ ଥିବା ବେଳେ ମା’ ମନ କିନ୍ତୁ ବୁଝୁ ନ ଥିଲା। ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳାଜଣକ ନେଲେ ଚରମ ପଦକ୍ଷେପ ।

Dead Body

Dead Body

Advertisment

ଇଂଲିଶ ମିଡିୟମ ସ୍କୁଲରେ ଛୁଆଙ୍କୁ ପଢ଼ାଇ ନ ପାରିବାର ଦୁଃଖ ମା’ ମନକୁ ଘାରୁଥିଲା। ସ୍ୱାମୀଙ୍କ ଆର୍ଥିକ ସ୍ଥିତି ଏଥିପାଇଁ ଅନୁମତି ଦେଉ ନ ଥିବା ବେଳେ ମା’ ମନ କିନ୍ତୁ ବୁଝୁ ନ ଥିଲା। ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳାଜଣକ ନେଲେ ଚରମ ପଦକ୍ଷେପ । ନିଜ ୫ ବର୍ଷୀୟା ଝିଅକୁ ଧରି କୂଅକୁ ଡେଇଁ ଜୀବନ ହାରିଛନ୍ତି ମହିଳା। ମାତ୍ର ମହିଳାଙ୍କ ଛୋଟ ପୁଅ ଏଥିରୁ ସୌଭାଗ୍ୟବଶଃତ ବଞ୍ଚି ଯାଇଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ମହାରାଷ୍ଟ୍ରର ଲାତୁର ଅଞ୍ଚଳରେ ଘଟିଛି।

Advertisment

ଲାତୁର ଅଞ୍ଚଳରେ ରହୁଥିବା ଭାଗ୍ୟଶ୍ରୀ ନିଜ ପୁଅଝିଅଙ୍କୁ ଇଂଲିଶ ମିଡିୟମ ସ୍କୁଲରେ ପଢ଼ାଇବାକୁ ଚାହୁଁଥିଲେ। ମାତ୍ର ତାଙ୍କ ସ୍ୱାମୀ ଛେଳି ବ୍ୟବସାୟ କରୁଥିବା ବେଳେ ତାଙ୍କ ଆର୍ଥିକ ସ୍ଥିତ ସ୍ୱଚ୍ଛଳ ନ ଥିଲା। ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା।

ଏଥିଯୋଗୁ  ସବୁବେଳେ ଉଦାସ ରହୁଥିବା ଭାଗ୍ୟଶ୍ରୀ ଗତକାଲି ଚରମ ପଦକ୍ଷେପ ଉଠାଇଥିଲେ। ସେ ନିଜ ୫ ବର୍ଷୀୟା ଝିଅକୁ ଧରି ପାଖରେ ଥିବା କୂଅ ନିକଟକୁ ଯାଇଥିଲେ। ଘର ଆଗରେ ଖେଳିଥିବା ପୁଅକୁ ଯିବା ନିମନ୍ତେ କହୁଥିଲେ ବି ସେ ମା’ ସହ ଯାଇ ନ ଥିଲେ।

Advertisment

ଏହାପରେ ମହିଳାଜଣକ କୂଅ ନିକଟରୁ ସ୍ୱାମୀଙ୍କୁ ଶେଷ ଥର ପାଇଁ ଭିଡ଼ିଓ କଲ୍‌ କରି ଝିଅ ମୁହଁ ଦେଖାଇଥିଲେ। ଏହାପରେ ନିଜ ଝିଅ ସହ ସେ କୂଅକୁ ଡେଇଁପଡ଼ିଥିଲେ।

ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅରୁ ମା’ ଝିଅଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe