Advertisment

ଟ୍ରେନି ଆଇଏଏସ ପୂଜାଙ୍କ ଘରେ ପଶିଲା ପୁଲିସ୍‌, ବାପାମା’ ଫେରାର

ନିଜ କ୍ଷମତାର ଅପବ୍ୟବହାର କରି ବିବାଦରେ ଥିବା ପୁଣେର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ପାଇ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂଜାଙ୍କ ବାପାମା’ ଫେରାର ହୋଇ ଯାଇଥିବା ବେଳେ ଗତ ରାତିରେ ପୂଜାଙ୍କ ଘରେ ପଶିଥିଲା ପୁଲିସ୍‌ ଟିମ୍‌।

pooja-khedkar

pooja-khedkar

Advertisment

ନିଜ କ୍ଷମତାର ଅପବ୍ୟବହାର କରି ବିବାଦରେ ଥିବା ପୁଣେର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ପାଇ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂଜାଙ୍କ ବାପାମା’ ଫେରାର ହୋଇ ଯାଇଥିବା ବେଳେ ଗତ ରାତିରେ ପୂଜାଙ୍କ ଘରେ ପଶିଥିଲା ପୁଲିସ୍‌ ଟିମ୍‌।

Advertisment

ପୂଜାଙ୍କ ୱାଶିମ୍‌ସ୍ଥିତ ଘରେ ଗତ ରାତି ପ୍ରାୟ ସାଢେ ୧୦ଟା ବେଳେ ୩ ଜଣିଆ ଲେଡି ପୁଲିସ୍‌ ଟିମ୍‌ ପଶିଥିଲେ। ସେମାନେ ପୂଜାଙ୍କୁ ୩ ଘଣ୍ଟା କାଳ ପଚରାଉଚରା କରିଥିବା ବେଳେ ରାତି ୧ଟା ପରେ ବାହାରିଥିଲେ। । ତେବେ କେଉଁ ପ୍ରସଙ୍ଗରେ ସେମାନେ ସେଠାକୁ ଯାଇଥିଲେ ଓ ପୂଜାଙ୍କୁ କ’ଣ ପଚରାଉଚରା କରିଥିଲେ ତାହାର ପ୍ରକୃତ ତଥ୍ୟ ମିଳି ପାରିନି। ଜିଲ୍ଲାପାଳଙ୍କ ଅନୁମତି ନେଇ ପୂଜା ପୁଲିସ୍‌ ଟିମ୍‌କୁ ଘରକୁ ଡାକିଥିବା କୁହାଯାଉଛି।

ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ପୂଜା ଆଇଏଏସ୍‌ ଚାକିରି ପାଇବାରେ ସକ୍ଷମ ହୋଇଥିବା ଅଭିଯୋଗ ହେବା ପରେ ତାଙ୍କ ଚାକିରି ସଙ୍କଟ ମଧ୍ୟକୁ ଚାଲି ଯାଇଛି। ଯେଉଁ ସରକାରୀ ହସ୍ପିଟାଲ ପୂଜାଙ୍କୁ ମାନସିକ ରୂପେ ଅସୁସ୍ଥ ଥିବା ସହ ଦୃଷ୍ଟିବାଧିତ ଥିବା ଦର୍ଶାଇ ସାର୍ଟିଫିକେଟ ପ୍ରଦାନ କରିଥିଲେ ଏବେ ଉକ୍ତ ହସ୍ପିଟାଲକୁ ରିପୋର୍ଟ ତଲବ କରାଯାଇଛି। ଏହି ରିପୋର୍ଟକୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସମ୍ମୁଖରେ ହାଜର କରାଯିବ । ରିପୋର୍ଟରେ କୌଣସି ଭୁଲ୍‌ ଥିବା ପ୍ରମାଣିତ ହେଲେ ପୂଜାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚର୍ଚ୍ଚା ହେଉଛି।

Advertisment

ପୂଜାଙ୍କ ବାପାମା’ ଏବେ ଫେରାର ଥିବା ବେଳେ ବିଭିନ୍ନ ସ୍ଥାନରେ ରେଡ କରି ଉଭୟଙ୍କୁ ଖୋଜୁଛି ପୁଲିସ୍‌। ସେମାନଙ୍କ ଘର ଆଗରେ ତାଲା ଝୁଲୁଥିବା ବେଳେ ଫୋନ୍‌ ବି ସୁଇଚ୍‌ ଅଫ୍‌ ରହିଛି। ପୁଲିସ୍‌ର ବହୁ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କ ସନ୍ଧାନ ଜାରି ରଖିଛି ।

ଜମି ବିବାଦକୁ ନେଇ ପୂଜାଙ୍କ ମା’ ଜଣେ ଚାଷୀଙ୍କୁ ବନ୍ଧୁକ ଦେଖାଇ ଧମକାଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଉଭୟ ପୂଜାଙ୍କ ବାପାମା’ ଦିଲୀପ ଖଡେକର ଓ ମନୋରମା ଖଡେକରଙ୍କ ନାମରେ ମାମଲା ରୁଜୁ ହୋଇଛି।

ଗତକାଲି ପୂଜା ଅଫିସରୁ ବାହାରିବା ବେଳେ ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ନିଜେ ମିଡିଆ ଟ୍ରାଏଲର ଶିକାର ହେଉଥିବା କହିଥିଲେ। ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗର ଉତ୍ତର କମିଟି ଆଗରେ ରଖିବି। କମିଟି ଯାହା ନିଷ୍ପତ୍ତି ନେବ ତାକୁ ସ୍ୱୀକାର କରିନେବି ବୋଲି ସେ କହିଥିଲେ।

ଏଥିସହ ସେ କହିଥିଲେ, ଆମ ଭାରତୀୟ ସମ୍ବିଧାନରେ କୁହାଯାଇଛି ଯେ ଦୋଷୀ ସାବ୍ୟସ୍ତ ନ ହେବା ଯାଏ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷ। ତେଣୁ ମିଡିଆ ଟ୍ରାଏଲ ମାଧ୍ୟମରେ ମୋତେ ଦୋଷୀ ସାବ୍ୟସ୍ତ କରିବାକୁ ହେଉଥିବା ଚେଷ୍ଟା ଭୁଲ। ଏହା ସମସ୍ତଙ୍କର ମୌଳିକ ଅଧିକାର। ଆପଣମାନେ ଅଭିଯୋଗ କହିପାରିବେ। କିନ୍ତୁ ଏପରି ଭାବେ ମୋତେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରିବା ଭୁଲ ।

Ias Officer Pune Puja Khedkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe