Advertisment

ପୁଲିସକୁ ଲଙ୍କାଗୁଣ୍ଡ ଫିଙ୍ଗି ଗିରଫ ହେଲେ ମହିଳା

ଦିଲ୍ଲୀରେ ବେଆଇନ ଉଚ୍ଛେଦ ସମୟରେ ବିକ୍ଷୋଭାକରୀ ମହିଳା ମାନେ ପୁଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ।

author-image
Tapas Behera
Women protesters

Women protesters

ପୁଲିସକୁ ଲଙ୍କାଗୁଣ୍ଡ ଫିଙ୍ଗି ଗିରଫ ହେଲେ ବିକ୍ଷୋଭକାରୀ ମହିଳା। ରବିବାର ଦିଲ୍ଲୀରେ ବେଆଇନ ଉଚ୍ଛେଦ ସମୟରେ ବିକ୍ଷୋଭାକରୀ ମହିଳା ମାନେ ପୁଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗିରଫ ମହିଳାମାନେ ଦିଲ୍ଲୀ ପ୍ରଶାସନ ପକ୍ଷରୁ ଚାଲିଥିବା ବେଆଇନ ଉଚ୍ଛେଦ ଅଭିଯାନରେ ବାଧା ସୃଷ୍ଟି କରି ପ୍ରତିବାଦ କରିଥିଲେ ମେହରୁଲି ପ୍ରତ୍ନତାତ୍ତ୍ୱିକ ପାର୍କ ଅଞ୍ଚଳରେ ଏପର୍ଯ୍ୟନ୍ତ ପ୍ରାୟ ୧୨୦୦ବର୍ଗ ମିଟର ସରକାରୀ ଜମି ପୁନରୁଦ୍ଧାର କରାଯାଇଛି।

Advertisment

କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି । ରବିବାର କିଛି ମହିଳା ବିରୋଧ ପ୍ରଦର୍ଶନ କରି ପୁଲିସ କର୍ମଚାରୀଙ୍କ ଉପରେ ଲଙ୍କା ପାଉଡର ଫିଙ୍ଗିଥିଲେ। ପରେ ସେମାନଙ୍କୁ ଅଟକ ରଖାଯାଇଥିଲା।

ଏହାପୂର୍ବରୁ, ୨୦୨୨ଡିସେମ୍ବର ୧୨ରେ ବେଆଇନ ଉଚ୍ଛେଦ ପାଇଁ ନୋଟିସ ଦିଆଯାଥିଲା। ଏଥିପାଇଁ ବେଆଇନ ଜାଗା ଚହ୍ନଟ କରି ଡିଡିଏ ପକ୍ଷରୁ ୧୦ ଦିନ ମଧ୍ୟରେ ଜମିରୁ ସମସ୍ତ ଅନଧିକୃତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଜମିରେ ଏହି ଭଙ୍ଗାଯାଉଛି ତାହା ମେହରୁଲି ପ୍ରତ୍ନତାତ୍ତ୍ୱିକ ପାର୍କର ଏକ ଅଂଶ । ଯାହା ମେହରୁଲି ପ୍ରତ୍ନତାତ୍ତ୍ୱିକ ଉଦ୍ୟାନର ବିକାଶରେ ବାଧା ସୃଷ୍ଟି କରୁଛି।

Advertisment
India