Advertisment

ଏପ୍ରିଲ ୧୮ ଯାଏ ଲାଗୁ ହେବନି ନୂଆ ସଂରକ୍ଷଣ ବ୍ୟବସ୍ଥା

ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୮ରେ ହେବାକୁ ଥିବାରୁ କର୍ଣ୍ଣାଟକା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

SC

SC

Advertisment

ମୁସଲିଙ୍କ ପାଇଁ ଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ କର୍ଣ୍ଣାଟକା ସରକାର ନେଇଥିବା ନିଷ୍ପତ୍ତିକୁ ଏପ୍ରିଲ ୧୮ ଯାଏ କାର୍ଯ୍ୟକାରୀ କରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୮ରେ ହେବାକୁ ଥିବାରୁ କର୍ଣ୍ଣାଟକା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Advertisment

ଜଷ୍ଟିସ କେଏମ ଯୋଶେଫ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ଦାଖଲ ହୋଇଥିବା ରେକର୍ଡକୁ ଦେଖି କହିଛନ୍ତି ଯେ ଯାହା ଜଣାପଡ଼ୁଛି କର୍ଣ୍ଣାଟକା ସରକାରଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଭୁଲ ଧାରଣାରୁ ନିଆଯାଇଥିଲା। ଏଥିପାଇଁ ଖଣ୍ଡପୀଠ କର୍ଣ୍ଣାଟକା ସରକାରଙ୍କୁ ନୂଆ ସଂରକ୍ଷଣ ନୀତି ଅନୁସାରେ କୌଣସି ପ୍ରକାରର ନାମଲେଖା କିମ୍ବା ନିଯୁକ୍ତି ନ ଦେବାକୁ କହିଛନ୍ତି। ଏପ୍ରିଲ ୧୮ରେ ମାମଲାର ଶୁଣାଣି ହେବେ। ଏହାପରେ କର୍ଣ୍ଣାଟକା ସରକାର ଏପ୍ରିଲ ୧୮ ତାରିଖ ଯାଏ ନୂଆ ସଂରକ୍ଷଣ ନିୟମକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କର୍ଣ୍ଣାଟକା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ଲାଗୁ ହେଉଥିବା ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରିଥିଲେ। ମୁସଲିମମାନଙ୍କ ପାଇଁ ଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ସରକାର ହଟାଇ ଦେଇଥିଲେ। ‌ଏଥିସହ ସେମାନଙ୍କୁ ଆର୍ଥିକ ପଛୁଆ ବର୍ଗ (EWS)ରେ ଥିବା ୧୦% ସଂରକ୍ଷଣ ବ୍ୟବସ୍ଥା ମଧ୍ୟକୁ ପଠାଇ ଦେଇଥିଲେ। ଏହାର ଅର୍ଥ ମୁସଲିମମାନଙ୍କୁ ବ୍ରାହ୍ମଣ, ବ୍ୟାସ, ମୁଦାଲିୟାର୍ସ, ଜୈନ ଓ ଅନ୍ୟ ବର୍ଗର ଲୋକଙ୍କ ସହ ସଂରକ୍ଷଣ ପାଇଁ ପ୍ରତିଯୋଗିତା କରିବାକୁ ପଡ଼ିବ।

Advertisment

ଏହାକୁ ମୁସଲିମ ସଂପ୍ରଦାୟକ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ସୁପ୍ରିମକୋର୍ଟ ଏପ୍ରିଲ ୧୮ ଯାଏ ଏହା ଉପରେ ରୋକ ଲଗାଇ ଦେଇଛନ୍ତି।

Karnataka Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe