Advertisment

ଉତ୍ତରପୂର୍ବ ରାଜ୍ୟ ପାଇଁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ହାତ ମାରିବେନି କେନ୍ଦ୍ର ସରକାର

ଆମକୁ ଅସ୍ଥାୟୀ ପ୍ରାବଧାନ ଧାରା ୩୭୦ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟକୁ ଦେଖିବାକୁ ପଡ଼ିବ।

sc

sc

Advertisment

ଭାରତର ଉତ୍ତପୂର୍ବ ରାଜ୍ୟଗୁଡ଼ିକ ପାଇଁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଓ ଲାଗୁ ହେଉଥିବା ନିୟମରେ ହାତ ମାରିବାକୁ କେନ୍ଦ୍ର ସରକାର କୌଣସି ପ୍ରକାରର ଯୋଜନା ରଖି ନାହାନ୍ତି। ଆଜି ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇ ଦେଇଛନ୍ତି।

Advertisment

ସଲିସିଟିର ଜେନେରାଲ ତୁଷାର ମେହେଟା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କୁ କହିଛନ୍ତି ଯେ “ମୋତେ ଏଠାରେ କ’ଣ କହିବାକୁ ପଡ଼ିବ, ସେକଥା କୁହାଯାଇଛି। ଆମକୁ ଅସ୍ଥାୟୀ ପ୍ରାବଧାନ ଧାରା ୩୭୦ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟକୁ ଦେଖିବାକୁ ପଡ଼ିବ। ଉତ୍ତର ପୂର୍ବ ଓ ଅନ୍ୟ ରିଜନକୁ ମିଳିଥିବା ସ୍ୱତନ୍ତ୍ର ପ୍ରାବଧାନରେ ହାତ ମାରିବାକୁ କେନ୍ଦ୍ର ସରକାର କୌଣସି ପ୍ରକାରର ଲକ୍ଷ୍ୟ ବା ଉଦ୍ଦେଶ୍ୟ ରଖି ନାହାନ୍ତି।”

ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଅରୁଣାଚଳ ପ୍ରଦେଶର ଜଣେ ରାଜନେତାଙ୍କ ପାଇଁ ପକ୍ଷ ରଖୁଥିବା ଆଇନଜୀବୀ ମନୀଷ ତିୱାରୀ ଉତ୍ତର ପୂର୍ବର ସ୍ୱତନ୍ତ୍ର ପ୍ରାବଧାନ କଥା କହିଥିଲେ। ସେ କହିଥିଲେ, “ଭାରତର ସମ୍ବିଧାନ ସବୁବେଳେ ଜାତୀୟ ସୁରକ୍ଷାର ଦସ୍ତାବିଜ ହୋଇ ରହିଛି। କ୍ଷମତାକୁ ବଳପୂର୍ବକ ଲାଗୁ କରିବାକୁ କୌଣସି ପ୍ରକାରର ଅଧିକାର ଦେଇ ନାହିଁ।

Advertisment

ମୁଁ ଉତ୍ତରପୂର୍ବକୁ ଆସିବା ପୂର୍ବରୁ କେନ୍ଦ୍ରର ବିଭିନ୍ନ ପଦକ୍ଷେପ ମନରେ ଦ୍ୱନ୍ଦ୍ୱ ଓ ଆଶଙ୍କା ସୃଷ୍ଟି କରୁଛି।” ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ଭଳି କେନ୍ଦ୍ର ସରକାର ଉତ୍ତରପୂର୍ବରେ ଲାଗୁ ହେଉଥିବା ସ୍ୱତନ୍ତ୍ର ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପାରନ୍ତି ବୋଲି ସେ ପରୋକ୍ଷରେ ଯୁକ୍ତି ରଖିଥିଲେ।

ଏହାର ଜବାବରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ “କେନ୍ଦ୍ରର ସେମିତି କୌଣସି ଉଦ୍ଦେଶ୍ୟ ନଥିବା ବେଳେ ଆମେ କାହିଁକି କିଛି ଆଶଙ୍କା କରିବା? କେନ୍ଦ୍ର ସରକାର ବିବୃତି ମାଧ୍ୟରେ ଦ୍ୱନ୍ଦ୍ୱ ବା ଆଶଙ୍କା ଦୂର କରିଛନ୍ତି।

ସଲିସିଟିର ଜେନେରାଲ ସାମ୍ବାଧାନିକ ମୂଲ୍ୟବୋଧ କଥା କହି ସାରିଥିବା ବେଳେ ଆମେ କେମିତି ଦ୍ୱନ୍ଦ୍ୱ ଓ ଆଶଙ୍କା ଭିତରେ ରହିବା? ଆମେ ଉକ୍ତ ପରିସୀମାରେ ପ୍ରବେଶ କରିବା ନାହିଁ। ଏବେ ଉତ୍ତର ପୂର୍ବ ଉପରେ ଫୋକସ ନ କରାଯାଉ। ଧାରା ୩୭୦ ଉଚ୍ଛେଦ ଉପରେ ପକ୍ଷ ରଖାଯାଉ।”

ସିଜେଆଇଙ୍କ ସହ ଏକମତ ହୋଇ ଜଷ୍ଟିସ ଏସକେ କୌଲ କହିଛନ୍ତି, “ଧାରା ୩୭୦ ନିଶ୍ଚିତ ଗୋଟିଏ ଅସ୍ଥାୟୀ ପ୍ରାବଧାନ। ତଥାପି ଏହା ଅସ୍ଥାୟୀ ନୁହେଁ ବୋଲି ଯୁକ୍ତି ରଖାଯାଉଛି। ଏହା ହିଁ ପୂରା ମାମଲାର ବିଷୟବସ୍ତୁ।” ଏହାପରେ ଅରୁଣାଚଳ ପ୍ରଦେଶର ରାଜନେତାଙ୍କ ଆବେଦନ ଖାରଜ କରି ଦେଇଥିଲେ।

Jammu Kashmir Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe