Advertisment

ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାଜ୍ୟପାଳ, କହିଲେ - ପଞ୍ଜାବରେ ଥିବା ପର୍ଯ୍ୟନ୍ତ ହେଲିକପ୍ଟର ବ୍ୟବହାର କରିବିନି

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଥିଲେ, ସେ ମୋ’ ହେଲିକପ୍ଟରର ଅପବ୍ୟବହାର କରୁଛନ୍ତି। ରାଜ୍ୟପାଳଙ୍କ ଦାୟିତ୍ୱ ହେଉଛି ଶପଥ ପାଠ କରାଇବା । ଅନ୍ୟ ମାମଲାରେ ଅଯଥା ହସ୍ତକ୍ଷେପ କରି ସେ ସବୁବେଳେ ସମସ୍ୟା ସୃଷ୍ଟି କରିବା ଉଚିତ ନୁହେଁ ।

ଅଦ୍ୟତନ ହୋଇଛି
CM & Governer

CM & Governer

Advertisment

ପଞ୍ଜାବ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଚାଲିଛି ସାଂଘାତିକ ବାକ୍‌ ଯୁଦ୍ଧ । ସ୍ଥିତି ଏପରି ଯେ, ମୁଖ୍ୟମନ୍ତ୍ରୀଙ୍କ ଅପମାନଜନକ ଟିପ୍ପଣୀରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ରାଜ୍ୟପାଳ ପଞ୍ଜାବରେ ଥିବା ପର୍ଯ୍ୟନ୍ତ ସରକାରୀ ହେଲିକପ୍ଟର ବ୍ୟବହାର କରିବାକୁ ସିଧାସଳଖ ମନା କରି ଦେଇଛନ୍ତି।

Advertisment

ଗତ କିଛି ଦିନ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ରାଜ୍ୟପାଳ ବନୱରୀଲାଲ ପୁରୋହିତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେହି କାହାକୁ ଛାଡ଼ିବା ପରିସ୍ଥିତିରେ ନାହାନ୍ତି।

କିଛି ଦିନ ପୂର୍ବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଥିଲେ, ପଞ୍ଜାବ ତଥା ଏହାର ନାଗରିକଙ୍କ ସ୍ୱାର୍ଥ ରକ୍ଷା ପରିବର୍ତ୍ତେ ରାଜ୍ୟପାଳ ଏଥିରୁ ଦୂରତା ବଜାୟ ରଖୁଛନ୍ତି। ସେ ମୋ’ ହେଲିକପ୍ଟରର ଅପବ୍ୟବହାର କରୁଛନ୍ତି। ରାଜ୍ୟପାଳଙ୍କ ଦାୟିତ୍ୱ ହେଉଛି ଶପଥ ପାଠ କରାଇବା । ଅନ୍ୟ ମାମଲାରେ ଅଯଥା ହସ୍ତକ୍ଷେପ କରି ସେ ସବୁବେଳେ ସମସ୍ୟା ସୃଷ୍ଟି କରିବା ଉଚିତ ନୁହେଁ ବୋଲି କହିଥିଲେ ମାନ ।

Advertisment

ଏହାକୁ କାଉଣ୍ଟର କରିବାକୁ  ରାଜଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ କହିଛନ୍ତି, ମୋତେ ମିଳିଥିବା ହେଲିକପ୍ଟରକୁ ମୁଁ ଅଫିସିଆଲ କାମରେ ବ୍ୟବହାର କରେ। ଉକ୍ତ ହେଲିକପ୍ଟରରେ ମୁଁ ୩,୪ ଥର ପଞ୍ଜାବ ସୀମା ନିରୀକ୍ଷଣ କରିଥିବା ବେଳେ ମୋ’ ସହ ମୁଖ୍ୟ ଶାସନ ସଚିବ ଓ ଡିଜିପି ବି ସାମିଲ ହୋଇଥିଲେ। ବ୍ୟକ୍ତିଗତ କାମ ପାଇଁ ମୁଁ ଉକ୍ତ ହେଲିକପ୍ଟରକୁ କେବେ ବି ବ୍ୟବହାର କରିନି। ଏହାସତ୍ତ୍ୱେ ମୋତେ ଅପମାନିତ କରାଯାଇଥିବାରୁ ମୁଁ ଏହା ଘୋଷଣା କରୁଛି ଯେ ଯେପର୍ଯ୍ୟନ୍ତ ପଞ୍ଜାବରେ ଅଛି, ରାଜ୍ୟ ସରକାରଙ୍କ ହେଲିକପ୍ଟର ବ୍ୟବହାର କରିବି ନାହିଁ।

ଏନେଇ ପୁରୋହିତ କହିଛନ୍ତି, ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋତେ ପରିହାସ କରିଛନ୍ତି। ଏପରିକି ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ସୂଚନା ମାଗିବାରୁ ରାଜ୍ୟପାଳ ବହୁତ ପ୍ରେମ ପତ୍ର ଲେଖୁଥିବା ସେ ବିଧାନସଭାରେ କହିଛନ୍ତି। ଏହା ଜଣେ ମୁଖ୍ୟମନ୍ତ୍ରୀଙ୍କ ଶବ୍ଦ ହୋଇଥିବାରୁ ଆଶ୍ଚର୍ଯ୍ୟ ଲାଗୁଛି। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ମାଗିବା ରାଜ୍ୟପାଳଙ୍କ ସାମ୍ବିଧାନିକ ଅଧିକାର । ମୁଁ ତାଙ୍କ ବ୍ୟକ୍ତିଗତ ତଥ୍ୟ କିଛି ବି ମାଗିନି। ତେଣୁ ସମ୍ବିଧାନର ନିୟମ ଅନୁଯାୟୀ ମୋର ସବୁ ପ୍ରଶ୍ନର ଉତ୍ତର ସେ ଦେବା ଉଚିତ । ଗତ ବୁଧବାର ରାଜ୍ୟପାଳଙ୍କୁ ବାଦ ଦେଇ ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟ କୁଳାଧିପତିଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଲ୍‌ ପାସ୍‌ କରିଛନ୍ତି। 

 ଏହା ଉତ୍ତରରେ ପୁରୋହିତ କହିଛନ୍ତି, ମୁଁ ସବୁବେଳେ ତାଙ୍କ ପାଇଁ ତାଳି ବଜାଏ ବୋଲି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା । ହେଲେ ଏହା ସମ୍ଭବ ନୁହେଁ । ଉକ୍ତ  ହେଲିକପ୍ଟର ତାଙ୍କର ବ୍ୟକ୍ତିଗତ ହେଲିକପ୍ଟର ନୁହେଁ। ତାହା ରାଜ୍ୟର ସମ୍ପତ୍ତି । ଜଣେ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟପାଳଙ୍କ ବିରୋଧରେ ଏପରି ଅପଶବ୍ଦର ବ୍ୟବହାର ମୋ’ କଳ୍ପନା ବାହାରେ ବୋଲି କହିଛନ୍ତି ରାଜ୍ୟପାଳ।

ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି, ରାଜ୍ୟପାଳ ପ୍ରେମପତ୍ର ଲେଖିବା ପରିବର୍ତ୍ତେ କେନ୍ଦ୍ର ଦ୍ୱାରା ରୋକା ଯାଇଥିବା ଗ୍ରାମୀଣ ବିକାଶ ଯୋଜନାର ପାଣ୍ଠିକୁ ପୁନଃ ଚାଲୁ କରିବା ନିମନ୍ତେ ବ୍ୟବସ୍ଥା କରିବା ଉଚିତ । ଅପରପକ୍ଷେ, ରାଜ୍ୟପାଳ ତାଙ୍କ ନିକଟକୁ ପଠାଉଥିବା ଚିଠିର ଉତ୍ତର ମାନ ଦେଉ ନ ଥିବାରୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ସମ୍ବିଧାନ ବିରୋଧରେ କାମ କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାଜଭବନର ଗାରିମା ରକ୍ଷା କରିବା ମୋର ପ୍ରାଥମିକ କର୍ତ୍ତବ୍ୟ ।

ରାଜ୍ୟପାଳଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ମୁଖ୍ୟମନ୍ତ୍ରୀଙ୍କ କାମ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜଣେ ମୁଖ୍ୟମନ୍ତ୍ରୀ ଏପରି ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା।

ସେ ଏପରି ଶବ୍ଦର ପ୍ରୟୋଗ କରି ମୋ’ ପ୍ରଶ୍ନର ଉତ୍ତର ଦେବାରୁ ନିଜକୁ ରକ୍ଷା କରିପାରିବେନି। ମୁଁ ନିଜ କର୍ତ୍ତବ୍ୟ କରି ଚାଲିଛି। ଏଥିରେ କେହି ଖୁସି ହୋଇପାରେ ବା ନ ହୋଇପାରେ ମୋତେ ସେଥିରେ କିଛି ଫରକ ପଡ଼େନି। ମୁଁ କିନ୍ତୁ ମୋ’ କାମ କରି ଚାଲିବି ବୋଲି କହିଛନ୍ତି ରାଜ୍ୟପାଳ ପୁରୋଡିତ। 

ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଜଣେ ଅପରାଧ ରେକର୍ଡ ଥିବା ମନ୍ତ୍ରୀଙ୍କୁ ହଟାଇବାକୁ କହିବାରୁ ମାନ ଖପ୍ପା ହୋଇଥିବା କହିଛନ୍ତି ରାଜ୍ୟପାଳ। ଏହାପରେ ସେ ବିଳିବିଳାଉଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ବନୱରୀଲାଲ ପୁରୋହିତ ।

Punjab Politics Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe