Judgement
ବର୍ଷ ପରେ ବର୍ଷ ବିତିଲା। କୋର୍ଟରେ କାଠ ଚୋରି ମାମଲାର ଶୁଣାଣି ୨୭ ବର୍ଷ ଚାଲିଲା। ହେଲେ ଶେଷରେ ଯାହା ରାୟ ପ୍ରକାଶ ପାଇଲା ତାହା ଦେଖି ସମସ୍ତେ ତାଜୁବ । କାରଣ ଶେଷରେ ଅଭିଯୁକ୍ତଙ୍କୁ ମିଳିଲା ଦିନେ ଲେଖାଏଁର କାରାଦଣ୍ଡ। ଏଥିସହ ୧୫ଶହ ଟଙ୍କାର ଅର୍ଥ ଦଣ୍ଡ ପଡ଼ିଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି ।
Advertisment
ଏହି କାଠ ଚୋରି ମାମଲା ୧୯୯୭ ମସିହାର। ବୃଜମନଗଞ୍ଜ ଥାନା ଅଞ୍ଚଳର ଫୁଲମନହା ଗାଁର ଆୟୁବ ଓ ସରିଫ ନାମକ ଦୁଇ ବ୍ୟକ୍ତିଙ୍କ ଘରୁ ଚୋରା କାଠ ଜବତ ହୋଇଥିଲା। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଏହି ମାମଲାର ଶୁଣାଣି ଗତ ୨୭ ବର୍ଷ ଧରି ଚାଲିଥିବା ବେଳେ ଏବେ ତାହାର ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ ଦିନେ ଲେଖାଏ କାରାଦଣ୍ଡ ସହ ୧୫ଶହ ଲେଖାଏ ଟଙ୍କାର ଆର୍ଥିକ ଦଣ୍ଡ ଦିଅଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
