Advertisment

ଆଠ ଦିନ ହେବ ଟନେଲ୍ ତଳେ ୪୧ ଶ୍ରମିକ, 'ଉଦ୍ଧାରକାର୍ଯ୍ୟକୁ ଲାଗିପାରେ ୪-୫ ଦିନ'

ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଟିମ୍ ଏକାଧିକ ପ୍ଲାନିଂ ଉପରେ କାର୍ଯ୍ୟ କରୁଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Tunnel

Tunnel

ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାକୁ ବିତିଲାଣି ଆଠ ଦିନ। ଏବେ ମଧ୍ୟ ଫସି ରହିଛନ୍ତି ୪୧ ଶ୍ରମିକ। କିପରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେଥିପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଉଦ୍ଧାରକାରୀ ଟିମ୍। ଖାଦ୍ୟ, ପାନୀୟ ଓ ଅମ୍ଳଜାନ ପଠାଯିବା ସହ ଶ୍ରମିକମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି। ଉଦ୍ଧାରକାର୍ଯ୍ୟକୁ ଆଉ ୪ରୁ ୫ ଦିନ ଲାଗିପାରେ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ। 

Advertisment

ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଅଧିକାରୀମାନେ ଆଜି ପାହାଡର ଶିଖରରୁ ଏକ ଭୂଲମ୍ବ ଗର୍ତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରୁ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍ ଅଣାଯିବା ପରେ ଗତକାଲି ସନ୍ଧ୍ୟାରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହୋଇଛି।

ଅନ୍ୟପଟେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଟିମ୍ ଏକାଧିକ ପ୍ଲାନିଂ ଉପରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏଜେନ୍ସିମାନଙ୍କ ସହ ପାଞ୍ଚଟି ବିକଳ୍ପ ପଥ ଉପରେ ଆଲୋଚନା କରାଯାଇଛି।

Advertisment

ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ ସମାନ କଥା କହିଛନ୍ତି। ସେ କହିଛନ୍ତି, "ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ହେଲେ କେବଳ ଗୋଟିଏ ଯୋଜନା ନୁହେଁ ଏକାଧିକ ଯୋଜନା ଉପରେ କାର୍ଯ୍ୟ କରିବା ଉଚିତ୍। ଉଦ୍ଧାରକାରୀ ଟିମର ମିଳିତ ପ୍ରୟାସରେ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ଯଦି ଭଗବାନଙ୍କ ଦୟା ହୁଏ ତେବେ ଆହୁରି କମ୍ ସମୟ ମଧ୍ୟରେ ଶ୍ରମିକମାନେ ଉଦ୍ଧାର ହୋଇପାରିବ।"  

Uttarakashi Tunnel Collapses Tunnel Collapses Tunnel Collapses In Uttarakhand