Advertisment

୪୦ ଶ୍ରମିକଙ୍କ ମଧ୍ୟରୁ ବିଗିଡ଼ିଲା ଦୁଇ ଜଣଙ୍କ ଅବସ୍ଥା, ଚିନ୍ତାରେ ପରିବାର

ଯେଉଁ ଦୁଇ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି ସେମାନଙ୍କ ମଧ୍ୟରୁ ଜଣେ ଆସ୍ଥମା ରୋଗୀ ଏବଂ ଅନ୍ୟଜଣେ ଡାଇବେଟିସ୍‌ରେ ପୀଡିତ।

ଅଦ୍ୟତନ ହୋଇଛି
Tunnel Collapse

Tunnel Collapse

Advertisment

ଟନେଲ ତଳେ ଫଶିଛି ଜୀବନ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଦୀର୍ଘ ୭ ଦିନ ହେବ ୪୦ ଜଣ ଶ୍ରମିକ ସୁଡ଼ଙ୍ଗ ତଳେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦିନ ରାତି ଏକ କରିସାରିଲେଣି ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଟିମ୍‌। ତେବେ ଏହାରି ଭିତରେ ଫଶି ରହିଥିବା ୪୦ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ବିଗିଡିଯାଇଥିବା ସୂଚନା ମିଳିଛି। ରେସ୍କ୍ୟୁ କାମ ଅଧାରେ ଅଟକି ରହିଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଛନ୍ତି। ସେପଟେ ଟନେଲକୁ କଟାଯାଇ ଫଶିରହିଥିବା ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ ବୋଲି ଯୋଜନା ହୋଇଛି। ଏଥିପାଇଁ ଏକ୍ସପର୍ଟମାନେ ଟନେଲ ଉପରକୁ ଯାଇ ସ୍ଥିତି ପରଖିଥିବା ଜଣାପଡିଛି। ଜରୁରୀ ବୈଠକ ପରେ ଅପରେସନ୍‌ ଜିନ୍ଦଗୀର ପ୍ଲାନ-ବି ଆପଣାଇବାକୁ ନିଷ୍ପତ୍ତି ହୋଇଛି। 

Advertisment

ମାଟି ଭିତରୁ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ରାସ୍ତା ତିଆରି ଚାଲିଛି। ଗତକାଲି ଆମେରିକାରୁ ଆସିଥିବା ଡ୍ରିଲିଂ ମେସିନ୍‌ ଅଧାରେ ଖରାପ ହୋଇଯାଇଛି। ଡ୍ରିଲିଂ ବେଳେ ଏକ ମେଟାଲ୍ ଅଂଶରେ ମାଡ଼ ହେବା ଫଳରେ ଏହାର ବିୟରିଂ ଭାଙ୍ଗି ଯାଇଛି। ଏଥିଯୋଗୁ ରେସ୍କ୍ୟୁ ଅପରେସନ୍‌ ଧିମେଇ ଯାଇଛି। ସୁଡଙ୍ଗର ପ୍ରାୟ ୨୪ ମିଟର ଭିତରୁ ପାଇପ୍‌ ଯାଇ ସାରିଛି। ଆହୁରି ୬୦ରୁ ୭୦ ମିଟର ଯାଏଁ ଡ୍ରିଲିଂ ବାକି ଅଛି। ଏଥିପାଇଁ ଆଜି ଇନ୍ଦୋରରୁ ଆଉ ଏକ ଆଧୁନିକ ମେସିନ୍‌ ମଗାଯାଇଛି। ଏସବୁ ଭିତରେ ଟନେଲ ଭିତରେ ଫଶି ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏହାକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି।

ଯେଉଁ ଦୁଇ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି ସେମାନଙ୍କ ମଧ୍ୟରୁ ଜଣେ ଆସ୍ଥମା ରୋଗୀ ଏବଂ ଅନ୍ୟଜଣେ ଡାଇବେଟିସ୍‌ରେ ପୀଡିତ। ଖାଦ୍ୟ ସାମଗ୍ରୀ ପଠାଯାଉଥିବା ପାଇପ ଯୋଗେ ଏମାନଙ୍କୁ ନିୟମତି ମେଡିସିନ୍‌ ମଧ୍ୟ ପଠାଯାଉଛି। ଭିତରେ ଫଶି ରହିଥିବା ଲୋକଙ୍କ ସହ ନିୟମିତ ଭାବେ ତାଙ୍କ ପରିବାର ଲୋକେ ଓ ଉଦ୍ଧାରକାରୀ ଦଳର ଅଧିକାରୀମାନେ କଥା ହେଉଛନ୍ତି। ଶ୍ରମିକଙ୍କ ପାଖକୁ ଭଜା, ବିସ୍କୁଟ, ଶୁଖିଲା ଚଣା, ଫଳ, ଡ୍ରାଏ ଫ୍ରୁଟସ୍‌ ଓ ଚିପ୍ସ ପଠାଯାଉଛି। ଏଥିସହିତ ଗ୍ଲୁକୋଜ ଏବଂ ପାଣି ମଧ୍ୟ ଯୋଗାଇ ଦିଆଯାଉଛି।

Advertisment

ଡାକ୍ତରଙ୍କ କହିବା ମୁତାବକ, ଦୀର୍ଘ ସମୟ ଧରି ବନ୍ଦୀ ଅବସ୍ଥାରେ ରହିବା ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ଅତ୍ୟଧିକ ପ୍ରତିକୂଳ ପ୍ରଭାବ ପକାଇପାରେ। ଶ୍ରମିକମାନେ ଟ୍ରମା ଏବଂ ହାଇପୋଥର୍ମିଆର ଶିକାର ହୋଇପାରନ୍ତି।

ଅନ୍ୟପଟେ ଫଶି ରହିଥିବା ଶ୍ରମିକଙ୍କ ପରିବାର ଲୋକେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି। ରେସ୍କ୍ୟୁ ଅପରେସନ୍‌ ଅଟକି ଯିବା ପରେ ସେମାନେ ମଧ୍ୟ ଆଶା ହରାଇ ସାରିଲେଣି। ଜଣେ ଶ୍ରମିକଙ୍କ ଭାଇ କହିଛନ୍ତି, ସ୍ୱାସ୍ଥ୍ୟ ଖରାପ ହେବା ପୂର୍ବରୁ ଶ୍ରମିକମାନଙ୍କୁ ଶୀଘ୍ର ଉଦ୍ଧାର କରାଯାଉ। ସମୟ ଗଡିବା ସହିତ ଆମେ ଧୈର୍ଯ୍ୟହରା ହୋଇପଡିଲୁଣି। ଆମେ ଚାହୁଁଛୁ ଯେ ସମସ୍ତ ଲୋକଙ୍କୁ ଯଥା ସମ୍ଭବ ବାହାରକୁ ଅଣାଯାଉ।

Tunnel Collapses In Uttarakhand Tunnel Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe