Advertisment

ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚ୍‌ରେ ଫୁଟିବନି ବାଣ

ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ମୁମ୍ବାଇରେ ମୈଦାନକୁ ଓହ୍ଲାଇବ। ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ।

author-image
Madhupriya Mistry
No Firecracker

No Firecracker

ଦିଲ୍ଲୀ ଓ ମୁମ୍ବାଇରେ ହେବାକୁ ଥିବା ମ୍ୟାଚ୍‌ରେ ଫୁଟିବନି ବାଣ୍। ଏଭଳି କିଛି ବଡ଼ ନିଷ୍ପତ୍ତି ନେଇଛନ୍ତି ବିସିସିଆଇ। ଭାରତର ଅନେକ ସହରରେ ଏବେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାକୁ ଲାଗିଛି। ରାଜଧାନୀ ଦିଲ୍ଲୀରେ ଏହା ଚିନ୍ତାର ମୁଖ୍ୟ କାରଣ ପାଲଟିଛି। ଏଠି ଲୋକେ ନିଶ୍ୱାସ ନେବା ବି ମୁସ୍‌କିଲ ହୋଇପଡିଛି। ସେହିପରି ମୁମ୍ବାଇରେ ମଧ୍ୟ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମ୍ୟାଚ୍‌ ବେଳେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ନେଇଛି। ଏନେଇ ଆଇସିସିକୁ ମଧ୍ୟ ଅବଗତ କରାଯାଇଛି।

Advertisment

ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ଏହି ମାମଲାକୁ ନେଇ ଆଇସିସି ସହ ଆଲୋଚନା କରାଯାଇଛି। ଏହାପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚ୍‌ରେ କୌଣସି ବି ପ୍ରକାରର ବାଣ ଫୁଟିବ ନାହିଁ। କାରଣ ବାଣ ଫୁଟିବା ଦ୍ୱାରା ପ୍ରଦୂଷଣ ମାତ୍ରା ଆହୁରି ବଢ଼ିପାରେ। ପରିବେଶ ସହ ଜଡିତ ସମସ୍ୟାକୁ ନେଇ ବିଭାଗ ଚିନ୍ତିତ। ଏଥିସହ କ୍ରିକେଟପ୍ରେମୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ମଧ୍ୟ ସଜାଗ ରହିଥାଏ।

ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ମୁମ୍ବାଇରେ ମୈଦାନକୁ ଓହ୍ଲାଇବ। ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ମୁମ୍ବାଇରେ ଗତକାଲି ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ।

Advertisment

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଅକ୍ଟୋବର ୩୧ରେ ମୁମ୍ବାଇର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୧୭୨ ଥିଲା। ଯାହା 'ମଧ୍ୟମ' ବର୍ଗରେ ଅଟେ। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ AQI ୨୬୦ରେ ପହଞ୍ଚିଥିଲା। ସହରର ଏଭଳି ବାୟୁ ପ୍ରଦୂଷଣକୁ ନେଇ ବମ୍ବେ ହାଇକୋର୍ଟ ଚିନ୍ତା ପ୍ରକଟ କରିଥଇଲେ। ଏଥିସହ ଏହାକୁ ନେଇ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ଠାରୁ ଜବାବ ମାଗିଥିଲେ ହାଇକୋର୍ଟ। ସେପଟେ ଦିଲ୍ଲୀରେ ମୁମ୍ବାଇ ଠାରୁ ଆହୁରି ଖରାପ ସ୍ଥିତି ରହିଛି। ଏଠାରେ ବାୟୁ ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ବଢ଼ି ଚାଲିଛି। ଆଜି ଦିଲ୍ଲୀର ଆନନ୍ଦ ବିହାରରେ AQI ୭୩୬ ରେକର୍ଡ କରାଯାଇଥିଲା। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଦିଲ୍ଲୀରେ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇଛନ୍ତି। ଏପରିକି ସବୁଜ କ୍ରାକରଗୁଡିକ ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରାଯାଇଛି।

Bcci Cricket Firecracker Explosion ODI World Cup