Advertisment

ଲଞ୍ଚ୍‌ ହେଲା ନାଜାଲ ଭ୍ୟାକ୍ସିନ, ଫେବୃୟାରୀ ପ୍ରଥମ ସପ୍ତାହରେ ବଜାରକୁ ଆସିବ

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ଏହି ନାଜାଲ ଭ୍ୟାକ୍ସିନକୁ ଲଞ୍ଚ କରିଛନ୍ତି ।

author-image
Niharika Rout
vaccine

vaccine

ପୁଣି ଥରେ ସମଗ୍ର ବିଶ୍ଁରେ କୋଭିଡ୍ ମହାମାରୀ ମୁଣ୍ଡ ଟେକିଥିବା ବେଳେ ଏହାର ମୁକାବିଲା ପାଇଁ ଭାରତକୁ ମିଳିଲା ନୂଆ ଅସ୍ତ୍ର । ଲଞ୍ଚ ହୋଇଛି ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ‘ଇନକୋଭାକ’ । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ଏହି ନାଜାଲ ଭ୍ୟାକ୍ସିନକୁ ଲଞ୍ଚ କରିଛନ୍ତି ।

Advertisment

ସରକାରଙ୍କ କହିବା ଅନୁଯାୟୀ, ଏହା ବିଶ୍ୱର ପ୍ରଥମ ଇଣ୍ଟ୍ରା-ନାଜାଲ ବା ଅନ୍ତର୍ନାସିକା ଟିକା, ଯାହା କୋଭିଡ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଉପଯୋଗୀ । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ୱାରା ନିର୍ମିତ ଏହି ଭ୍ୟାକ୍ସିନ ଫେବୃୟାରୀ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ। ଏହା ଏବେ କୋ-ଓ୍ୱିନ ଆପରେ ମଧ୍ୟ ଉପଲବ୍ଧ ହୋଇ ନାହିଁ।

ଏହା ଏକ ବୁଷ୍ଟର ଡୋଜ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ବେଳେ ଏହା କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା ସାର୍ଟିଫିକେଟ ବି ପାଇ ସାରିଛି।

Advertisment

ସ୍ୱଦେଶୀ ଜ୍ଞାନ କୌଶଳରେ ର୍ନିମିତ ଏହି ଭ୍ୟାକ୍ସିନ ସରକାରୀ ଡାକ୍ତରଖାନାରେ ଟିକା ପିଛା ୩୨୫ ଟଙ୍କା ଏବଂ ଘରୋଇ ଭାବେ ୮୦୦ ଟଙ୍କାରେ ବିକ୍ରି ହେବ । ଏନେଇ ଡିସେମ୍ବରରେ ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଥିଲା ।

ଏହି ଟିକାକୁ ସହଜରେ ନାକ ବାଟେ ଦିଆଯାଇପାରିବ । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ନିରୀକ୍ଷା ପରେ ଅନୁମତି ପ୍ରଦାନ କରାଯାଇଛି । କୋଭିଡ଼ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ ।

କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରୁ ଯେକୌଣସି ଟିକାକୁ ପ୍ରଥମ ୨ ଡୋଜ୍ ନେଇଥିଲେ ବି, ତୃତୀୟ ଡୋଜ୍ ବା ବୁଷ୍ଟର୍ ଡୋଜ୍ ଭାବେ ନାଜାଲ୍ ଭ୍ୟାକ୍ସିନକୁ ନେଇ ହେବ । ୪ସପ୍ତାହ ବ୍ୟବଧାନରେ ଏହାର ୨ଟି ଡୋଜ୍ ନେବାକୁ ପଡ଼ିବ । ଏହାକୁ ୧୮ବର୍ଷରୁ ଊର୍ଦ୍ଧ୍ୱ ଲୋକ ନେଇପାରିବେ । ନାକରେ ଦିଆଯାଉଥିବା ଏହି ଭାକ୍ସିନ ବୁଷ୍ଟର ଡୋଜ ଭାବେ କାମ କରିବ ।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ‘ଇନକୋଭାକ’ ଲଞ୍ଚ ହେବା ଆତ୍ମନିର୍ଭର ଭାରତ ପ୍ରସଙ୍ଗକୁ ଅଧିକ ମଜବୁତ କରୁଛି। କୋଭିଡ ମହାମାରୀ ସମୟରେ ଭାରତ କେବଳ ନିଜ ପାଇଁ ନୁହେଁ, ବିଶ୍ୱର ବହୁ ଦେଶ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରି ପ୍ରଶଂସିତ ହୋଇଛି। ଏହାର ରିସର୍ଚ୍ଚ ତଥା ନୂତନ ଉଦ୍ଭାବନ ସମଗ୍ର ବିଶ୍ୱ ଦରବାରରେ ବେଶ୍‌ ପ୍ରଶଂସିତ ହେଉଛି।

Covid Vaccine