Advertisment

ବାହା ହେଲେ ବିଶ୍ୱର ସବୁଠାରୁ ଗେଡ଼ା ବଡି ବିଲ୍‌ଡର୍‌

୨୦୧୨ରେ ପ୍ରତୀପ ବିଠଲ ମୋହିତେ ତାଙ୍କ ବଡି ବିଲଡିଂ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଉଚ୍ଚତା କମ ଥିବାରୁ ସେ ବିଭିନ୍ନ ଅଭ୍ୟାସ ଓ ଇକ୍ୟୁପମେଣ୍ଟ ଉଠାଇବା ବେଳେ ସମସ୍ୟାରେ ପଡ଼ୁଥିଲେ।

ଅଦ୍ୟତନ ହୋଇଛି
Bodybuilder

Bodybuilder

Advertisment

ବାହା ହୋଇଛନ୍ତି ବିଶ୍ୱର ସବୁଠାରୁ କମ ଉଚ୍ଚତା ବା ଗେଡ଼ା ବଡି ବିଲ୍‌ଡର୍‌। ଭାରତକୁ ପ୍ରତିନିଧିତ୍ୱ କରୁଥିବା ବିଶ୍ୱର ସବୁଠାରୁ ଗେଡ଼ା ବଡି ବିଲ୍‌ଡର୍‌ ଜଣଙ୍କ ହେଲେ ୨୮ ବର୍ଷୀୟ ପ୍ରତୀପ ବିଠଲ ମୋହିତେ। ତାଙ୍କ ଉଚ୍ଚତା ୩ ଫୁଟ ୩ ଇଞ୍ଚ। ସେ ୨୨ ଜୟା ନାମ୍ନୀ ମହିଳାଙ୍କୁ ବିବାହ କରିଛନ୍ତି। ଜୟାଙ୍କ ଉଚ୍ଚତା ୪ ଫୁଟ ୨ଇଞ୍ଚ। ଉଭୟ ପ୍ରେମ ବିବାହ କରିଥିବା ଜଣାପଡ଼ିଛି। ପ୍ରତୀକ ୨୦୨୧ରେ ଗିନିଜ ୱାର୍ଲ୍ଡ ରେକର୍ଡସରେ ବିଶ୍ୱର ସବୁଠାରୁ ଗେଡା ବଡିବିଲଡର(ପୁରୁଷ) ଭାବେ ସ୍ଥାନ ପାଇଥିଲେ।

Advertisment

ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିବା ପ୍ରତୀକ ୪ ବର୍ଷ ତଳେ ଜୟାଙ୍କୁ ଭେଟିଥିଲେ। ଉଭୟ କମ ଉଚ୍ଚତାର ଥିଲେ ହେଁ ପରସ୍ପରକୁ ପ୍ରେମ କରି ବସିଥିଲେ। ଏହାପରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା। ଏବେ ଉଭୟ ସାତ ଜନ୍ମ ପାଇଁ ପରସ୍ପରକୁ ଜୀବନସାଥୀ ରୂପେ ବାଛିଛନ୍ତି। ନିଜ ବାହାଘର ବେଳର ଫଟୋ ଓ ଭିଡିଓକୁ ପ୍ରତୀପ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଗୋଟିଏ ଭିଡିଓରେ ସେ ବର ବେଶରେ ରହିଥିବା ବେଳେ ଗୋଟିଏ ଗାଡ଼ି ଉପରେ ଚଢ଼ି ବେଶ ଖୁସିରେ ଡ୍ୟାନ୍ସ କରୁଛନ୍ତି। ତାଙ୍କ ସହ ବରଯାତ୍ରୀମାନେ ମଧ୍ୟ ରାସ୍ତାରେ ନାଚୁଥିବା ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ପ୍ରତୀକ ତାଙ୍କ ପତ୍ନୀଙ୍କ ପାଖରେ ଛିଡ଼ା ହୋଇଛନ୍ତି। ଏହି ଫଟୋରେ ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିଛନ୍ତି। ହଲଦୀ ସେରିମନୀର କିଛି ଫଟୋ ଓ ଭିଡିଓ ମଧ୍ୟ ପ୍ରତୀପ ଶେୟାର କରିଛନ୍ତି।

Advertisment

୨୦୧୨ରେ ପ୍ରତୀପ ବିଠଲ ମୋହିତେ ତାଙ୍କ ବଡି ବିଲଡିଂ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଉଚ୍ଚତା କମ ଥିବାରୁ ସେ ବିଭିନ୍ନ ଅଭ୍ୟାସ ଓ ଇକ୍ୟୁପମେଣ୍ଟ ଉଠାଇବା ବେଳେ ସମସ୍ୟାରେ ପଡ଼ୁଥିଲେ। ତଥାପି ସେ ହାର ମାନି ନଥିଲେ ଓ ଜିମରେ ପରିଶ୍ରମ ଜାରି ରଖିଥିଲେ। ଶେଷରେ ପରିଶ୍ରମ ତାଙ୍କୁ ସଫଳତା ଦେଇଥିଲା।

୨୦୧୬ରେ ସେ ପ୍ରଥମଥର କୌଣସି ବଡିବିଲଡିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହାପରେ ସେ ଗିନିଜ ୱାଲର୍ଡ ରେକର୍ଡ ପାଇଁ ଆବେଦନ କରିଥିଲେ। ତାଙ୍କୁ ୨୦୨୧ରେ ବିଶ୍ୱର ସବୁଠାରୁ ଗେଡ଼ା କମ୍ପିଟେଟିଭ ବଡିବିଲଡର ଭାବେ ଗିନିଜ ୱାଲର୍ଡ ରେକର୍ଡସରେ ସ୍ଥାନ ମିଳିଥିଲା।

ପ୍ରତୀକ କହିଛନ୍ତି, “ଗିନିଜ ୱାଲର୍ଡ ରେକର୍ଡ କରିବା ମୋର ସ୍ୱପ୍ନ ଥିଲା। ଶେଷରେ ଏହାକୁ ମୁଁ ପାଇଛି। ଏଥିରେ ମୁଁ ବହୁତ ଖୁସି। ଆଜି ଯାଏ ମୋ କ୍ୟାରିୟର ଭିତରେ ଏଇଟା ହିଁ ମୋ ପାଇଁ ସବୁଠାରୁ ବଡ଼ ସଫଳତା। ମୁଁ ଜୟାଙ୍କୁ ପ୍ରଥମ ଦେଖାରେ ହିଁ ପସନ୍ଦ କରିଥିଲି। ଲାଗୁଥିଲା ସେ ମଧ୍ୟ ମୋତେ ପସନ୍ଦ କରୁଛନ୍ତି। ସେ ମୋ ଶରୀର ଦେଖି ଇମ୍ପ୍ରେସ ହୋଇଥିଲେ। କିନ୍ତୁ ମୁଁ ତାଙ୍କୁ କିଛି ବି ଦେଇପାରିନି। ଏବେ ଆମେ ଦୁହେଁ ବିବାହ ବନ୍ଧରେ ବାନ୍ଧି ହୋଇ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛୁ।”

ବଡିବିଲଡର ପ୍ରତୀକ ୪ ବର୍ଷ ହେଲା ଜୟାଙ୍କୁ ପ୍ରେମ କରୁଥିଲେ ମଧ୍ୟ ବିବାହ କରିବାକୁ ସାହାସ କରୁ ନଥିଲେ। ପ୍ରଥମେ ସେ ଚାକିରି କରିବାକୁ ଚାହୁଁଥିଲେ। ଏହା ଦ୍ୱାରା ସେ ତାଙ୍କ ପତ୍ନୀଙ୍କ ସହ ଖୁସିରେ ରହିପାରିବେ ବୋଲି ଆଶା ରଖିଥିଲେ। ଏବେ ସେ ପତ୍ନୀଙ୍କୁ ଚଳାଇବାକୁ ସକ୍ଷମ ହୋଇଥିବାରୁ ଚଳିତ ସପ୍ତାହରେ ହିଁ ଜୟାଙ୍କୁ ମରାଠୀ ପରମ୍ପରା ଅନୁସାରେ ବାହା ହୋଇଛନ୍ତି।

“ମୁଁ ଜାଣିଛି ଜୟା ହିଁ ଜଣେ ଥିଲେ” ବୋଲି ପ୍ରତୀକ କହିଛନ୍ତି। ପ୍ରତୀକଙ୍କ ଠାରୁ ତାଙ୍କ ପତ୍ନୀଙ୍କ ଉଚ୍ଚତା ସାମାନ୍ୟ ଅଧିକ। ହେଲେ ଉଭୟଙ୍କ ମଧ୍ୟରେ ଭଲ ପାଇବା ଓ ବୁଝାମଣା ରହିଛି।

Maharashtra Bodybuilder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe