Advertisment

ସଂସଦ ଅଭିମୁଖେ ଯାଉଥିଲେ ଦେଶର ଷ୍ଟାର ରେସଲର, ଉଠାଇ ନେଲା ପୁଲିସ୍‌

ସେମାନଙ୍କୁ ରାସ୍ତାରୁ ଉଠାଇ ନେଇ ପୁଲିସ୍‌ ଅଟକ ରଖିଛି। ପୁଲିସ୍‌ ରେସଲରମାନଙ୍କୁ ଅଟକାଇବାର ବେଳେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବେଶ ତମ୍ବିତୋଫାନ ମଧ୍ୟ ଦେଖିବାକୁ ମିଳିଛି।

Protest

Protest

Advertisment

ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ ପଟେ ବେଶ ଧୂମଧାମରେ ନୂଆ ସଂସଦ ଭବନର ଉଦଘାଟନ ଚାଲିଥିବା ବେଳେ ଅନ୍ୟପଟେ ଭାରତ ପାଇଁ ପଦକ ଜିତିଥିବା ଷ୍ଟାର ରେସଲରମାନଙ୍କୁ ପୁଲିସ୍‌ ଉଠାଇ ନେଇଛି। ଦେଶ ପାଇଁ ପଦକ ଜିତିଥିବା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଭଳି ଅନେକ ରେସଲର ସଂସଦ ଅଭିମୁଖେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କ ରାସ୍ତାରେ ବାଧା ସୃଷ୍ଟି କରିଛି।

Advertisment

ସେମାନଙ୍କୁ ରାସ୍ତାରୁ ଉଠାଇ ନେଇ ପୁଲିସ୍‌ ଅଟକ ରଖିଛି। ପୁଲିସ୍‌ ରେସଲରମାନଙ୍କୁ ଅଟକାଇବାର ବେଳେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବେଶ ତମ୍ବିତୋଫାନ ମଧ୍ୟ ଦେଖିବାକୁ ମିଳିଛି।

କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୀର୍ଘ ଗୋଟିଏ ମାସ ହେଲା ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ରେସଲରମାନେ ଆଜି ମହିଳା ସମ୍ମାନ ମହାପଞ୍ଚାୟତ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ବିଭିନ୍ନ ସ୍ଥାନରୁ ରେସଲରଙ୍କ ସମର୍ଥନରେ ଉଭୟ ପୁରୁଷ ଓ ମହିଳାମାନେ ମଧ୍ୟ ଦିଲ୍ଲୀ ଆସିଥିଲେ। ତେବେ ମହାପଞ୍ଚାୟତ ପୂର୍ବରୁ ପୁଲିସ୍‌ ରେସରଲ ଓ ସେମାନଙ୍କ ସମର୍ଥକଙ୍କୁ ଉଠାଇ ନେଇଛି।

Advertisment

ଶ୍ରୀ ସିଂହ ହେଉଛନ୍ତି ବିଜେପିର ଜଣେ ସାଂସଦ। ତାଙ୍କ ନାଁରେ ଏକାଧିକ ଆଥଲେଟ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ ଗିରଫ ଦାବିରେ ଦେଶ ପାଇଁ ପଦକ ଜିତିଥିବା ରେସଲରମାନେ ବିକ୍ଷୋଭ କରୁଛନ୍ତି।

ଆଜି ମହାପଞ୍ଚାୟତକୁ ଦୃଷ୍ଟିରେ ରଖି ସଂସଦ ବିଲଡିଂ ଠାରୁ ୨ କିମି ଦୂରରେ ଥିବା ଦିଲ୍ଲୀର ଯନ୍ତରମନ୍ତରରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା। ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ରେସଲରମାନେ ସଂସଦ ବିଲଡିଂ ଅଭିମୁଖେ ହାତରେ ତ୍ରିରଙ୍ଗା ଧରି ଯାତ୍ରା ଆରମ୍ଭ କରିଥିଲେ।

ଭିନେଶ ଓ ତାଙ୍କ ସମ୍ପର୍କୀୟ ଭଉଣୀ ସଂଗୀତା ଫୋଗଟଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ବ୍ୟାରିକେଡ୍‌ ଅତିକ୍ରମ କରିବାକୁ ଚେଷ୍ଟା କରିବାକୁ ଉତ୍ତେଜନା ପ୍ରକାଶ ପାଇଥିଲା। ରେସଲର ଓ ପୁଲିସ୍‌ ମଧ୍ୟରେ ବେଶ କିଛି ସୟମ ଧରି ଧସ୍ତାଧସ୍ତି ମଧ୍ୟ ଦେଖିବାକୁ ମିଳିଥିଲା।

ସ୍ୱତନ୍ତ୍ର ସିପି (ଆଇନ ଶୃଙ୍ଖଳା) ଦେପେନ୍ଦ୍ର ପାଠକ କହିଛନ୍ତି, “ସମସ୍ତ ବିକ୍ଷୋଭକାରୀ ଅଟକ ରହିଛନ୍ତି ଓ ସେମାନଙ୍କୁ ବଳପୂର୍ବକ ପୁଲିସ୍‌ ବସ୍‌ରେ ଭର୍ତ୍ତି କରାଯାଇଛି। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିଥିବାରୁ ସମସ୍ତଙ୍କୁ ଅଟକ ରଖାଯାଇଛି। ତଦନ୍ତ ପରେ ଆଇନ ଅନୁସାରେ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ରେସଲରମାନଙ୍କୁ ଅଟକ ରଖିବା ପରେ ପୁଲିସ୍‌ ଆନ୍ଦୋଳନ ସ୍ଥଳକୁ କ୍ଲିୟର କରିଛି। ଏଠାରେ ଶ୍ରୀ ସିଂହଙ୍କ ବିରୋଧରେ ରେସଲରମାନେ ଏପ୍ରିଲ ୨୩ରୁ ବିକ୍ଷୋଭ କରୁଥିଲେ।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe