/odisha-reporter/media/post_attachments/uploadimage/library/16_9/16_9_0/IMAGE_1674272900.jpg)
ଆନ୍ଦୋଳନରୁ ହଟିଲେ ରେସ୍ଲର୍, ତଦନ୍ତ କରିବ ୭ ଜଣିଆ କମିଟି
କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜନ୍ତରମନ୍ତରରେ ଚାଲିଥିବା ରେସଲରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ରେସଲରମାନେ ଆଣିଥିବା ଯୌନ ନିର୍ୟାତନା ଅଭିଯୋଗର ତଦନ୍ତ ପାଇଁ ଏକ ୭ ଜଣିଆ କମିଟି ଗଠନ କରିଛି ଅଲିମ୍ପିକ୍ସ ଆସୋସିଏଏସଏନ୍।
ଏହି ୭ ଜଣିଆ କମିଟିରେ ମେରୀ କମ୍, ଦୋଳା ବାନାର୍ଜୀ, ଯୋଗେଶ୍ୱର ଦତ୍ତଙ୍କ ଭଳି ବରିଷ୍ଠ ଖେଳାଳି ରହିଛନ୍ତି। ବ୍ରିଜଭୂଷଣଙ୍କ ଉପରେ ଲାଗିଥିବା ଅଭିଯୋଗ ଉପରେ ତଦନ୍ତ ହେବ। କମିଟି ଘଟଣାର ଅନୁଧ୍ୟାନ ଓ ଖୋଲତାଡ଼ ପରେ ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବେ।
ଦିଲ୍ଲୀରେ ଧାରଣାରତ ରେସଲର୍ମାନେ ଇଣ୍ଡିଆନ୍ ଅଲିମ୍ପିକ୍ସ ଆସୋସିଏଏସଏନ୍ ମୁଖ୍ୟ ପିଟି ଉଷାଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ସହ ଦୁଇ ଦୁଇଥର ରେସଲରଙ୍କ ଆଲୋଚନା ହୋଇଥିଲେ ମଧ୍ୟ ନିଜ ପଦରୁ ହଟିବେନି ବୋଲି ରୋକଠୋକ କହିଛନ୍ତି ବାହୁବଳୀ ସାଂସଦ ତଥା ଡୠଓ ସଭାପତି ବ୍ରିଜଭୂଷଣ।
ଅଲିମ୍ପିକ୍ସ ମେଡେଲ୍ ବିଜେତା ଭିନେଶ ଫୋଗଟ୍ ବ୍ରିଜଭୂଷଣ ଓ କୋଚଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଖେଳାଳିଙ୍କ ସହ ଶାରୀରିକ ଓ ମାନସିକ ନିର୍ଯାତନା ହେଉଥିବା ସେ ଅଭିଯୋଗ ଲଗାଇଛନ୍ତି। ଏହାପରେ ନ୍ୟାୟ ଦାବିରେ ଖେଳାଳିମାନେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣାରେ ବସିଥିଲେ। ଖେଳାଳିଙ୍କ ଧାରଣାକୁ ଏବେ ବିଭିନ୍ନ ମହଳରୁ ମିଳୁଛି ସମର୍ଥନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
