/odisha-reporter/media/post_attachments/uploadimage/library/16_9/16_9_0/Medal_1685457163.jpg)
Medal
ପୂରା ଦେଶ ଆଜି ଦେଖିଛି ଅତ୍ୟନ୍ତ ବିଚିତ୍ର ଦୃଶ୍ୟ। ଦେଶ ପାଇଁ ଅଲିମ୍ପିକ୍ସ ଓ ବିଶ୍ୱ ରେସଲିଂ ଭଳି ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ମହିଳା ରେସଲରମାନେ କେମିତି ଅସହାୟ ହୋଇପଡ଼ିଛନ୍ତି, ତା’ ଚିତ୍ର ସାମ୍ନାକୁ ଆସିଛି। ଆଜି ଦେଶର ଷ୍ଟାର ରେସଲରମାନେ ହରିଦ୍ୱାରର ଗଙ୍ଗା ଘାଟରେ ବସି କାନ୍ଦିଛନ୍ତି।
ସେମାନେ ଦେଶ ପାଇଁ ପଦକ ଜିତିଥିବା ବେଳେ ଏବେ ନ୍ୟାୟ ପାଇଁ ସେଗୁଡ଼ିକୁ ଗଙ୍ଗା ନଦୀରେ ଭସାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଅନେକ ଷ୍ଟାର ରେସଲର ଗଙ୍ଗା ଘାଟରେ ପହଞ୍ଚି ମେଡାଲ ଭସାଇ ଦେବାକୁ ଚେଷ୍ଟା କରିଥିଲେ ହେଁ ବିଭିନ୍ନ ସଂଗଠନ, ଚାଷୀ ନେତା ଓ ବ୍ୟକ୍ତିବିଶେଷ ସେମାନଙ୍କୁ ଅଟକାଇଛନ୍ତି।
ଚାଷୀ ନେତା ନରେଶ ଟିକାୟତ ଓ ଅନ୍ୟମାନଙ୍କ ଅନୁରୋଧକ୍ରମେ ରେସଲରମାନେ ବର୍ତ୍ତମାନ ସମୟରେ ମେଡାଲ ଭସାଇବା ଯୋଜନାକୁ ସାମୟିକ ଭାବେ ବନ୍ଦ କରିଛନ୍ତି। ତେବେ ସେମାନେ କେନ୍ଦ୍ର ସରକାରଙ୍କୁ ୫ ଦିନର ସମୟ ଦେଇଛନ୍ତି।
ଏହି ୫ ଦିନ ମଧ୍ୟରେ ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ୫ ଦିନର ସମୟସୀମା ପୂରଣ ନ ହେବା ଯାଏ ସେମାନେ ମେଡାଲ ବିସର୍ଜନ କରିବେ ନାହିଁ ବୋଲି କହିଛନ୍ତି। ଏବେ ସେମାନଙ୍କ ମେଡାଲ ନରେଶ ଟିକାୟତଙ୍କ ପାଖରେ ରହିଛି।
ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ସମେତ ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ପଦକ ଜିତିଥିବା ଭିନେଶ ଫୋଗଟ ଓ ଅନ୍ୟମାନେ ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ବ୍ରିଜଭୂଷଣ ଅନେକ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଜାନୁଆରୀ ମାସରୁ ଅଭିଯୋଗ କରି ଆସୁଛନ୍ତି। ଦେଶର ଷ୍ଟାର ରେସଲରମାନଙ୍କ ଅଭିଯୋଗ ସତ୍ତ୍ୱେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ହେଉ ନାହିଁ।
ଏହାକୁ ନେଇ ଗତ ଏପ୍ରିଲ ୨୩ରୁ ରେସଲରମାନେ ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପ୍ରଥମେ ଏଫଆଇଆର ରୁଜୁ କରିବାକୁ ଅମଙ୍ଗ ହେଉଥିବା ଦିଲ୍ଲୀ ପୁଲିସ୍ ଏଥିରେ ରାଜି ହୋଇଥିଲା। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରିଛି। ହେଲେ ବ୍ରିଜ ଭୂଷଣ ବେଧଡ଼କ ବାହାରେ ବୁଲିବାରେ ଲାଗିଛନ୍ତି।
ये बेटियां अगर हार गई तो ये प्रकृति कभी हम लोगों कों माफ़ नही करेगी 🙏
यौन उत्पीड़न के आरोपों को लेकर WFI प्रमुख और भाजपा सांसद बृजभूषण शरण सिंह के खिलाफ विरोध के रूप में ओलंपियन पहलवान गंगा नदी में अपने पदक विसर्जित करने के लिए हरिद्वार हर की पौड़ी पहुंचे। pic.twitter.com/NEovLK6Rh9
— DU JAT STUDENTS UNION (@du_jat) May 30, 2023
ତାଙ୍କ ବିରୋଧରେ ପୁଲିସ୍ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏହାକୁ ବିରୋଧ କରି ରେସଲରମାନେ ୨୮ ତାରିଖରେ ସଂସଦର ନୂଆ ବିଲଡିଂ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ଦେଶ ପାଇଁ ମେଡାଲ ଜିତିଥିବା ରେସଲରମାନଙ୍କୁ ଥାନାରେ ଅଟକ ରଖିଥିଲା। ଦିନକ ପରେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବା ସହ ଯନ୍ତରମନ୍ତରରେ ଥିବା ରେସଲରଙ୍କ ଆନ୍ଦୋଳନ ସ୍ଥଳକୁ ହଟାଇ ଦେଇଥିଲା।
ଏକଦା ଦେଶକୁ ଗୌରବାନ୍ୱିତ କରିଥିବା ରେସଲରଙ୍କ ପ୍ରତି ପୁଲିସ୍ ଓ ପ୍ରଶାସନର ଏପରି ପଦକ୍ଷେପକୁ ସମସ୍ତେ ନିନ୍ଦା କରିଥିଲେ। ଏଥିରେ ରେସଲରମାନେ ମଧ୍ୟ ମର୍ମାହତ ହୋଇ ଆଜି ଦେଶ ପାଇଁ ଜିତିଥିବା ମେଡାଲକୁ ଗଙ୍ଗା ନଦୀରେ ବିସର୍ଜନ କରିଦେବେ ବୋଲି ଘୋଷଣା କରିଥିଲେ।
ये बेटियां अगर हार गई तो ये प्रकृति कभी हम लोगों कों माफ़ नही करेगी 🙏
यौन उत्पीड़न के आरोपों को लेकर WFI प्रमुख और भाजपा सांसद बृजभूषण शरण सिंह के खिलाफ विरोध के रूप में ओलंपियन पहलवान गंगा नदी में अपने पदक विसर्जित करने के लिए हरिद्वार हर की पौड़ी पहुंचे। pic.twitter.com/NEovLK6Rh9
— DU JAT STUDENTS UNION (@du_jat) May 30, 2023
ଘୋଷଣା ଅନୁଯାୟୀ, ସାକ୍ଷୀ, ଭିନେଶ, ସଂଗୀତା ଓ ବଜରଙ୍ଗ ପୁନିଆଙ୍କ ଠାରୁ ଆରମ୍ଭ କରି ଅନେକ ରେସଲର ହରିଦ୍ୱାରର ଗଙ୍ଗା ଘାଟରେ ପହଞ୍ଚିଥିଲେ। ସେଠାରେ ସେମାନେ ବସି ରହି ନିଜ ନିଜ ମେଡାଲକୁ ଦେଖି ବେଶ କିଛି ସମୟ କାନ୍ଦିଥିଲେ। ଲୋକମାନେ ସେମାନଙ୍କୁ ଢେର ସମୟ ଧରି ବୁଝାସୁଝା କରିବା ସହ ମେଡାଲ ନ ଭସାଇବାକୁ ଅନୁରୋଧ କରିଥିଲେ। ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଟ୍ୱିଟ କରି ରେସଲରଙ୍କୁ ସମର୍ଥନ ଘୋଷଣା କରିଥିଲେ।
यह देश के लिए बहुत शर्म की बात है कि तानाशाही सरकार के अंहकार की वजह पहलवान को अपने मैडल गंगा नदी में बहाने को मजबूर हो रहे है। pic.twitter.com/YV7fMuuaRT
— Rohan Gupta (@rohanrgupta) May 30, 2023
ରେସଲରମାନେ ପଦକ ଭସାଇବାକୁ ଯାଉଥିବା ଖବର ପାଇ ଚାଷୀ ନେତା ନରେଶ ଟିକାୟତ ହର କି ପାଉରି ଠାରେ ପହଞ୍ଚିଥିଲେ। ସେ ମେଡାଲ ଧରି କାନ୍ଦୁଥିବା ରେସଲରମାନଙ୍କୁ ବୁଝାସୁଝା କରିଥିଲେ। ଦୀର୍ଘ ସମୟର ବୁଝାସୁଝା କରିବା ସହ ସେ ସମସ୍ତଙ୍କ ଠାରୁ ସେମାନଙ୍କ ମେଡାଲ ମଧ୍ୟ ସଂଗ୍ରହ କରିଥିଲେ।
ଦୀର୍ଘ ସମୟ ଧରି ବୁଝାସୁଝା ପରେ ରେସଲମାନେ ବ୍ରିଜ ଭୂଷଣଙ୍କୁ ଗିରଫ କରିବା ପାଇଁ ୫ ଦିନର ଅଲ୍ଟିମେଟମ ଦେଇଛନ୍ତି। ୫ ଦିନ ଭିତରେ ବ୍ରିଜ୍ ଭୂଷଣ ଗିରଫ ନ ହେଲେ, ରେସଲରମାନେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
