Advertisment

ରାସ୍ତାକୁ ଓହ୍ଲାଇଲେ ଯୁବ ରେସ୍‌ଲର୍‌: ବଜରଙ୍ଗ, ସାକ୍ଷୀ ଓ ଭିନେଶକୁ ବିରୋଧ

ହାତରେ ବ୍ୟାନର ଧରି ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟ ଯୁବ ରେସ୍‌ଲର୍‌ଙ୍କ କ୍ୟାରିୟର ବର୍ବାଦ କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି।

author-image
Madhupriya Mistry
junior-wrestlers-protest

junior-wrestlers-protest

ଭାରତୀୟ କୁସ୍ତିରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦ ଉପୁଜୁଛି। ନୂଆ ଅଧ୍ୟକ୍ଷକୁ ଜୋରଦାର ବିରୋଧ ପରେ କୁସ୍ତି ମହାସଂଘକୁ କ୍ରୀଡା ମନ୍ତ୍ରଣାଳୟ ନିଲମ୍ବନ କରିଦେଇଥିଲେ। ଏବେ ଦେଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ହାସଲ କରିଥିବା ତିନି ଷ୍ଟାର୍‌ ରେସଲର୍‌ଙ୍କୁ କିଛି ତଥାକଥିତ ଯୁବ କୁସ୍ତିଯୋଦ୍ଧାମାନେ ବିରୋଧ ଆରମ୍ଭ କରିଛନ୍ତି।

Advertisment

ଷ୍ଟାର୍‌ ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟକୁ ବିରୋଧ କରି ଯୁବ କୁସ୍ତିଯୋଦ୍ଧାମାନେ ଆଜି ଦଲ୍ଲୀର ଜନ୍ତରମନ୍ତରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରୁ ଆସିଥିବା ଜୁନିଅର କୁସ୍ତିଯୋଦ୍ଧାମାନେ ନିଜ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାତରେ ବ୍ୟାନର ଧରି ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟ ଯୁବ ରେସ୍‌ଲର୍‌ଙ୍କ କ୍ୟାରିୟର ବର୍ବାଦ କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି।

ଜାନୁଆରୀ ୨୦୨୩ରୁ ରେସଲିଂ ଆସୋସିଏସନ ବିବାଦ ଭିତରକୁ ଆସିବା ପରଠାରୁ ଜାତୀୟ ରେସଲିଂ ଆସୋସିଏସନ ଦୁଇଥର ସ୍ଥଗିତ ହୋଇସାରିଲାଣି। ଏଥିଯୋଗୁ ଜାତୀୟ ଶିବିର ଏବଂ ପ୍ରତିଯୋଗିତା ଅଟକି ରହିଛି। କ୍ରୀଡ଼ା ପରିଚାଳନା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଆଡ୍-ହକ୍ ପ୍ୟାନେଲକୁ ଭାଙ୍ଗି ନିଲମ୍ବିତ ଭାରତୀୟ ରେସଲିଂ ଆସୋସିଏସନକୁ ପୁନଃ ସ୍ଥାପିତ କରାଯାଉ ବୋଲି ମଧ୍ୟ ଦାବି ହୋଇଛି। ୟୁଡବ୍ଲୁଡବ୍ଲୁ ଆମ କୁସ୍ତିକୁ ଏହି ତିନି ରେସଲର୍ସଙ୍କ ଠାରୁ ରକ୍ଷା କରନ୍ତୁ ବୋଲି ହାତରେ ବ୍ୟାନର ଧରି ଯୁବ ରେସଲର୍‌ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ,  ତତ୍କାଳୀନ କୁସ୍ତସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ କିଛି ମହିଳା କୁସ୍ତଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ବିରୋଧ କରି ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ବିକ୍ଷୋଭ କରିଥିଲେ। ବ୍ରିଜଭୂଷଣଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି ହୋଇଥିଲା।   

Bajrang Punia WFI Sakshi Malik Vinesh Phogat Junior Wrestler Protest