Advertisment

‘୧୫ ସୁଦ୍ଧା ଚାର୍ଜସିଟ୍‌, ୩୦ ସୁଦ୍ଧା WFIକୁ ମିଳିବ ନୂଆ ସଭାପତି’

ଭାରତୀୟ କୁସ୍ତି ମହାସଂଘ(WFI)ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ରେସଲରମାନେ ଗତକାଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ପରେ ଏହି ସମସ୍ୟା ସମାଧାନମୁହାଁ ହେଉଥିବା ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Anurag Thakur

Anurag Thakur

Advertisment

ଭାରତୀୟ କୁସ୍ତି ମହାସଂଘ(WFI)ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ରେସଲରମାନେ ଗତକାଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ପରେ ଏହି ସମସ୍ୟା ସମାଧାନମୁହାଁ ହେଉଥିବା ଚର୍ଚ୍ଚା ହେଉଛି।

Advertisment

ରେସଲରମାନଙ୍କ ଦାବି ଅନୁଯାୟୀ ଆସନ୍ତା ୧୫ ତାରିଖ ସୁଦ୍ଧା ଏହି ମାମଲାର ତଦନ୍ତ ହେବା ସହ ଆସନ୍ତା ୩୦ ତାରିଖ ସୁଦ୍ଧା ଭାରତୀୟ କୁସ୍ତି ମହାସଂଘକୁ ନୂଆ ସଭାପତି ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ । ପ୍ରତିଶ୍ରୁତି ଅନୁଯାୟୀ, ଧାର୍ଯ୍ୟ ସମମୟରେ ଦାବି ପୂରଣ ନ ହେଲେ ପୁଣି ଥରେ ରେସଲରମାନେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି।

ଆନ୍ଦୋଳନରତ ରେସଲରମାନେ ଗତକାଲି ସନ୍ଧ୍ୟା ସମୟରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଥିଲେ। ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ପ୍ରମୁଖ ଏହି ଆଲୋଚନାରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନ ପ୍ରାୟ ୬ ଘଣ୍ଟା କାଳ ଚାଲିଥିଲା। ଏହି ଆଲୋଚନା ପରେ ଦାବି ପୂରଣ ହେଲେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁସ୍ତି ଯୋଦ୍ଧା ମାନେ ସହମତି ଜଣାଇଥିବା ଜଣାଯାଇଛି। ଏଥିସହ ଆନ୍ଦୋଳନ ସମୟରେ ରେସଲରମାନଙ୍କ ବିରୋଧରେ ରୁଜୁ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ।

Advertisment

ବ୍ରିଜ ଭୂଷଣଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ୧୫ ତାରିଖ ସୁଦ୍ଧା ଶେଷ ହୋଇ ଚାର୍ଜସିଟ୍‌ ଦାଖଲ ହେବ । ତଦନ୍ତ ରିପୋର୍ଟ ସମ୍ପର୍କରେ ରେସଲରଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଏଥିସହ ୩୦ ଜୁନ୍‌ ସୁଦ୍ଧା ଭାରତୀୟ କୁସ୍ତି ମହାସଂଘ ସଭାପତି ପଦ ପାଇଁ ନିର୍ବାଚନ ସରିବ ବୋଲି ବି ସେ ରେସଲରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ।

ବ୍ରିଜ ଭୂଷଣ ଯେପରି ପୁନର୍ବାର ସଭାପତି ରୂପେ ନିର୍ବାଚିତ ନ ହୁଅନ୍ତି ତାହା ଉପରେ ଖେଳାଳିମାନେ ଗୁରୁତ୍ୱାରୋପ କରିଛନ୍ତି। ବ୍ରିଜଭୂଷଣ ୩ ଥଣ ସଭାପତି ହୋଇ ସାରିଥିବାରୁ ଏଥର ଜଣେ ମହିଳାଙ୍କୁ ସଭାପତି ପଦରେ ବସାଇବାକୁ ରେସଲରମାନେ ଦାବି ଜଣାଇଛନ୍ତି।

ଆଲୋଚନା ଅନୁଯାୟୀ, ଏବେ ତଦନ୍ତକୁ ତ୍ୱରାନ୍ୱିତ କରାଯାଉଥିବାରୁ ଆସନ୍ତା ୧୫ ତାରିଖ ମଧ୍ୟରେ ରେସଲରମାନେ ଆଉ ଆନ୍ଦୋଳନ କରିବେ ନାହିଁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କ୍ରୀଡ଼ା ମନ୍ତ୍ରୀ। ଏଥିସହ କମିଟିର ଆଭ୍ୟନ୍ତରିଣ ବ୍ୟାପାର ବୁଝିବାକୁ ଜଣେ ମହିଳାଙ୍କ ଅଧ୍ୟକ୍ଷତାରେ ଏକ ଅନ୍ତରୀଣ ଅଭିଯୋଗ ଶୁଣାଣି କମିଟି ଗଠିତ ହେବ ବୋଲି ସେ କହିଛନ୍ତି।

ଗତ ଶନିବାର ରେସଲରମାନେ ଗୃହ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଏହି ସମସ୍ୟାର ସମାଧାନ ପାଇଁ ତତ୍ପରତା ପ୍ରକାଶ ପାଇଛି। ତେବେ କେବେ ଏହାର ସମାଧାନ ହେବ ଓ ରେସଲରମାନେ ଏଥିରେ ସନ୍ତୁଷ୍ଟ ହେବେ ନା ନାହିଁ ତଥା ବ୍ରିଜ ଭୂଷଣଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ସମସ୍ତଙ୍କ ନଜର।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe