Advertisment

ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ମାମଲାରେ ସାଂସଦ ବ୍ରିଜ ଭୂଷଣଙ୍କୁ କୋର୍ଟରୁ ମିଳିଲା ନୋଟିସ୍

ଦିଲ୍ଲୀର ଏକ କୋର୍ଟ କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ତାଙ୍କ ସହକାରୀ ସଚିବ ବିନୋଦ ତୋମାରଙ୍କୁ ଜବାବ ତଲବ କରିଛନ୍ତି।

ଅଦ୍ୟତନ ହୋଇଛି
outgoing WFI Chief Brij Bhushan Singh

outgoing WFI Chief Brij Bhushan Singh

Advertisment

ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଦିଲ୍ଲୀର ଏକ କୋର୍ଟ କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ତାଙ୍କ ସହକାରୀ ସଚିବ ବିନୋଦ ତୋମାରଙ୍କୁ ଜବାବ ତଲବ କରିଛନ୍ତି। ମହିଳା ରେସଲରଙ୍କ ପକ୍ଷରୁ କରାଯାଇଥିବା ଏକ ଏତଲା ଉପରେ ପୁଲିସ ତଦନ୍ତ କରି ଦାଖଲ କରିଥିବା ଚାର୍ଜସିଟ୍‌କୁ ଭିତ୍ତି କରି ଏହି ନୋଟିସ୍ ହୋଇଛି। ପୁଲିସ ଏହି ମାମଲା ରୁଜୁ କରି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣର ଆଇପିସି ଧାରା ୩୫୪, ୩୫୪-କ, ୩୫୪-ଘ ଏବଂ ତାଙ୍କ ସହକାରୀ ସଚିବ ଥିବା ବିନୋଦ ତୋମାରଙ୍କ ବିରୋଧରେ ଆଇପିସିର ଧାରା ୧୦୯, ୩୫୪, ୩୫୪-କ, ୫୦୬ ଲଗାଇଛି।

Advertisment

ଆଇପିସି ଧାରା ୩୫୪ରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୋଷୀକୁ ଅଧିକରୁ ଅଧିକ ୫ ବର୍ଷ ଜେଲଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। ଏହି ଧାରାରେ ବେଲ ମଧ୍ୟ ମିଳିବନି। ସେହିପରି ଆଇପିସିର ଧାରା ୩୫୪ରେ ଅଧିକତମ ୫ ବର୍ଷ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି।

ଦିଲ୍ଲୀର ରାଉସ୍ ଏଭନ୍ୟୁ କୋର୍ଟ ଚାର୍ଜସିଟିକୁ ଭିତ୍ତି କରି ଏହି ସମନ୍ ଜାରି କରିଛନ୍ତି। ତାଙ୍କୁ ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସ୍‌ରେ କୁହାଯାଇଛି।

Advertisment

ସୂଚନା ଥାଉକି, ବ୍ରିଜଭୂଷଣଙ୍କ ବିରୋଧରେ ବେଶ ଜଣାଶୁଣା ପ୍ରାୟ ୬ ଜଣ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଲଗାଇଛନ୍ତି। ଜୁନ୍‌ ୨ ତାରିଖରେ ଦିଲ୍ଲୀ ପୁଲିସ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଦୁଇଟି ଏତଲାରେ ୧୦ ଜଣଙ୍କ ଅଭିଯୋଗ ଗ୍ରହଣ କରିଥିଲା। ଯାହାକୁ ଭିତିକରି ପୁଲିସ ୬ ଥର ସାଂସଦ ହୋଇଥିବା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଜୁନ୍‌ ୧୫ ତାରିଖରେ ବିଭିନ୍ନ ଦଫା ଲଗାଇ ତଦନ୍ତ ସହ ଚାର୍ଜସିଟି ପ୍ରସ୍ତୁତ କରିଥିଲା।

ଏପ୍ରିଲ ୨୧ ତାରିଖରେ ୭ ଜଣ ମହିଳା ରେସଲରଙ୍କ ସମେତ ଜଣେ ନାବାଳିକା ଭିନ୍ନଭିନ୍ନ ଭାବେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ପରେ ପୁଲିସ ଏତଲା ରୁଜୁ କରୁନଥିବା ଅଭିଯୋଗ କରି ଏହି ନିର୍ଯାତିତ ମହିଳା ରେସଲରମାନେ ସୁପ୍ରିମ୍‌କୋର୍ଟ ଯାଇଥିଲେ। ଯାହାପରେ ପୁଲିସ ପୁଲିସ ଏପ୍ରିଲ ୨୮ ତାରିଖରେ ଦୁଇଟି ଏତଲାକୁ ରୁଜୁ କରିଥିଲା। ତେବେ ଅଭିଯୋଗକାରୀ ନାବାଳିକା ଓ ତାଙ୍କ ବାପା ଦେଇଥିବା ଏତଲା ପୁଲିସ ନିକଟରୁ ଉଠାଇ ନେଇଥିଲେ।

ତେବେ ଏହି ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବ୍ରିଜ୍‌ଭୂଷଣ କହିଆସୁଛନ୍ତି।

Indian Wrestler Court Jhatka Brij Bhushan Sharan Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe