Advertisment

ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେନି ଦେଶର ଷ୍ଟାର ରେସଲର

ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକଙ୍କ ଠାରୁ ଆରମ୍ଭ କରି ବଜରଙ୍ଗ ପୁନିଆ, ଭିନେଶ ଓ ସଂଗୀତା ଫୋଗଟଙ୍କୁ ପୁଲିସ୍‌ ବଳପୂର୍ବକ ରାସ୍ତାରୁ ଉଠାଇ ନେଉଥିବା ବେଳର ଭିଡଓ ବି ସାମ୍ନାକୁ ଆସିଥିଲା।

ଅଦ୍ୟତନ ହୋଇଛି
Vinesh

Vinesh

Advertisment

ଦିଲ୍ଲୀର ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେ ନାହିଁ ଦେଶ ପାଇଁ ପଦକ ଜିତିଥିବା ଷ୍ଟାର ରେସଲର। ସେମାନେ ଏଠାରେ ଏପ୍ରିଲ ୨୩ରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗତକାଲି ନ୍ୟାୟ ପାଇଁ ସଂସଦ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ।

Advertisment

ପୁଲିସ୍‌ ତାଙ୍କୁ ଅଧା ରାସ୍ତାରୁ ଉଠାଇ ନେଇଥିଲେ। ଏଥିସହ ସହ ସେମାନଙ୍କ ନାଁରେ ମାମଲା ମଧ୍ୟ କରାଯାଇଛି। ପୁଲିସ୍‌ ପଞ୍ଝାରୁ ମୁକୁଳିବା ପରେ ରେସଲରମାନେ ପୁଣି ଯନ୍ତରମନ୍ତରକୁ ଆସିବା ପାଇଁ ସଜାବାଜ ହେଉଛନ୍ତି।

ହେଲେ ସେମାନଙ୍କୁ ଆଉ ଯନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଅନୁମତି ମିଳିବ ନାହିଁ ବୋଲି ଦିଲ୍ଲୀ ପୁଲିସ୍‌ ଘୋଷଣା କରିଛି। ପୁଲିସ କହିଛି ଯେ ବାରମ୍ବାର ଅନୁରୋଧ ସତ୍ତ୍ୱେ କୁସ୍ତି ଯୋଦ୍ଧାମାନେ ଆଇନକୁ ଉଲ୍ଲଙ୍ଘନ କରିଥିଲେ। ତେଣୁ ଯନ୍ତରମନ୍ତରରେ ସେମାନେ କରୁଥିବା ଆନ୍ଦୋଳନକୁ ବନ୍ଦ କରାଯାଇଥିଲା।

Advertisment

ରେସଲମାନେ ଭବିଷ୍ୟତରେ ପୁଣି ଯନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଅନୁମତି ମାଗିଲେ, ସେମାନଙ୍କୁ ଆଉ ଗ୍ରୀନ ସିଗ୍ନାଲ ଦିଆଯିବନି। ସେମାନଙ୍କୁ ଯନ୍ତରମନ୍ତର ବଦଳରେ ଅନ୍ୟ କୌଣସି ସ୍ଥାନରେ ବିକ୍ଷୋଭ ପାଇଁ ଅନୁମତି ଦିଆଯିବ ବୋଲି ଦିଲ୍ଲୀ ପୁଲିସ୍‌ ପକ୍ଷରୁ କୁହାଯାଇଛି।

କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଅଲିମ୍ପିକ୍ସ ଠାରୁ ଆରମ୍ଭ କରି ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ଭାରତ ପାଇଁ ପଦ ଜିତିଥିବା କୁସ୍ତି ଯୋଦ୍ଧାମାନେ ବିକ୍ଷୋଭ କରୁଛନ୍ତି। ଏପ୍ରିଲ ୨୩ରୁ ସେମାନେ ବିକ୍ଷୋଭ କରୁଥିଲେ ହେଁ ବ୍ରିଜ ଭୂଷଣ ବେଧଡ଼କ ତାଙ୍କ ପଦ ଓ ବିଜେପି ସାଂସଦ ଭାବେ କାମ କରୁଛନ୍ତି।

ତାଙ୍କୁ ଗିରଫ କରିବା ପାଇଁ ରେସଲରମାନେ ଦାବି କରୁଛନ୍ତି। ଏନେଇ ଗତକାଲି ରେସଲର ଓ ସେମାନଙ୍କ ସମର୍ଥକମାନେ ସଂସଦ ଭବନ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ପୁଲିସ୍‌ ସହ ରେସଲରଙ୍କ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା।

ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକଙ୍କ ଠାରୁ ଆରମ୍ଭ କରି ବଜରଙ୍ଗ ପୁନିଆ, ଭିନେଶ ଓ ସଂଗୀତା ଫୋଗଟଙ୍କୁ ପୁଲିସ୍‌ ବଳପୂର୍ବକ ରାସ୍ତାରୁ ଉଠାଇ ନେଉଥିବା ବେଳର ଭିଡଓ ବି ସାମ୍ନାକୁ ଆସିଥିଲା।

ଘଟଣା ପରେ ପୁଲିସ୍‌ ସମସ୍ତ ରେସଲରଙ୍କ ନାଁରେ ମାମଲା ରୁଜୁ କରିଛି। ଦଙ୍ଗା, ବେଆଇନ ଭାବେ ଏକାଠି ହେବା ଓ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାମରେ ବାଧା ଦେବା ଭଳି ଦଫା ସମସ୍ତ ରେସଲରଙ୍କ ନାଁରେ ଲାଗିଛି।

ସାକ୍ଷୀ ମଲିକ କହିଛନ୍ତି, “ସବୁ କିଛି ଭିଡିଓରେ ଦେଖାଯାଉଛି। ଯେତେବେଳେ ୨୦ରୁ ୩୦ ଜଣ କନଷ୍ଟେବଲ ଜଣେ ରେସଲରଙ୍କୁ ଅଟକାଉଛନ୍ତି ସେତେବେଳେ ଆମେ କେମିତି ଦଙ୍ଗା ସୃଷ୍ଟି କରିବୁ? ଆମେ ସେମାନଙ୍କୁ କହିଥିଲୁ ଯେ ଦୟା କରି ଆମକୁ ନିଅନ୍ତୁ ନାହିଁ।

ଆମେ କେବଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବାକୁ ଚାହୁଁଥିଲୁ। କାରଣ କେହି ବି ଆମ କଥା ଶୁଣୁ ନାହାନ୍ତି। ଆମେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରୁଥିବା ବେଳେ ସେମାନେ ବଳପୂର୍ବକ ଆମକୁ ବସ ଭିତରୁ ନେଇ ଯାଇଥିଲେ। ଆମେ କୌଣସି ଦଙ୍ଗା କରିନୁ। ଆମେ କୌଣସି ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇ ନାହୁଁ। ଆମେ ବ୍ୟାରିକେଡକୁ ହଠାଇ ନାହୁଁ କି ଏହାକୁ ଭାଙ୍ଗି ନାହୁଁ।”

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe