Advertisment

ଯୌନ ନିର୍ଯାତନା ମାମଲାରେ ବ୍ରିଜ ଭୂଷଣଙ୍କୁ ବଡ଼ ଆଶ୍ୱସ୍ତି

ସେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହାକୁ ଦିଲ୍ଲୀ ପୁଲିସ୍‌ ବିରୋଧ କରି ନଥିଲା।

author-image
Hemant Lenka
Brij Bhushan Sharan Singh

Brij Bhushan Sharan Singh

ବିଦାୟ ନେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପିର ହେଭିୱେଟ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଦେଶର କିଛି ମହିଳା ରେସଲର ଯୌନ ନିର୍ଯାତନା ମାମଲା ଆଣିଥିଲେ। ହେଲେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି।

Advertisment

ପ୍ରଥମେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମାମଲାର ଶୁଣାଣି କରିବା ପରେ ରାୟକୁ ଦିନ ୪ ଯାଏ ସଂରକ୍ଷିତ ରଖିଥିଲେ। ସେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହାକୁ ଦିଲ୍ଲୀ ପୁଲିସ୍‌ ବିରୋଧ କରି ନଥିଲା। ତେବେ ରେସଲରମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜାମିନ ଆବେଦନକୁ ବିରୋଧ କରିଥିଲେ।

ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସାକ୍ଷୀମାନଙ୍କୁ ଭୟଭୀତ କରିବାର ଆଶଙ୍କା ରହିଛି। ସେହିପରି ବ୍ରିଜ ଭୂଷଣ ସିଂହ ସାକ୍ଷୀ କିମ୍ବା ଅଭିଯୋଗକାରୀଙ୍କ ସହ ଯୋଗାଯୋଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେବା ଦରକାର ବୋଲି ସେ ଯୁକ୍ତି ଦର୍ଶାଇଥିଲେ। 

Advertisment

ଏହାର ଜବାବରେ କୁସ୍ତି ମହାସଂଘ ପାଇଁ ଲଢ଼ୁଥିବା ରାଜୀବ ମୋହନ କହିଥିଲେ ଯେ ଶ୍ରୀ ସିଂହଙ୍କ ପକ୍ଷରୁ କୌଣସି ପ୍ରକାରର ବିପଦ ନାହିଁ। ଏହାପରେ କୋର୍ଟ ଶ୍ରୀ ସିଂହଙ୍କୁ ନିୟମିତ ଜାମିନ ଦେଇଥିଲେ।

ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦେଶର ୬ ଜଣ ମହିଳା ରେସଲର ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ମାମଲା କରିବାକୁ ଦେଶର ଷ୍ଟାର ରେସଲରମାନେ ଆନ୍ଦୋଳନ ମଧ୍ୟ କରିଥିଲେ। ବିବାଦ ବଢ଼ିବାରୁ ଜୁନ ୨ରେ ଦିଲ୍ଲୀ ପୁଲିସ୍‌ ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଜୁନ ୧୫ରେ ପୁଲିସ୍‌ ଚାର୍ଜଶିଟ ମଧ୍ୟ ଦାଖଲ କରିଛି।

Indian Wrestler Brij Bhushan Sharan Singh