Advertisment

ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ମିଳିଲା ଅନ୍ତରୀଣ ଜାମିନ

କୋର୍ଟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବ୍ୟତୀତ କୁସ୍ତି ମହାସଂଘର ସହାୟକ ସଚିବ ପଦରୁ ନିଲମ୍ବିତ ହୋଇଥିବା ବିନୋଦ ତୋମାରଙ୍କୁ ମଧ୍ୟ ଅନ୍ତରୀଣ ଜାମିନ ଦେଇଛନ୍ତି। କୋର୍ଟ ଗୁରୁବାର ନିୟମିତ ଜାମିନ ଆବେଦନର ଶୁଣାଣି କରିବେ।

Brij Bhushan Sharan Singh

Brij Bhushan Sharan Singh

Advertisment

ଦେଶର ଷ୍ଟାର ରେସଲମାନେ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାରେ ବିଜେପି ସାଂସଦ ତଥା ବିଦାୟ ନେବାକୁ ଥିବା କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଦୁଇ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୫ ହଜାର ଟଙ୍କା ଲେଖାଏ ଦୁଇଟି ବଣ୍ଡ ବଳରେ ବ୍ରିଜ ଭୂଷଣଙ୍କୁ କୋର୍ଟ ଜାମିନ ଦେଇଛନ୍ତି।

Advertisment

କୋର୍ଟରେ ଆଜି ସେ ହାଜର ହୋଇ ପୂରା ମାମଲାରେ ମିଡିଆ ଟ୍ରାଏଲ ଚାଲିଥିବା ଅଭିଯୋଗ କରିଛନ୍ତି। ଏଥିସହ ଚାର୍ଜଶିଟରେ ଥିବା ବିଷୟବସ୍ତୁକୁ ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଉଥିବା ମଧ୍ୟ ସେ କହିଛନ୍ତି।

କୋର୍ଟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବ୍ୟତୀତ କୁସ୍ତି ମହାସଂଘର ସହାୟକ ସଚିବ ପଦରୁ ନିଲମ୍ବିତ ହୋଇଥିବା ବିନୋଦ ତୋମାରଙ୍କୁ ମଧ୍ୟ ଅନ୍ତରୀଣ ଜାମିନ ଦେଇଛନ୍ତି। କୋର୍ଟ ଗୁରୁବାର ନିୟମିତ ଜାମିନ ଆବେଦନର ଶୁଣାଣି କରିବେ।

Advertisment

ଶୁଣାଣି ବେଳେ କୋର୍ଟ ମିଡିଆ ହାଉସ ଗୁଡ଼ିକୁ ବେଶ ଯତ୍ନବାନ ହୋଇ ଖବର ପ୍ରସାରଣ କରିବା ସହ ବିଚାରପତିଙ୍କ ମନ୍ତବ୍ୟକୁ କଦର୍ଥ କରି ଉପସ୍ଥାପନ ନ କରିବାକୁ ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି, “ଖରାପ ମିଡିଆ ରିପୋର୍ଟିଂର ପରିଣାମ ଭୋଗିବାକୁ ପଡ଼ିପାରେ। ଏହା ଦ୍ୱାରା ଅଦାଲତ ଅବମାନନା ମାମଲା ମଧ୍ୟ ଚାଲି ପାରିବ।”

ବ୍ରିଜ ଭୂଷଣ ଶରଣ ସିଂହ ଆଜି ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହେବାକୁ ଥିବାରୁ ତାଙ୍କ ବାସଭବନ ଠାରୁ ହିଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ କୋର୍ଟରେ ହାଜର ହୋଇଥିଲେ।

ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦେଶର ୬ ଜଣ ମହିଳା ରେସଲର ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ମାମଲା କରିବାକୁ ଦେଶର ଷ୍ଟାର ରେସଲରମାନେ ଆନ୍ଦୋଳନ ମଧ୍ୟ କରିଥିଲେ। ବିବାଦ ବଢ଼ିବାରୁ ଜୁନ ୨ରେ ଦିଲ୍ଲୀ ପୁଲିସ୍‌ ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଜୁନ ୧୫ରେ ପୁଲିସ୍‌ ଚାର୍ଜଶିଟ ମଧ୍ୟ ଦାଖଲ କରିଛି।

Protest Indian Wrestler Brij Bhushan Sharan Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe