Advertisment

ସନ୍ଦୀପ ଘୋଷଙ୍କ ବିରୋଧରେ ଥିବା ଚାର୍ଜ ଅତ୍ୟନ୍ତ ସାଂଘାତିକ, ମିଳିପାରେ ମୃତ୍ୟୁଦଣ୍ଡ: କୋର୍ଟ

ଆରଜି କର ମେଡିକାଲ କଲେଜରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି କରିବା ବେଳେ ଏପରି କିଛି କହିଛନ୍ତି ସିବିଆଇର ଗୋଟିଏ କୋର୍ଟ।

sandip

sandip

Advertisment

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଓ ତାଲା ପୁଲିସ୍‌ ଷ୍ଟେସନର ପୂର୍ବତନ ଓଆଇସି ଅଭିଜିତ ମଣ୍ଡଳଙ୍କ ବିରୋଧରେ ଥିବା ଚାର୍ଜ ଅତ୍ୟନ୍ତ ସାଂଘାତିକ। ଯଦି ଏହା ପ୍ରାମଣିତ ହୋଇଯାଏ, ତା’ହେଲେ ସେମାନଙ୍କୁ କ୍ୟାପିଟାଲ ପନିଶମେଣ୍ଟ ବା ମୃତ୍ୟୁଦଣ୍ଡ ମିଳିପାରେ। ଆରଜି କର ମେଡିକାଲ କଲେଜରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି କରିବା ବେଳେ ଏପରି କିଛି କହିଛନ୍ତି ସିବିଆଇର ଗୋଟିଏ କୋର୍ଟ।

Advertisment

ମାଜିଷ୍ଟ୍ରେଟ ଶିବାଷିସ ଦେ’ ଲେଖିଥିବା ନିର୍ଦ୍ଦେଶର କପି ଏବେ ସାମ୍ନାକୁ ଆସିଛି। ଏଥିରେ ସେ କହିଛନ୍ତି, ସିବିଆଇର ତଦନ୍ତ ଦ୍ରୁତ ଗତିରେ ଆଗେଇ ଚାଲିଛି। ତେଣୁ ଆସନ୍ତା ସୋମବାର ଯାଏ ଘୋଷ ଓ ମଣ୍ଡଳ ସିବିଆଇ ହେପାଜତରେ ରହିବେ।

ଅଭିଯୋଗ ଗୁଡ଼ିକର ପ୍ରକୃତି ଓ ଗଭୀରତା ଅତ୍ୟନ୍ତ ସାଂଘାତିକ। ଯଦି ସବୁ ଅଭିଯୋଗ ପ୍ରମାଣିତ ହୋଇଯାଏ, ତା’ହେଲେ ମୃତ୍ୟୁଦଣ୍ଡ ଦିଆଯାଇ ପାରେ। ଏପରି ମୃତ୍ୟୁଦଣ୍ଡ କେବଳ ବିରଳରୁ ଅତି ବିରଳ କ୍ଷେତ୍ରରେ ମିଳିଥାଏ। ଯଦି ଜାମିନ ଦିଆଯାଏ, ତା’ହେଲେ ସମାନତାର ମୂଳ ନୀତି ଉଲ୍ଲଙ୍ଘନ ହେବ। ଜଣେ ବ୍ୟକ୍ତି ଅପରାଧ ଘଟିଥିବା ସ୍ଥାନରେ ଉପସ୍ଥିତ ନ ରହି ବି ଅପରାଧ ଘଟାଇ ପାରିବ ବୋଲି ମାଜିଷ୍ଟ୍ରେଟ କହିଛନ୍ତି।

Advertisment

ଘୋଷଙ୍କ ଓକିଲ ଜୋହୈବ ରୌଫ ଦାବି କରିଛନ୍ତି ଯେ ତାଙ୍କ କ୍ଲାଇଣ୍ଟଙ୍କୁ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫସାଇ ଦିଆଯାଇଛି। ସେହିପରି ମଣ୍ଡଳଙ୍କ ଓକିଲ ଆର୍ଯ୍ୟନ ଭଟ୍ଟାଚାର୍ଯ୍ୟୟ କହିଛନ୍ତି ଯେ ସିବିଆଇ ଏକାଧିକ ପ୍ରଚଳିତ ଆଇନର ଉଲ୍ଲଙ୍ଘନ କରି ତାଙ୍କ କ୍ଲାଇଣ୍ଟଙ୍କୁ ଗିରଫ କରିଛି। ମଣ୍ଡଳଙ୍କ ବିରୋଧରେ ଥିବା ଅଭିଯୋଗ ଗୁଡ଼ିକରେ ଜାମିନ ମିଳିପାରିବ।

ସାରା ଦେଶକୁ ଦୋହଲାଇ ଦେଇଥିବେ ଆରଜି କର କାଣ୍ଡ ଘଟଣାରେ ପ୍ରମାଣ ନଷ୍ଟ କରିବା ଓ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସିବିଆଇ ଘୋଷ ଓ ମଣ୍ଡଳଙ୍କୁ ଗିରଫ କରିଛି। ମଣ୍ଡଳ ଥାନା ଅଧିକାରୀ ଭାବେ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ।

ସେହିପରି ଘୋଷ ନିଜ କର୍ତ୍ତବ୍ୟ ଠିକ ଭାବେ ସମ୍ପାଦନ ନ କରି ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ସିବିଆଇ କହିଛି। ସେହିପରି ଶବ ବ୍ୟବଚ୍ଛେଦରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ତେଣୁ ମହିଳା ଡାକ୍ତରଙ୍କ ଶବକୁ ବ୍ୟବଚ୍ଛେଦ କରିଥିବା ପ୍ୟାନେଲର ମୁଖ୍ୟଙ୍କୁ ସିବିଆଇ ପଚରାଉଚରା କରୁଛି।

RG Kar Medical College Ex-principal Sandip Ghosh Sandip Ghosh RG Kar Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe