/odisha-reporter/media/post_attachments/uploadimage/library/16_9/16_9_0/IMAGE_1726140892.jpg)
Sitaram Yechury
ଭେଟରାନ ବାମପନ୍ଥୀ ନେତା ତଥା ସିପିଆଇଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଆଜି ଦେହାନ୍ତି। ଶ୍ୱାସନଳୀରେ ସଂକ୍ରମର ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ୭୨ ବର୍ଷୀୟ ୟେଚୁରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ତେବେ ମୃତ୍ୟୁ ପରେ ତାଙ୍କୁ ପାର୍ଥିବ ଶରୀରରୁ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି। ସେଠାରେ ମେଡିକାଲ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ୟେଚୁରୀଙ୍କ ମୃତଦେହ ବ୍ୟବହାର ହେବ।
ଅଗଷ୍ଟ ୧୯ରୁ ୟେଚୁରୀ ଦିଲ୍ଲୀ ଏମ୍ସରେ ଭିର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ ଆଇସିୟକୁ ସ୍ଥାନାନ୍ତର କରାଯାଇଥିଲା। ସେ ନମୋନିଆ ଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଏଥିଯୋଗୁ ତାଙ୍କ ଶ୍ୱାସନଳୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ କ’ଣ ପାଇଁ ତାଙ୍କର ଦେହାନ୍ତ ହେଲା, ସେକଥା ଏମ୍ସ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇନାହାନ୍ତି।
ଏମ୍ସ ପକ୍ଷରୁ କୁହାଯାଇଛି ଯେ ନିମୋନିଆ ଯୋଗୁ ସୀତାରାମ ୟେଚୁରୀ ହସ୍ପିଟାଲରେ ଆଡମିଟ ହୋଇଥିଲେ। ଆଜି ଅପରାହ୍ନ ୩.୦୫ରେ ତାଙ୍କର ଦେହାନ୍ତ ହୋଇଛି। ଦେହାନ୍ତ ପରେ ତାଙ୍କ ମୃତଦେହକୁ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଦାନ କରିଦେଇଛନ୍ତି। ଏହାକୁ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ବ୍ୟବହାର ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
