Advertisment

କେରଳ ନର୍ସଙ୍କ ମୃତ୍ୟୁ ଦଣ୍ଡକୁ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ, ପ୍ରତିକ୍ରିୟା ରଖିଲା ଭାରତ

ୟେମେନରେ ଜଣେ ନାଗରିକଙ୍କୁ ହତ୍ୟା କରି ୨୦୧୭ରୁ ସେଠାରେ ଜେଲରେ ଅଛନ୍ତି କେରଳର ନର୍ସ ନିମିଷା ପ୍ରିୟା। ମାସକ ଭିତରେ ମିଳିପାରେ ମୃତ୍ୟୁ ଦଣ୍ଡ।

author-image
Debadatta Aryashrestha
Nimisha Priya

Nimisha Priya

ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେଠାରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ନିମିଷାଙ୍କ ପରିବାର ନିଜ ଝିଅକୁ ବଞ୍ଚାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ହେଲେ ସୋମବାର ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିବା ପରେ ପରିବାରର ସବୁ ଆଶା ମଉଳି ଯାଇଛି। ଏପଟେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିମିଷାଙ୍କୁ ବଞ୍ଚାଇବାକୁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବା କୁହାଯାଇଛି।

Advertisment

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କ ଦ୍ୱାରା ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ୟେମେନରେ ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡାଦେଶ ବିଷୟରେ ଆମେ ଅବଗତ ଅଛୁ। ଆମେ ଜାଣିଛୁ ଯେ ନିମିଷାଙ୍କ ପରିବାର ଝିଅକୁ ବଞ୍ଚାଇବା ପାଇଁ ବିକଳ୍ପ ଖୋଜୁଛନ୍ତି। ସରକାର ଏହି ପ୍ରସଙ୍ଗରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି।

Advertisment

ତେବେ ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ଦଣ୍ଡକୁ ଅନୁମୋଦନ କରିସାରିଥିବାରୁ ମାସକ ଭିତରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିପାରେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ କେବଳ ମୃତକଙ୍କ ପରିବାର ଲୋକ କ୍ଷମା ଦେଲେ ହିଁ ନିମିଷାଙ୍କ ଜୀବନ ବଞ୍ଚିପାରିବ। ଏଥିପାଇଁ ତାଙ୍କ ମାଆ ଗତ କିଛି ବର୍ଷ ହେଲା ସେଠାରେ ରହି ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇ ମାମଲା ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି।

କ'ଣ ଥିଲା ପୂରା ଘଟଣା?
୨୦୧୦-୧୧ ମସିହାରେ ନିମିଷା ଚାକିରି ଉଦ୍ଦେଶ୍ୟରେ ୟେମେନ ଯାଇଥିଲେ। ସେଠାରେ ସେ ନର୍ସ ଚାକିରି କରି ରହିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ବି ରହୁଥିଲେ। ମାତ୍ର ୨୦୧୪ ସେମାନେ ଭାରତ ଫେରି ଆସିଥିବା ବେଳେ ନିମିଷା ସେଠାରେ ରହି ଯାଇଥିଲେ। ଏହାପରେ ତଲାଲ ଓବଦା ମେହେଦି ନାମକ ୟେମେନ ନାଗରିକଙ୍କ ସହ ମିଶି ନିମିଷା ସେଠାରେ ଏକ ହସ୍ପିଟାଲ ଖୋଲିଥିଲେ। କିଛିଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲେ ହେଁ ପରେ ସେଥିରେ ଫାଟ ଦେଖାଦେଲା। ତଲାଲ ଓବଦା ନିମିଷାଙ୍କ ପାସପୋର୍ଟ ରଖି ଦେଇଥିବା ବେଳେ ନିମିଷା ଏନେଇ ସେଠାକାର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଉଭୟ ପତିପତ୍ନୀଙ୍କ ଭିତରେ ଏହା ବ୍ୟକ୍ତିଗତ ମାମଲା ବୋଲି ତଲାଲ କହିବାରୁ ସେଠାକାର ପୁଲିସ୍‌ ଉକ୍ତ ମାମଲାରେ ହସ୍ତକ୍ଷେପ କରିନଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନିମିଷା ନିଶା ଇଞ୍ଜେସନ ଦେଇ ତଲାଲଙ୍କୁ ହତ୍ୟା କରିଥିଲେ।

ଏହାପରେ ସେ ପାସପୋର୍ଟ ହାସଲ କରି ଭାରତ ଫେରିବାକୁ ଚାହୁଁଥିଲେ। ମାତ୍ର ଏହା ସମ୍ଭବ ହୋଇ ପାରିନଥିଲା। ୟେମେନ ପୁଲିସ୍‌ ମାତ୍ର ୪ ଦିନରେ ଏହି ଘଟଣାର ପର୍ଦ୍ଦାଫାସ କରି ନିମିଷାଙ୍କୁ ବାନ୍ଧିଥିଲା। ପରେ ଏହି ମାମଲାର ବିଚାର କରି ନିମିଷାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ବିଚାରପତି। ଏହାକୁ ବିରୋଧ କରି ନିମିଷା ସେଠାକାର ସୁପ୍ରିମକୋର୍ଟରେ ଆବେଦନ ମଧ୍ୟ କରିଥିଲେ। ହେଲେ ତାହା ଖାରଜ ହୋଇଯାଇଥିଲା। ସୋମବାର ଏହି ମୃତ୍ୟୁଦଣ୍ଡକୁ ସେଠାକାର ରାଷ୍ଟ୍ରପତି ଅନୁମୋଦନ କରିବା ପରେ ଆସନ୍ତା ମାସେ ଭିତରେ ଏହାକୁ କାର୍ଯ୍ୟକାରୀ କରାଯାଇପାରେ ବୋଲି କୁହାଯାଉଛି।

Yemen Nimisha Priya Nimisha Priya Death Sentence Kerala Nurse In Yemen Jail