ଘଟଣାସ୍ଥଳର ଦୃଶ୍ୟ
ପୂରା ଗେମରେ ୫୦ଟି ଟାସ୍କ ରହିଥିଲା। ମଙ୍ଗଳବାର ଥିଲା ଶେଷ ଟାସ୍କ। ଆମେ ଏ ସମ୍ପର୍କରେ କିଛି ବି ଜାଣି ନଥିଲୁ ବୋଲି କାନ୍ଦିକାନ୍ଦି କହିଛନ୍ତି ୯ମ ମହଲାରୁ ଡେଇଁ ଜୀବନ(Suicide) ହାରିଥିବା ୩ ଉଭଣୀଙ୍କ ଅସହାୟ ବାପା।
ବୁଧବାର ଭୋର ୨.୧୫ରେ ଗାଜିଆବାଦର ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ଚେତନ କୁମାରଙ୍କ ୩ ଝିଅ ବିଲଡିଂର ୯ମ ମହଲାରୁ ଡେଇଁ ଜୀବନ ହାରିଛନ୍ତି। କୋରିଆନ ଟାସ୍କ ଭିତ୍ତିକ ଗେମ ଯୋଗୁ ସେମାନେ ଏତେ ବଡ଼ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
୩ ଭଉଣୀ କୋରନା ପରଠାରୁ ଅନଲାଇନ ଗେମ ନିଶାରେ ପଡ଼ି ସବୁ କିଛି ଭୁଲି ଯାଉଥିଲେ। ସେମାନଙ୍କ ନିଶା ବଢ଼ିବାରୁ ଚେତନ କୁମାର ସେମାନଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇ ଦେଇଥିଲେ। ବାସ ଏଥିରେ ନିରାଶ ହୋଇ ୩ ଭଉଣୀ ବିଳମ୍ବିତ ରାତିରେ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। କେମିତି ଗୋଟିଏ ଭର୍ଚୁଲା ଚ୍ୟାଲେଞ୍ଜ ଯୋଗୁ ସମ୍ଭବତଃ ୩ ଭଉଣୀ ଏତେ ବଡ଼ ପଦକ୍ଷେପ ନେଲେ, ତା’ର ତଦନ୍ତ ପୁଲିସ୍ ଆରମ୍ଭ କରିଛି।
୩ ଭଉଣୀଙ୍କ ବାପା ଚେତନ କୁମାରଙ୍କ କହିବା କଥା ଯେ ତାଙ୍କର ୩ ଝିଅ ବିପଦଜନକ ଅନଲାଇନ ଗେମ ଜାଲରେ ଫସି ସାରିଥିବା ସେ କେବେ ହେଲେ ଆକଳନ କରି ନଥିଲେ। ସେ କହିଛନ୍ତି, “ସେମାନେ ଗୋଟିଏ କୋରିଆନ ଗେମ ଖେଳୁଥିଲେ। ଆମର ସେ ବିଷୟରେ କିଛି ବି ଧାରଣା ନାହିଁ। ମଙ୍ଗଳବାର ଏହି ଗେମର ଶେଷ ଟାସ୍କ ଥିଲା। ସେମାନେ ଆମକୁ କେବେ ହେଲେ କିଛି କହୁ ନଥିଲେ। ସେମାନଙ୍କ ଜୀବନରେ କ’ଣ ସବୁ ଚାଲିଛି, ସେକଥା ଆମେ ବୁଝି ପାରୁ ନଥିଲୁ।”
ଛୋଟ ଶିଡ଼ିର ବ୍ୟବହାର
ପୁଲିସ୍ କହିଛି ଯେ ବିଳମ୍ବିତ ରାତିରେ ୩ ଉଭଣୀ ଗୋଟିଏ ଦୁଇ ପାଦିଆ ଶିଡ଼ିକୁ ବ୍ୟବହାର କରି ଧାର୍ଯ୍ୟ ସ୍ଥାନରେ ପହଞ୍ଚିଥିଲେ। ଏହାପରେ ସେଠାରୁ ତଳକୁ ଡେଇଁ ପଡ଼ିଥିଲେ। ସମ୍ଭବତଃ ଚୂଡ଼ାନ୍ତ ଟାସ୍କ ଅଧୀନରେ ସେମାନଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ରହିଥିଲା। ଏପରି ପଦକ୍ଷେପ ନେବାକୁ କୌଣସି ନିର୍ଦ୍ଦିଷ୍ଟ ଶୈଳୀକୁ ଆପଣା ଯାଇଥିଲା କି ନାହିଁ, ତା’ର ତଦନ୍ତ ପୁଲିସ୍ କରୁଛି। ପୁଲିସର କହିବା କଥା ଯେ ଏହା କୌଣସି ଦୁର୍ଘଟଣା ନୁହେଁ। ସେମାନେ ପ୍ରତିଟି ଦିଗରୁ ତଦନ୍ତ କରୁଛନ୍ତି।
ଗ୍ରୁପ ଲିଡର ଭାବେ କାମ କରୁଥିଲା ମଝିଆଁ ଝିଅ
୩ ଭଉଣୀଙ୍କ ମଧ୍ୟରେ ଥିବା ପ୍ରାଚୀ ସବୁ କିଛିର ନେତୃତ୍ୱ ନେଉଥିଲେ। ସେ ବଡ଼ ଭଉଣୀ ବିଶିକା ଓ ସାନ ଭଉଣୀ ପାଖୀକୁ ଅନଲାଇନ ଗେମରେ ମିଳିଥିବା ଟାସ୍କକୁ ପୂରଣ କରିବାକୁ ପ୍ରବର୍ତ୍ତାଉଥିଲା। ସେ ଗେମ ଓ ୨ ଭଉଣୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିଲେ।
ସେ ଗ୍ରୁପ ଲିଡର ଭାବେ କାମ କରିବା ସହ କମାଣ୍ଡକୁ ଅପେକ୍ଷା କରୁଥିଲେ ଓ କେମିତି ମିଳୁଥିବା ଟାସ୍କକୁ ପୂରଣ କରାଯିବ, ତା’ର ନିଷ୍ପତ୍ତି ନେଉଥିଲେ। ୩ ଭଉଣୀ ଗେମର ଅଂଶବିଶେଷ ଭାବେ ସବୁ କାମ ଏକାଠି କରୁଥିଲେ। ଚୂଡ଼ାନ୍ତ ଟାସ୍କ ମଧ୍ୟ ସେମାନେ ଏକାଠି କରିଛନ୍ତି।
ଫୋନ ଜବତ
ଘଟଣା ପରେ ପୁଲିସ୍ ୩ ଭଉଣୀ ବ୍ୟବହାର କରୁଥିବା ଫୋଡ଼ଗୁଡ଼ିକୁ ଜବତ କରିଛି ଓ ଫରେନ୍ସି ଯାଞ୍ଚ ପାଇଁ ପଠାଇଛି। ବିଭିନ୍ନ ଚାଟ, ବ୍ୟବହାର ହେଉଥିବା ଆପ ଓ ଅନଲାଇନ ବିଷୟବସ୍ତୁର ଛାନଭିନ କରି କିଏ ଏହି ୩ ଭଉଣୀଙ୍କୁ କୋରିଆନ ଗେମ ସହ ପରିଚୟ କରାଇଥିଲା, ତା’କୁ ଜାଣିବାକୁ ଚାହୁଁଛି। କେହି କ’ଣ ରିମୋଟ ଜରିଆରେ ସେମାନେ ସବୁ କିଛି କରିବାକୁ କହିଥିଲା କି, ତା’କୁ ମଧ୍ୟ ପୁଲିସ୍ ଜାଣିବାକୁ ଚେଷ୍ଟା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/04/gaziabad-2026-02-04-14-43-30.jpg)