Advertisment

ସୁପ୍ରିମକୋର୍ଟ ଚେତାବନୀ ପରେ ରାମଦେବ କହିଲେ- ଭୁଲ ଥିଲେ ଫାଶୀ ଦେଇ ଦିଏ

ଯୋଗ, ଆୟୁର୍ବେଦ ଓ ନେଚରପାଥୀରେ ଏମିତି କିଛି ସମାଗ୍ରୀ ରହିଛି ଓ ତଥ୍ୟଭିତ୍ତିକ ଚିକିତ୍ସା ଦ୍ୱାରା ଆମେ ଟାଇପ ୧ ଡାଇବେଟିସ, ଥାଇରୟଡ ସମସ୍ୟା, ଉଚ୍ଚ ରକ୍ତଚାପ, ଶର୍କର ସ୍ତରକୁ ସ୍ୱାଭାବିକ କରିବା, ମୋଟାପଣ ଓ ଅନ୍ୟ ରୋଗକୁ ଭଲ କରୁଛୁ। ଏହା ମିଛ ନୁହେଁ। ଏହା ପୂରା ସତ।

ଅଦ୍ୟତନ ହୋଇଛି
Ramdev

Ramdev

Advertisment

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ସାମ୍ନାକୁ ଆସିଲେ ଯୋଗ ଗୁରୁ ତଥା ପତଞ୍ଜଳୀ ଆୟୁର୍ବେଦର ସହ ପ୍ରତିଷ୍ଠାତା ବାବା ରାମଦେବ। ପତଞ୍ଜଳୀ ବିରୋଧରେ ଆଧୁନିକ ଯୁଗର କିଛି ଡାକ୍ତର ଗ୍ୟାଙ୍ଗ ଅପ୍ରଚାର ଚଳାଇଛନ୍ତି। ଯଦି କମ୍ପାନୀ କରୁଥିବା ଦାବି ଭୁଲ, ତା’ହେଲେ ଆମକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ ବୋଲି ମଧ୍ୟ ରାମଦେବ କହିଛନ୍ତି।

Advertisment

ପତଞ୍ଜଳୀ ନିଜର ପ୍ରଡକ୍ଟ ବିକ୍ରି ପାଇଁ ମିଛ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବାରୁ ସୁପ୍ରିମକୋର୍ଟ ମଙ୍ଗଳବାର କମ୍ପାନୀକୁ ଚେତାବନୀ ଦେଇଥିଲେ। ଏଥିସହ ଏପରି କାମ ଆଗକୁ ଜାରି ରଖିଲେ ପତଞ୍ଜଳୀ ଉପରେ ୧ କୋଟି ଟଙ୍କାର ଫାଇନ ଲଗାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।

ଏପରି ଚେତାବନୀର ଦିନକ ପରେ ଆଜି ରାମଦେବ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, “ଗୋଟିଏ ଗ୍ରୁପ ଡାକ୍ତର ଯୋଗ, ଆୟୁର୍ବେଦ, ନେଚରପାଥୀ ଓ ଆମର ସନାତନ ମୂଲ୍ୟବୋଧ ବିରୋଧରେ ଅପ୍ରଚାର ଚଳାଇଛନ୍ତି। ଏହି ଅପ୍ରଚାରର ଅଂଶବିଶେଷ ଭାବେ ସେମାନେ ଦାବି କରୁଛନ୍ତି ଯେ ଏହି ସିନ୍ଥେଟିକ ବିଶ୍ୱରେ ଉଚ୍ଚ ରକ୍ତଚାପ, ମଧୁମେହ, ଆସ୍ଥମା, ଲିଭର ସଂକ୍ରମଣ ଓ କିଡ୍‌ନୀ ରୋଗର ସମାଧାନ ନାହିଁ। ହେଲେ ଏହାର ସମାଧାନ ରହିଛି।

Advertisment

ଯୋଗ, ଆୟୁର୍ବେଦ ଓ ନେଚରପାଥୀରେ ଏମିତି କିଛି ସମାଗ୍ରୀ ରହିଛି ଓ ତଥ୍ୟଭିତ୍ତିକ ଚିକିତ୍ସା ଦ୍ୱାରା ଆମେ ଟାଇପ ୧ ଡାଇବେଟିସ, ଥାଇରୟଡ ସମସ୍ୟା, ଉଚ୍ଚ ରକ୍ତଚାପ, ଶର୍କରା ସ୍ତରକୁ ସ୍ୱାଭାବିକ କରିବା, ମୋଟାପଣ ଓ ଅନ୍ୟ ରୋଗକୁ ଭଲ କରୁଛୁ। ଏହା ମିଛ ନୁହେଁ। ଏହା ପୂରା ସତ।”

ଯୋଗ ଗୁରୁରୁ ଉଦ୍ୟୋଗପତି ହୋଇଥିବା ରାମଦେବ କହିଛନ୍ତି ଯେ “କମ୍ପାନୀ ସୁପ୍ରିମକୋର୍ଟ, ଦେଶର ଆଇନ ଓ ସମ୍ବିଧାନକୁ ସମ୍ମାନ କରେ। ଆମେ ମିଥ୍ୟା ପ୍ରଚାରରେ ସାମିଲ ନାହୁଁ। ଯଦି ଆମେ ମିଥ୍ୟାର ପ୍ରଚାର କରୁଛୁ, ତା’ହେଲେ ଆମ ଉପରେ କୋଟି କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଉ। ଆମକୁ ମୃତ୍ୟୁଦଣ୍ଡ ଦିଆଯାଉ। ଆମେ ଏହାକୁ ଗ୍ରହଣ କରିବୁ।”

ସେ ଆହୁରି କହିଛନ୍ତି, “ବିଗତ ୫ ବର୍ଷ ହେଲା କିଛି ଲୋକ ଯୋଗ, ନେଚରପାଥୀ, ଆୟୁର୍ବେଦ ଓ ଆମର ପାରମ୍ପରିକ ଚିକିତ୍ସା ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି। ଆଧୁନିକ ମେଡିକାଲ ବିଜ୍ଞାନରେ ଏମିତି କିଛି ବ୍ୟକ୍ତିବିଶେଷ ରହିଛନ୍ତି ଯେଉଁମାନେ ତାମସିକ ଓ ରାଜସିକ ଗୁଣର। ମୁଁ ସେମାନଙ୍କୁ ମେଡିକାଲ ମାଫିଆ କୁହେ। ବର୍ତ୍ତମାନ ସେମାନେ ପୂରା ବିରକ୍ତ ହୋଇଗଲେଣି। ପତଞ୍ଜଳୀ କରୁଥିବା ଦାବି ପୂରା ସତ। ୫୦୦ରୁ ଅଧିକ ଗବେଷଣା ଓ ବିଭିନ୍ନ ପରୀକ୍ଷା ପରେ ପତଞ୍ଜଳୀ ସବୁ କିଛି କରୁଛି। ଏସବୁ ସର୍ବସାଧାରଣଙ୍କ ସାମ୍ନାରେ ରହିଛି।”

Supreme Court Baba Ramdev International Yoga Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe