Advertisment

ଅନ୍ତର୍ଜାତୀୟ ଯୋଗ ଦିବସରେ ମୋଦି ଜଣାଇଲେ ଶୁଭେଚ୍ଛା, କହିଲେ- ଯୋଗ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ

ଗତକାଲିଠୁ ୩ ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ମାନବ ଜାତିକୁ ଶୁଭେଚ୍ଛା ଜଣାଇଛନ୍ତି।

author-image
Niharika Rout
Modi

Modi

ଗତକାଲିଠୁ ୩ ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ମାନବ ଜାତିକୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଭିଡିଓ ସମ୍ମେଳନ ମାଧ୍ୟମରେ ସମ୍ବୋଧନ କରି ଲୋକଙ୍କୁ ଯୋଗର ଉପେଦେୟତା ବୁଝାଇଛନ୍ତି।

Advertisment

ଏହି ଅବସରରେ ମୋଦି କହିଛନ୍ତି, ବର୍ତ୍ତମାନ ଯୁଗରେ ଯୋଗ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ ହେଲାଣି। ଏହା ପୂରା ସଂସାରକୁ ଯୋଡ଼ିବାକୁ କ୍ଷମତା ରଖୁଛି।

ଏଥିସହ ସେ କହିଛନ୍ତି ଭାରତୀୟ ସମୟ ଅନୁଯାୟୀ, ଆଜି ସନ୍ଧ୍ୟା ୫ଟା୩୦ରେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ମୁଁ ବି ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବି। ଭାରତର ଆବାହନରେ ବିଶ୍ୱର ୧୮୦ରୁ ଊର୍ଦ୍ଧ୍ୱ ଦେଶ ଯୋଗ ପାଇଁ ଏକତ୍ରିତ ହେବା କୌଣସି ଚମତ୍କାରଠୁ କମ୍‌ ନୁହେଁ।

Advertisment

ପିଏମ୍‌ ମୋଦି କହିଛନ୍ତି, ୨୦୧୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରୁ ଯେତେବେଳେ ଯୋଗ ଦିବସର ପ୍ରସ୍ତାବ ଆସିଥିଲା, ସେତେବେଳେ ରେକର୍ଡ ସଂଖ୍ୟକ ଦେଶ ଏହାର ସମର୍ଥନ କରିଥିଲେ। ସେବେଠୁ ଆଜି ପର୍ଯ୍ୟନ୍ତ ଅନ୍ତଃରାଷ୍ଟୀୟ ଯୋଗ ଦିବସ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ ହେଲାଣି।

ଚଳିତ ବର୍ଷ ଯୋଗ ଦିବସର ଥିମ୍‌ ‘ଓଶନ୍‌ ରିଙ୍ଗ ଅଫ୍‌ ଯୋଗ’ ରଖାଯାଇଛି। ଏହାର ଅର୍ଥ ଯୋଗର ବିଚାର ଓ ସମୁଦ୍ରର ବିସ୍ତାରର ପାରମ୍ପରିକ ସମ୍ବନ୍ଧ ଉପରେ ଆଧାରିତ ।

ଯୋଗ ପୂରା ସଂସାରକୁ ଏକ ପରିବାର ରୂପେ ଗଢ଼ି ତୋଳୁଛି । ଯୋଗର ବିସ୍ତାର ଅର୍ଥ ‘ବସୁଧୈବ କୁଟୁମ୍ବକମ୍’ ଭାବନର ପ୍ରସାର କରିବା। ତେଣୁ ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀର ଥିମ୍‌ ୱାନ୍‌ ଆର୍ଥ, ୱାନ୍‌ ଫ୍ୟାମିଲି , ୱାନ୍‌ ଫ୍ୟୁଚର ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ଯୋଗ ଦିବସରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ହିମାଚଳ ପ୍ରଦେଶରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜବଲପୁରରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନୋଏଡ଼ାର ଇନଡୋର ଷ୍ଟାଡିୟମରେ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରଗ୍ରାମରେ , ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ହରିଦ୍ୱାରରେ ଯୋଗ କରିଛନ୍ତି।

..........

PM Modi International Yoga Day