Advertisment

‘ଯୁବକଙ୍କ ପାଇଁ ନୂଆ ସୁଯୋଗ ଆଣିଛି ଯୋଗ ଅର୍ଥନୀତି ’

ଯୋଗ କଲା ସାରା ବିଶ୍ୱ । ଦେଶବ୍ୟାପୀ ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥରର ଥିମ୍ ରହିଛି 'ସ୍ୱୟଂ ଓ ସମାଜ ପାଇଁ ଯୋଗ'।

PM Modi

PM Modi

Advertisment

ଯୋଗ କଲା ସାରା ବିଶ୍ୱ । ଦେଶବ୍ୟାପୀ ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥରର ଥିମ୍ ରହିଛି 'ସ୍ୱୟଂ ଓ ସମାଜ ପାଇଁ ଯୋଗ'। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ଡାଲ୍ ହ୍ରଦ ନିକଟରେ ପ୍ରଥମେ ଏହି କାର୍ଯ୍ୟକ୍ରମ କରାଯିବା ନିମନ୍ତେ ସ୍ଥିର ହୋଇଥିଲା। ମାତ୍ର ସେଠାରେ ଅତ୍ୟଧିକ ବର୍ଷା ହେତୁ ଏଥିରେ ପରିବର୍ତ୍ତନ କରାଯାଇ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ହୋଇଛି ଯୋଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରି ଯୋଗ କରିଛନ୍ତି ।

ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ । ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି ।

Advertisment

ଚଳିତ ବର୍ଷ ଯୋଗ ଦିବସ୍‌ର ଥିମ୍‌ ରହିଛି ‘ଯୋଗ ସ୍ୱୟଂ ଓ ସମାଜ ପାଇଁ’ । ଏହି ଅବସରରେ ମୋଦି କହିଛନ୍ତି, ସୂଚନା ଓ ସଞ୍ଚାର ଯୁଗରେ ଧ୍ୟାନ କେନ୍ଦ୍ରିତ କରିବା ବହୁତ କଠିନ ହୋଇ ପଡ଼ିଛି। ମାତ୍ର ସାରା ବିଶ୍ୱର ଚିନ୍ତାଧାରାକୁ ବଦଳାଇ ଦେଇଛି ଯୋଗ । ବର୍ତ୍ତମାନ ଯୋଗ ଅର୍ଥନୀତି ସୃଷ୍ଟି ହୋଇଛି । ଯୋଗ ଋଷିକେଶ ଠାରୁ କାଶି ଓ କେରଳକୁ ଯୋଡ଼ିବାକୁ ନୂଆ ସଂଯୋଗ ସୃଷ୍ଟି ହେଇଛି । ଯୋଗ ଶିକ୍ଷା ପାଇଁ ସାରା ବିଶ୍ୱରୁ ପର୍ଯ୍ୟଟକ ଭାରତ ଆସୁଛନ୍ତି । ଏମିତି କି ବ୍ୟକ୍ତିଗତ ଯୋଗ ଶିକ୍ଷକ ବି ନିଯୁକ୍ତି ହେଉଛନ୍ତି । ଏସବୁ ଦେଶର ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ମୋଦି ।

ଶ୍ରୀନଗରରେ ଡାଲ ହ୍ରଦ କୂଳରେ ଆୟୋଜିତ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ବର୍ଷା ସାଜିଲା ବାଧକ । ଶେଷ ମୁହୂର୍ତ୍ତରେ ନିକଟସ୍ଥ ଇନଡୋର ଷ୍ଟାଡିୟମରେ ଏହିକାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଜମ୍ମୁ କଶ୍ମୀର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ।

ଯୋଗ ଯାତ୍ରା ଅନବରତ ଜାରି ରହିବା ଉଚିତ । ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ଏଥିସହ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଯୋଗର ଉପଯୋଗିତାକୁ ଲୋକେ ଅନୁଭବ କରିବା ସହ ସେମାନଙ୍କ ମଧ୍ୟରେ ଏଥିପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି।

ବିଶ୍ୱର ବହୁ ଦେଶବାସୀ ଯୋଗ ପ୍ରତି ଆଗ୍ରହ ପ୍ରକାଶ କରିବା ସହ ଏହାକୁ ନିଜ ଦୈନଦିନ ଜୀବନରେ ସାମିଲ କରୁଛନ୍ତି। ଯୋଗ ଯୋଗୁ ସମାଜରେ ପରିବର୍ତ୍ତନ ହୋଇଥିବା ବେଳେ ଏହାର ପ୍ରଭାବକୁ ନେଇ ରିସର୍ଚ୍ଚ ବି ଚାଲିଛି। ସାଉଦୀ ଆରବରେ ଯୋଗକୁ ଏଜୁକେଶନ ସିଷ୍ଟମରେ ସାମିଲ କରାଯାଇଛି ବୋଲି କହିଛନ୍ତି ମୋଦି।

ଯୋଗ ଦିବସର ଆରମ୍ଭ ୨୦୧୫ ମସିହାରେ ହୋଇଥିଲ। । ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ସଂଯୁକ୍ତ ରାଷ୍ଟ୍ର ସମ୍ମୁଖରେ ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ରଖିଥିଲା। ଉକ୍ତ ପ୍ରସ୍ତାବକୁ ୧୭୭ ଦେଶର ସମର୍ଥନ ମିଳିଥିଲା। ଏହାପରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୟୁଏନ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଥିଲା। ଏହାପରଠୁ ଜୁନ୍‌ ୨୧କୁ ପ୍ରତି ବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ବିଶ୍ୱର ବିଭିନ୍ନ ଦେଶରେ ପାଳନ କରାଯାଉଛି।

ଜୁନ୍‌ ୨୧ ତାରିଖ ସବୁଠୁ ଲମ୍ବା ଦିନ ହୋଇଥାଏ। ଏହାପରେ ସୂର୍ଯ୍ୟ ଦକ୍ଷିଣାୟନରେ ପ୍ରବେଶ କରିଥାନ୍ତି। ତେଣୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ନିମନ୍ତେ ଏହି ଦିନକୁ ଚୟନ କରାଯାଇଛି।

PM Modi Jammu Kashmir Yoga Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe