Advertisment

ଗ୍ୟାଙ୍ଗଷ୍ଟର କବଳରୁ ମୁକ୍ତ କରିଥିବା ଜମିରେ ଫ୍ଲାଟ ତିଆରି କରି ୭୬ ଜଣଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅତିକ୍ ଅହମଦ ଦଖଲରେ ରଖିଥିବା ଜମିରେ ବୁଲଜର ଚଲାଇ ଏହାକୁ ଅକ୍ତିଆରକୁ ନେଇଥିବା ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରି ୭୬ ଜଣ ଗରିବ ଲୋକଙ୍କୁ ଆଜି ଏହାର ଚାବି ପ୍ରଦାନ କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Yogi Adityanath Hands Over 76 Flats key

Yogi Adityanath Hands Over 76 Flats key

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅତିକ୍ ଅହମଦ ଦଖଲରେ ରଖିଥିବା ଜମିରେ ବୁଲଜର ଚଲାଇ ଏହାକୁ ଅକ୍ତିଆରକୁ ନେଇଥିବା ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରି ୭୬ ଜଣ ଗରିବ ଲୋକଙ୍କୁ ଆଜି ଏହାର ଚାବି ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜଠାରେ ନିର୍ମିତ ଏହି ପ୍ରଧାନମନ୍ତ୍ରୀ ଆବାସ ଫ୍ଲାଟ୍‌କୁ ହିତାଧିକାରୀଙ୍କ ଭିତରେ ବାଣ୍ଟିଥିଲେ।

Advertisment

ଏହି ଅବସରରେ ଯୋଗୀ ଆଦିତ୍ୟନାଥ କହିଥିଲେ ୨୦୧୭ରେ ଏହି ରାଜ୍ୟରେ ମାଫିଆ ସରକାରୀ ଜମିକୁ ହଡ଼ପ କରି ନେଇଥିଲେ। ମାତ୍ର ଆଜି ମାଫିଆଙ୍କ ଠାରୁ ଜମିକୁ ଛଡ଼ାଇ ଆଣିବା ପରେ ଏଠାରେ ଗରିବ ଲୋକଙ୍କ ନିମନ୍ତେ ଘର କରୁଛୁ।

ଉପଭୋକ୍ତାଙ୍କୁ ୪୧ ବର୍ଗ ମିଟର ଭିତରେ ନିର୍ମିତ ଏହି ଫ୍ଲାଟକୁ ୩.୫ ଲକ୍ଷ ଟଙ୍କା ବିନିମୟରେ ଦିଆଯାଉଛି। ପ୍ରତି ଫ୍ଲାଟ୍‌ରେ ୨ଟି ବେଡରୁମ୍, ଗୋଟିଏ ଲେଖାଏଁ ରୋଷେଇ ରୁମ୍ ଓ ଶୌଚାଳୟ ରହିଛି। ଏଠାରେ ହୋଇଥିବା ଶସ୍ତା ଦାମ୍‌ର ଫ୍ଲାଟ୍‌ ପାଇବା ପାଇଁ ପ୍ରାୟ ୬ ହଜାର ୩୦ ଜଣ ଲୋକ ଆବେଦନ କରିଥିଲେ। ଆବେଦନଗୁଡ଼ିକର ଯାଞ୍ଚ କରାଯିବା ପରେ ୧୫୯୦ ଜଣଙ୍କୁ ଫ୍ଲାଟ୍‌ ଯୋଗାଇ ଦେବା ପାଇବା ପାଇଁ ଲଟ୍ରି ହୋଇଥିଲା।

Advertisment

ସିଏମ୍‌ ଯୋଗୀ ଆଦିତ୍ୟନାଥ ୨୦୨୧ ଡିସେମ୍ୱର ୨୬ ତାରିଖରେ ପ୍ରୟାଗରାଜର ଲୁଗରଗଞ୍ଜ ଅଞ୍ଚଳରେ ଅତିକ୍‌ କବ୍‌ଜା କରିଥିବା ଜମିକୁ ମୁକ୍ତ କରି ୧୭୩୧ ବର୍ଗ ଜମି ଉପରେ ଫ୍ଲାଟ୍‌ ତିଆରି କରି ଗରିବ ଲୋକଙ୍କୁ ଶସ୍ତାରେ ଯୋଗାଇଦେବାକୁ ପଦକ୍ଷେପ ନେଇଥିଲେ। ଏହି ଫ୍ଲାଟ୍‌ଗୁଡ଼ିକ ଗତ ୯ ଜୁନ୍‌ରେ ବଣ୍ଟନ କରାଯିବା ପାଇଁ ଲଟ୍ରି ଉଠାଣ ହୋଇଥିଲା।

୨୦୦୫ରେ ବହୁଜନ ସମାଜପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ଓ ଏହି ବର୍ଷ ଫେବୃଆରୀରେ ଏହି ମାମଲାରେ ଏକ ପ୍ରମୁଖ ସାକ୍ଷୀ ଉମେଶ ପାଲଙ୍କୁ ହତ୍ୟା କରିଥିବା ଅତିକ ଅହମଦ ବିରୋଧରେ ଅଭିଯୋଗ ଆସିଥିଲା। ଏହାଛଡ଼ା ଅତିକ୍‌ ନାମରେ ପ୍ରାୟ ୧୦୦ଟି ଅପରାଧୀକ ମାମଲା ମଧ୍ୟ ଥିଲା। ପ୍ରୟାଗରାଜରେ ଅତିକ୍‌ ଓ ତାର ଭାଥ ଅଶରଫ୍ ଅହମଦ ଚଳିତ ବର୍ଷ ୧୫ ଏପ୍ରିଲ ତାରିଖ ରାତିରେ ମେଡିକାଲ ଯାଞ୍ଚ ନିମନ୍ତେ ପୁଲିସ ସୁରକ୍ଷା ଭିତରେ ନିଆଯାଉଥିବା ବେଳେ ପତ୍ରକାର ବେଶରେ ଆସିଥିବା ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇଥିଲେ।

Uttar Pradesh CM Yogi Adityanath